Advertisement
Photo Details/zeeodisha/odisha2647537
photoDetails0hindi

Saptahik Rashifal: ନୂଆ ସପ୍ତାହ କେଉଁ ରାଶିକୁ କିପରି ଫଳ ଦେବ ? ଜାଣନ୍ତୁ ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟ

Weekly Horoscope (17 to 23 February): ମେଷଠାରୁ ମୀନ ସମସ୍ତ ୧୨ଟି ରାଶି ପାଇଁ କିପରି ବିତିବ ନୂଆ ସପ୍ତାହ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/13

ମେଷ ରାଶି

କଠିନ ପରିଶ୍ରମର ଶୁଭଫଳ ଆପଣ ପାଇବେ। ସପ୍ତାହର ଆରମ୍ଭରୁ ହିଁ ବାଧାଗୁଡ଼ିକ ଆପେ ଆପେ ଦୂର ହୋଇଯିବ। ସମ୍ପର୍କୀୟଙ୍କ ସାହାଯ୍ୟ ଏବଂ ସମର୍ଥନ ମିଳିବ। କ୍ୟାରିଅର ଏବଂ ବ୍ୟବସାୟ ଦୃଷ୍ଟିରୁ ଶୁଭଫଳ ମିଳିବ । ନିଯୁକ୍ତି ସନ୍ଧାନରେ ଥିଲେ ଚାକିରି ମିଳିପାରେ । ବ୍ୟବସାୟିକ ଯାତ୍ରା ଆଶାଠାରୁ ଅଧିକ ଫଳପ୍ରଦ ପ୍ରମାଣିତ ହେବ। ପ୍ରେମ ଜୀବନରେ ସାଥୀ ସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ଋତୁକାଳୀନ ରୋଗ ପ୍ରତି ସତର୍କ ରୁହନ୍ତୁ । ପ୍ରଭୁ ହନୁମାନଜୀଙ୍କ ପୂଜା ସମୟରେ ପ୍ରତିଦିନ ଚାଳିଶା ପାଠ କରନ୍ତୁ ସୌଭାଗ୍ୟ ବୃଦ୍ଧି ହେବ।

2/13

ବୃଷ ରାଶି

କ୍ୟାରିୟର କିମ୍ବା ବ୍ୟବସାୟରେ ଯୋଜନାବଦ୍ଧ ଭାବରେ କାମ କଲେ ସଫଳତା ହାସଲ କରିବାରେ ସମର୍ଥ ହେବେ । ସପ୍ତାହର ମଧ୍ୟଭାଗରେ ହଠାତ୍ କିଛି ବଡ଼ ଖର୍ଚ୍ଚ ହୋଇପାରେ । ପରିବାରର ଜଣେ ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଯାଇପାରେ । କୌଣସି ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ। କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼ିପାରେ। ପୈତୃକ ସମ୍ପତ୍ତିକୁ ନେଇ ମତଭେଦ ଦେଖାଦେଇପାରେ । ପ୍ରେମ ସମ୍ପର୍କରେ ସତର୍କତାର ସହିତ ଆଗକୁ ବଢ଼ନ୍ତୁ । ବୈବାହିକ ସୁଖ ପାଇଁ ଜୀବନସାଥୀଙ୍କ ସହିତ ସଚ୍ଚୋଟ ହୁଅନ୍ତୁ। ପ୍ରତିଦିନ ରୀତିନୀତି ଅନୁସାରେ ସ୍ଫଟିକ ଶିବଲିଙ୍ଗ ପୂଜା କରନ୍ତୁ ।

3/13

ମିଥୁନ ରାଶି

ଆପଣଙ୍କ ଧର୍ଯ୍ୟ ଶକ୍ତି ଏବଂ ଭଦ୍ର ବ୍ୟବହାର ଆପଣଙ୍କୁ ଲାଭବାନ କରିବ । ନୀରବତା ବଜାୟ ରଖିବା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ। କର୍ମଜୀବୀ ହୋଇଥିଲେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତୁ । ସପ୍ତାହର ଆରମ୍ଭରେ ଅଧିକ ଖର୍ଚ୍ଚ ହୋଇପାରେ । ଆପଣ ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । ସପ୍ତାହ ଶେଷ ସୁଦ୍ଧା ସବୁକିଛି ପୁଣିଥରେ ଠିକ୍ ହୋଇଯାଇପାରେ । ବ୍ୟବସାୟ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ପାଇପାରନ୍ତି। ସପ୍ତାହର ଆରମ୍ଭରେ ଘରକୁ କୁଣିଆ ଆସିପାରନ୍ତି । ଦୀର୍ଘ ଦିନର ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇଯିବ। ପ୍ରେମ ସମ୍ପର୍କ ସ୍ୱାଭାବିକ ରହିବ। ପ୍ରତିଦିନ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

