Budh Rashi Parivartan: ଜ୍ୟୋତିଷ ଶାସ୍ତ୍ରରେ, ବୁଧଙ୍କୁ ଗ୍ରହ ରାଜକୁମାର ବୋଲି ବିବେଚନା କରାଯାଇଛି । ବୁଧ ହେଉଛନ୍ତି ଦ୍ରୁତ ଗତିଶୀଳ ଗ୍ରହ । ବୁଧଙ୍କ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ବ୍ୟକ୍ତିର ଜୀବନରେ ଗଭୀର ପ୍ରଭାବ ପକାଇଥାଏ ।
ଫେବୃଆରୀ ମାସରେ ବୁଧ ଗ୍ରହ କେବେ ତାର ଦିଗ ପରିବର୍ତ୍ତନ କରିବ?
୭ ଫେବୃଆରୀ, ୨୦୨୫ରେ, ବୁଧ ଗ୍ରହ ଶ୍ରବଣା ନକ୍ଷତ୍ର ଛାଡି ଧନିଷ୍ଠା ନକ୍ଷତ୍ରରେ ଚଳନ କରିବେ। ଧନିଷ୍ଠା ନକ୍ଷତ୍ରର ଶାସକ ଗ୍ରହ ହେଉଛନ୍ତି ମଙ୍ଗଳ । ୧୧ ଫେବୃଆରୀ, ୨୦୨୫ରେ ବୁଧ ଶନିଙ୍କ ରାଶି କୁମ୍ଭରେ ଚଳନ କରିବେ । ଫେବୃଆରୀ ୧୨ରୁ କୁମ୍ଭ ସଂକ୍ରାନ୍ତି ପରେ ସୂର୍ଯ୍ୟ ସହିତ ବୁଦ୍ଧାଦିତ୍ୟ ଯୋଗ ଗଠନ କରିବେ। ୧୫ ଫେବୃଆରୀରେ ବୁଧ ଦ୍ୱିତୀୟ ଥର ପାଇଁ ନକ୍ଷତ୍ର ପରିବର୍ତ୍ତନ କରି ଶତଭିଷା ନକ୍ଷତ୍ରରେ ଚଳନ କରିବେ। ଶତଭିଷା ନକ୍ଷତ୍ରର ଅଧିପତି ହେଉଛନ୍ତି ରାହୁ । ୨୨ ଫେବୃଆରୀରେ ବୁଧ ତୃତୀୟ ଥର ନକ୍ଷତ୍ର ପରିବର୍ତ୍ତନ କରି ବୃହସ୍ପତିଙ୍କ ରାଶି ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ। ବୁଧଙ୍କର ପଞ୍ଚମ ଚଳନ ୨୭ ଫେବୃଆରୀରେ ହେବ । ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରୁ ମୀନ ରାଶିରେ ଚଳନ କରିବେ ବୁଧ ।
ମେଷ ରାଶି
ଆପଣଙ୍କ ପାଇଁ ଫେବୃଆରୀ ମାସଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତିର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ବିଦେଶ ଭ୍ରମଣର ସୁଯୋଗ ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ । ବ୍ୟବସାୟରେ ନୂଆ ଗ୍ରାହକ ଯୋଡି ହେବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳତା ହାସଲ କରିପାରନ୍ତି ।
ବୃଷ ରାଶି
ଆପଣଙ୍କ ପାଇଁ ବୁଧଙ୍କ ପଞ୍ଚମ ଚଳନ ବହୁତ ଶୁଭ ସାବ୍ୟସ୍ତ ହେବ । ପ୍ରେମ ଜୀବନରେ ଉନ୍ନତି ହେବ । ପ୍ରେମ ସମ୍ପର୍କ ସୁମଧୁର ହେବ। ଉଭୟ କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତି କରିବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ନିଯୁକ୍ତି ସନ୍ଧାନରେ ଥିଲେ ଚାକିରି ମିଳିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଆପଣଙ୍କ ପାଇଁ ଭଲ ହେବ ।
ମିଥୁନ ରାଶି
ବୁଧଙ୍କ ପଞ୍ଚମ ଚଳନରୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଫଳ ହେବେ । ଚାକିରି ଖୋଜୁଥିଲେ ଭଲ ଖବର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧିର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ । ପ୍ରେମ ସମ୍ପର୍କରେ ଥିଲେ ସାଥୀଙ୍କ ସହ ସମ୍ପର୍କ ମଧୁର ହେବ।
କର୍କଟ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ସାବ୍ୟସ୍ତ ହେବ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରୁଥିଲେ ଭଲ ଲାଭ ପାଇବେ । ଲେଖା, ପ୍ରିଣ୍ଟିଂ ପ୍ରେସ୍ ଇତ୍ୟାଦି କାର୍ଯ୍ୟ ସହିତ ଜଡିତ ଥିଲେ ଆର୍ଥିକ ଲାଭର ସୁଯୋଗ ମିଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ମାନସିକ ଶାନ୍ତି ମିଳିବ। ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ପ୍ରେମ ଜୀବନ ଭଲରେ କଟିବ । ପରିବାର ସଦସ୍ୟଙ୍କ ସହଯୋଗ ଏବଂ ସମନ୍ୱୟ ଆପଣଙ୍କ ପ୍ରତି ରହିବ।
ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ । ସନ୍ତାନ ସମ୍ବନ୍ଧୀୟ ଚିନ୍ତାରୁ ମୁକ୍ତି ପାଇବେ । ପ୍ରେମ ବିବାହ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । କର୍ମକ୍ଷେତ୍ରରୁ ଖୁସି ଖବର ମିଳିପାରେ । ପୈତୃକ ସମ୍ପତ୍ତିରୁ ବିଶେଷ ଲାଭ ମିଳିପାରେ । ଏହି ସମୟ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।
କନ୍ୟା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ସାବ୍ୟସ୍ତ ହେବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କ୍ୟାରିୟରରେ ଉନ୍ନତି କରିବେ । ନିବେଶ ପାଇଁ ସମୟ ଉପଯୁକ୍ତ। ପ୍ରେମ ଜୀବନରେ ସକରାତ୍ମକ ଫଳାଫଳ ମିଳିବ । ଧନ ଏବଂ ସଫଳତା ପ୍ରାପ୍ତିର ସୁଯୋଗ ମିଳିପାରେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ।
ବିଛା ରାଶି
ଆପଣଙ୍କ ପାଇଁ ସମୟ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । ପ୍ରେମ ସମ୍ପର୍କ ଆହୁରି ମଜବୁତ ହେବ । ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସକୁ ପ୍ରଶଂସା ମିଳିବ । ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭର ସମ୍ଭାବନା ରହିଛି। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା ଲାଭଦାୟକ ହେବ। ଭାବିଚିନ୍ତି ଟଙ୍କା ନିବେଶ କଲେ ସଫଳତା ହାସଲ କରିବେ । ଘରେ କିଛି ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ସ୍ୱାସ୍ଥ୍ୟ ଭଲ ରହିବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़