Advertisement
Photo Details/zeeodisha/odisha2603111
photoDetails0hindi

Lucky Zodiac Sign: ୧୬ ଜାନୁଆରୀରେ ଗଜକେଶରୀ ଓ ଆୟୁଷ୍ମାନ ଯୋଗ, ୫ ରାଶିକୁ ଲାଭ

Top 5 Lucky Zodiac Sign, 16 January 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଭଲ । ମଧ୍ୟାହ୍ନ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ଆପଣଙ୍କର ଆୟ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ଇଚ୍ଛା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ । ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଥିଲେ ଦିନଟି ଶୁଭ । କ୍ଷଣସ୍ଥାୟୀ ନିବେଶ କରନ୍ତୁ ନାହିଁ ।

2/6

ମିଥୁନ ରାଶି

ନିଜ ମିଠା କଥାରେ ଅନ୍ୟକୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ସଫଳତା ମିଳିବ। ହଠାତ୍ କୌଣସି ସ୍ଥାନରୁ ଆର୍ଥିକ ଲାଭ ମିଳିପାରେ । ବହୁ ଦିନରୁ ଥିବା ଇଚ୍ଛା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଏବଂ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ବୈଷୟିକ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ କିଛି ନୂଆ ଦାୟିତ୍ୱ ମିଳିପାରେ । ବୈବାହିକ ଜୀବନରେ ଖୁସି ପାଇବେ।

3/6

ସିଂହ ରାଶି

ଜାନୁଆରୀ ୧୬ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ପ୍ରୟାସ ସକାରାତ୍ମକ ଫଳାଫଳ ପ୍ରଦାନ କରିବ । ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ। ରାଜନୀତି ଏବଂ ସାମାଜିକ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢିବ । ପୈତୃକ ସମ୍ପତ୍ତିର ଲାଭ ପାଇବେ । ବିଦେଶୀ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଅଧିକ ଲାଭ ପାଇବେ । ବ୍ୟବସାୟରେ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ପୂର୍ବରୁ କାହାକୁ ଋଣ ଦେଇଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଦିନଟି ଅନୁକୁଳ ।

4/6

ତୁଳା ରାଶି

ନିଜ କାର୍ଯ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ଗ୍ରହମାନଙ୍କର ଶୁଭ ସ୍ଥିତିର ଲାଭ ଆପଣ ପାଇବେ । କୌଣସି ସ୍ଥାନରୁ ଆର୍ଥିକ ଲାଭ ପାଇ ଖୁସି ହେବେ। ଅଟକି ରହିଥିବା କାର୍ଯ୍ୟ ଶେଷ ହୋଇପାରେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ। ଆପଣଙ୍କ ପ୍ରିୟ ଖାଦ୍ୟ ପାଇ ଖୁସି ହେବେ। କ୍ରୀଡା ଏବଂ କଳା କ୍ଷେତ୍ର ସହିତ ଜଡିତ ବ୍ୟକ୍ତି କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ବିଦେଶ ଭ୍ରମଣ କରିବାକୁ ଚାହୁଁଥିଲେ ସମୟ ଶୁଭ ।

5/6

କୁମ୍ଭ ରାଶି

ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ପ୍ରତି ରହିବ । ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ଦକ୍ଷତା ଏବଂ କାର୍ଯ୍ୟ ଶୈଳୀର ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ରହିଛି । ନୂଆ କାମ ଆରମ୍ଭ କରିବାର ଯୋଜନା ଥିଲେ ଦିନଟି ଶୁଭ । ପରିବାର ସଦସ୍ୟମାନେ ଆପଣଙ୍କୁ ପ୍ରାଧାନ୍ୟ ଦେବେ । ବୈବାହିତ ଜୀବନରେ ଖୁସି ମିଳିବ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।