4/13

କର୍କଟ ରାଶି

ପଣଙ୍କ ପାଇଁ ଅଳସୁଆମି ଏବଂ ଗର୍ବ କ୍ଷତିର କାରଣ ହୋଇପାରେ। କୌଣସି କାମକୁ ସ୍ଥଗିତ ନରଖି ସାରିବାକୁ ଚେଷ୍ଟା କରନ୍ତୁ । ସାମ୍ନାରେ ଥିବା ଲୋକଙ୍କ ସହିତ ନମ୍ର ଭାବରେ କଥା ହୁଅନ୍ତୁ । ସପ୍ତାହର ଆରମ୍ଭରେ, ଯୋଜନାବଦ୍ଧ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହୋଇପାରେ । ବ୍ୟବସାୟ କରୁଥିଲେ ସମୟ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ସହଭାଗୀତାରେ ବ୍ୟବସାୟ କରୁଥିଲେ ସାବଧାନତାର ସହ ଟଙ୍କା କାରବାର କରନ୍ତୁ । ଚାକିରି କ୍ଷେତ୍ରରେ ଅତିରିକ୍ତ କାମର ବୋଝ ପଡ଼ିପାରେ । ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ରହିପାରନ୍ତି। ପ୍ରେମ ଜୀବନରେ ସାଥୀଙ୍କ ସହିତ ମତଭେଦ ହୋଇପାରେ। ପ୍ରତିଦିନ ରୁଦ୍ରାକ୍ଷ ମାଳା ବ୍ୟବହାର କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

5/13

ସିଂହ ରାଶି

ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ସପ୍ତାହର ଶେଷ ଭାଗରେ ଟିକେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ସପ୍ତାହର ମଧ୍ୟଭାଗରେ ହଠାତ୍ କିଛି ବଡ଼ ଖର୍ଚ୍ଚ ହୋଇପାରେ । ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଉଚିତ ହେବ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆ ବ୍ୟବସାୟ କରିବାକୁ ଚାହୁଁଥିଲେ ଶୁଭେଚ୍ଛୁମାନଙ୍କ ପରାମର୍ଶ ନିଅନ୍ତୁ। ଅନାବଶ୍ୟକ ଚାପ ନେବାରୁ ଦୂରେଇ ରୁହନ୍ତୁ। ପାରିବାରିକ ଜୀବନରେ ମଧ୍ୟମଧରଣର ଖୁସି ରହିବ । ପିଲାମାନଙ୍କ ସହ ଜଡିତ କୌଣସି ସମସ୍ୟା ସୃଷ୍ଟି ହୋଇପାରେ । ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

6/13

କନ୍ୟା ରାଶି

ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଆପଣଙ୍କ ସମସ୍ୟାଗୁଡ଼ିକୁ ଧିରେଧିରେ ଦୂର ହେବାରୁ ଲାଗିବ । ନିଷ୍ଠାର ସହିତ ଚେଷ୍ଟା କଲେ ନିଜ ଲକ୍ଷ୍ୟ ହାସଲ କରିପାରିବେ। ସପ୍ତାହର ଶେଷ ଭାଗରେ ଆପଣ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଛୋଟ କାମ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଜମି କିମ୍ବା କୋଠା କିଣା ବିକା କରିବାକୁ ଚାହୁଁଥିଲେ କାଗଜପତ୍ରଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରନ୍ତୁ । ଆର୍ଥିକ କାରବାରରେ ବହୁତ ସତର୍କ ରୁହନ୍ତୁ। ବ୍ୟବସାୟୀମାନେ ଟିକେ ନିରାଶ ରହିପାରନ୍ତି । ପ୍ରେମ ସମ୍ପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରତିଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ।

7/13

ତୁଳା ରାଶି

ଆପଣ କୌଣସି ନିୟମ ଉଲ୍ଲଂଘନ କରିବାରୁ ଦୂରେଇ ରହିବା ଉଚିତ । ନଚେତ୍ ଲାଭ ବଦଳରେ କ୍ଷତି ହେବାର ସମ୍ଭାବନା ରହିଛି। କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ସହଯୋଗ ଏବଂ ସମର୍ଥନ କମ୍ ପାଇବେ। କଠିନ ପରିଶ୍ରମ ଅନୁଯାୟୀ ଉତ୍ସାହ କିମ୍ବା ପ୍ରଶଂସା ନ ପାଇବା କାରଣରୁ ଅସନ୍ତୁଷ୍ଟ ପ୍ରକାଶ କରିପାରନ୍ତି । ଜମି, କୋଠା କିମ୍ବା ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇବା ପାଇଁ ଆଉଟିକେ ଅଧିକ ପରିଶ୍ରମ କରିବାକୁ ପଡିବ। ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରତିଦିନ ଶ୍ରୀଲକ୍ଷ୍ମୀ ସହସ୍ରନାମ ପାଠ କରନ୍ତୁ।

