Advertisement
Photo Details/zeeodisha/odisha2648495
photoDetails0hindi

Budh Gochar 2025: ରାହୁ ନକ୍ଷତ୍ରରେ ବୁଧଙ୍କ ଚଳନ, ୩ ରାଶିରେ ବଡ ପ୍ରଭାବ

Budh Gochar 2025: ଗ୍ରହ ରାଜକୁମାର ବୁଧ ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି। ରାହୁଙ୍କ ନକ୍ଷତ୍ର ଶତଭିଷାରେ ଚଳନ କରିଛନ୍ତି ବୁଧ। ଯାହାର ନକାରାତ୍ମକ ପ୍ରଭାବ ତିନୋଟି ରାଶିରେ ପଡ଼ିପାରେ।

1/6

ଜ୍ୟୋତିଷଙ୍କ ମତ ଅନୁସାରେ, ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ପରେ କିଛି ରାଶିର ବ୍ୟକ୍ତିଙ୍କୁ ନକରାତ୍ମକ ଫଳାଫଳ ମିଳିବ । ଚାପ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ। ତେବେ କେଉଁ ତିନୋଟି ରାଶିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଆସନ୍ତୁ ଜାଣିବା।

2/6

ରାହୁଙ୍କୁ ଶତଭିଷା ନକ୍ଷତ୍ରର ଅଧିପତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଏ। ୨୭ଟି ନକ୍ଷତ୍ର ମଧ୍ୟରେ ଶତଭିଷା ନକ୍ଷତ୍ର ୨୪ତମ ସ୍ଥାନରେ ରହିଛି । ଶତଭିଷା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନେ ସତ୍ୟ ଏବଂ ଧର୍ମ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି ବୋଲି କୁହାଯାଏ ।

3/6

ବୃଷ ରାଶି

ଶତଭିଷା ନକ୍ଷତ୍ରରେ ବୁଧଙ୍କ ଚଳନ କାରଣରୁ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଗଣମାଧ୍ୟମ, ସ୍ୱାସ୍ଥ୍ୟ, ଯୋଗାଯୋଗ, ଡିଜିଟାଲ୍ ଏବଂ ମାର୍କେଟିଂ କ୍ଷେତ୍ର ସହ ଜଡିତ ଥିଲେ ଆର୍ଥିକ କ୍ଷତି ସହିବେ। ଏହି ସମୟରେ ଋଣ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ । ଋଣ ନେଲେ ଆପଣ ଠିକ୍ ସମୟରେ ଟଙ୍କା ପରିଶୋଧ କରିପାରିବେ ନାହିଁ। ବୟସ୍କ ବ୍ୟକ୍ତିମାନେ ଚର୍ମ ସମ୍ବନ୍ଧୀୟ ରୋଗର ଶିକାର ହୋଇପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ହୋଇପାରେ।

4/6

ତୁଳା ରାଶି

ଆପଣଙ୍କୁ ମଧ୍ୟ ନକାରାତ୍ମକ ଫଳାଫଳ ମିଳିପାରେ । କୌଣସି ବିଦେଶୀ କମ୍ପାନୀରେ କାମ କରିବାକୁ ସୁଯୋଗ ମିଳିପାରେ । ବର୍ତ୍ତମାନ ଯୁବକମାନଙ୍କ ପାଇଁ ସମୟ ଅନୁକୁଳ ନୁହେଁ। ନୂଆ ଚୁକ୍ତିନାମା ବ୍ୟବସାୟୀଙ୍କୁ ଲାଭ ବଦଳରେ କ୍ଷତି ପହଞ୍ଚଇପାରେ । କୌଣସି ପୁରୁଣା ରୋଗ ଥିଲେ ତାହା ପୁଣି ଯନ୍ତ୍ରଣାଦାୟକ ହୋଇପାରେ ।

5/6

କୁମ୍ଭ ରାଶି

ବୁଧଙ୍କ ଚଳନ ଆପଣଙ୍କ ପାଇଁ ଏତେଟା ଶୁଭ ସାବ୍ୟସ୍ତ ହେବ ନାହିଁ । କର୍ମଜୀବୀ ହୋଇଥିଲେ ଆର୍ଥିକ କ୍ଷତି ସହିବେ। ଅଫିସରେ ଆପଣଙ୍କ ବରିଷ୍ଠ ଅଧିକାରୀଙ୍କ କ୍ରୋଧର ଶିକାର ହେବାକୁ ପଡ଼ିପାରେ। ଟଙ୍କା ଅଟକି ଯିବା କାରଣରୁ ଚିନ୍ତିତ ରହିପାରନ୍ତି । ପିତାମାତାମାନେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ପ୍ରେମ ଜୀବନରେ ସାଥୀଙ୍କ ସହ ଝଗଡ଼ା ହୋଇପାରେ। ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ ନଚେତ୍ ସମ୍ପର୍କ ଭାଙ୍ଗି ଯାଇପାରେ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।