Advertisement
Photo Details/zeeodisha/odisha2530547
photoDetails0hindi

Weekly Health Horoscope: ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ କିପରି ରହିବ ଆପଣଙ୍କ ସ୍ୱାସ୍ଥ୍ୟ ? ପଢ଼ନ୍ତୁ ରାଶିଫଳ

Weekly Health Horoscope 25 November To 01 December 2024: ନଭେମ୍ୱର ୨୫ ରୁ ୦୧ ଡିସେମ୍ୱର ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି କିପରି ବିତିବ ? ଆସନ୍ତୁ ଜାଣିବା ଫଳାଫଳ

1/13

ମେଷ ରାଶି

ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଭଲ ହେବ । ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଆପଣ ଆରାମ ପାଇବେ । ଏହି ସପ୍ତାହରେ ଆପଣଙ୍କ ଖାଦ୍ୟପେୟର ବିଶେଷ ଯତ୍ନ ନିଅନ୍ତୁ ।

2/13

ବୃଷ ରାଶି

ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବାକୁ ଯାଉଛି । ସ୍ୱାସ୍ଥ୍ୟକୁ ନେଇ ଆପଣ ଜଗିରଖି ଚଳିବେ । ମୌସୁମୀ ଜନିତ ସଂକ୍ରମଣରୁ ଦୂରେଇ ରୁହନ୍ତୁ । ସକାଳୁ ଉଠି ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ ।

3/13

ମିଥୁନ ରାଶି

ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଭଲ ନୁହେଁ । ଥଣ୍ଡା କିମ୍ୱା କାଶ ଜନିତ ସମସ୍ୟାରେ ପଡିପାରନ୍ତି ।

4/13

କର୍କଟ ରାଶି

ଚଳିତ ସପ୍ତାହରେ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ କିମ୍ବା ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଚିକିତ୍ସା ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ହୋଇପାରେ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।

5/13

ସିଂହ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମାସର ଶେଷ ସପ୍ତାହ ଆପଣଙ୍କ ପାଇଁ ଭଲ ହେବ । କିଛି ଛୋଟ ମୋଟ ସମସ୍ୟା ଉପୁଜିପାରେ । ଆପଣଙ୍କ ପରିବାର ପାଇଁ ମଧ୍ୟ ସମୟ ଭଲ ହେବ ।

6/13

କନ୍ୟା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ହେବାକୁ ଯାଉଛି । ଶିଶୁ ଏବଂ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଏହି ସପ୍ତାହରେ ଆପଣ ସତେଜ ଅନୁଭବ କରିବେ ।

7/13

ତୁଳା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ସାମାନ୍ୟ ଥଣ୍ଡା କିମ୍ୱା ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଦେଇପାରେ । କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ବିଷୟରେ କୌଣସି ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ ।

8/13

ବିଛା ରାଶି

ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଅତ୍ୟଧିକ କାର୍ଯ୍ୟ କାରଣରୁ ମାନସିକ ଚାପ ଏବଂ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ମୌସୁମୀ ଜନିତ ରୋଗରୁ ଦୂରେଇ ରୁହନ୍ତୁ ।

9/13

ଧନୁ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ହେବ । ପୁରୁଣା ରୋଗରୁ ଆପଣ ଆରାମ ପାଇବେ । ସପ୍ତାହଟିରେ ଆପଣଙ୍କ ଖାଦ୍ୟପେୟର ବିଶେଷ ଯତ୍ନ ନିଅନ୍ତୁ ।

10/13

ମକର ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପାଣିପାଗରେ ପରିବର୍ତ୍ତନ କାରଣରୁ ଆପଣ କିଛି ରୋଗରେ ପୀଡିତ ହୋଇପାରନ୍ତି । କିନ୍ତୁ ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଉପକୃତ ହେବେ ବୋଲି ଅନୁଭବ କରିବେ । ଆପଣଙ୍କର ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ ।

11/13

କୁମ୍ଭ ରାଶି

ଛୋଟ ମୋଟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ବାହାରେ ଖାଦ୍ୟ ଗ୍ରହଣ ନକରି ଘରେ ସନ୍ତୁଳିତ ଭୋଜନ ଗ୍ରହଣ କରନ୍ତୁ । ଆପଣ ସ୍ୱାସ୍ଥ୍ୟ ଉପକାର ପାଇଁ ଯୋଗ ଏବଂ ବ୍ୟାୟାମ କରିପାରିବେ ।

12/13

ମୀନ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହରେ ନିଜ ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ବାହାରେ ଯାତ୍ରା କରିବା ସମୟରେ ଏଣୁତେଣୁ ଖାଆନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