8/13

ବିଛା ରାଶି

ସପ୍ତାହର ପ୍ରଥମାର୍ଦ୍ଧ ଆପଣଙ୍କ ପାଇଁ ଫଳପ୍ରଦ ହେବ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ବିଦେଶରେ କ୍ୟାରିଅର କିମ୍ବା ବ୍ୟବସାୟ କରିବାକୁ ଚାହୁଁଥିଲେ ଅଳ୍ପ ଚେଷ୍ଟାରେ ସଫଳତା ପାଇବେ । ବ୍ୟବସାୟିକ ଦୃଷ୍ଟିକୋଣରୁ ସପ୍ତାହର ଶେଷ ଭାଗଟି କଷ୍ଟକର ହୋଇପାରେ। କଠିନ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରେମ ସମ୍ପର୍କରେ ପାରସ୍ପରିକ ବିଶ୍ୱାସ ବଜାୟ ରଖିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ସମ୍ପର୍କରେ ତିକ୍ତତା ହୋଇପାରେ। ପ୍ରତିଦିନ ହନୁମାନଜୀଙ୍କୁ ଗୁଡ଼ ଏବଂ ଚଣା ଅର୍ପଣ କରନ୍ତୁ ।

9/13

ଧନୁ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ଶୁଭଫଳ ଆଣିଦେବ । ଅଧିକାଂଶ ଯୋଜନା ସଫଳ ହେବ । ଲୋକଙ୍କଠାରୁ ଆପଣଙ୍କୁ ସମର୍ଥନ ଏବଂ ସହଯୋଗ ମିଳିବ। ନିଜ ଭିତରେ ସକାରାତ୍ମକତା ବଜାୟ ରହିବ। ସପ୍ତାହର ମଧ୍ୟଭାଗରେ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇପାରେ। ରାଜନୀତି ଏବଂ ସାମାଜିକ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ସପ୍ତାହର ଶେଷ ଭାଗ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଲୋକପ୍ରିୟତା ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । ଚାକିରି କ୍ଷେତ୍ରରେ ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ। ସ୍ଥାୟୀ ସମ୍ପତ୍ତି ଏବଂ ଯାନବାହାନ ସୁଖ ମିଳିପାରେ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ସମ୍ପର୍କ ଆହୁରି ସୁଦୃଢ ହେବ। ବୈବାହିକ ଜୀବନ ସୁଖମୟ ହେବ । ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

10/13

ମକର ରାଶି

ବିଭିନ୍ନ କ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେହି କାରଣରୁ ଅଧିକ ଚିଡିଚିଡା ଏବଂ କ୍ରୋଧିତ ଅନୁଭବ କରିପାରନ୍ତି। ଚାକିରି କ୍ଷେତ୍ରରେ ଦାୟିତ୍ୱ ପରିବର୍ତ୍ତନ ହୋଇପାରେ । କାହା ସହ ଯୁକ୍ତିତର୍କ କରିବାଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହୋଇପାରେ । ବିପଦପୂର୍ଣ୍ଣ ଟଙ୍କା ନିବେଶ ଠାରୁ ଦୂରେଇ ରୁହନ୍ତୁ। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଅନାବଶ୍ୟକ ବିବାଦଠାରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ସତର୍କତାର ସହିତ ଆଗକୁ ବଢ଼ନ୍ତୁ । ପ୍ରତିଦିନ ରୀତିନୀତି ଅନୁସାରେ ଶିବଲିଙ୍ଗ ପୂଜା କରନ୍ତୁ ।

11/13

କୁମ୍ଭ ରାଶି

ଆପଣଙ୍କ ପାଇଁ ସପ୍ତାହ ଆରମ୍ଭ ସାମାନ୍ୟ ଅସୁବିଧା ଆଣିପାରେ । କିନ୍ତୁ ସପ୍ତାହ ଶେଷ ସୁଦ୍ଧା ଆପଣଙ୍କୁ ଖୁସି ଖବର ମିଳିବ । କୌଣସି ସମସ୍ୟା ଉପୁଜିଲେ ତାହା ସହଜରେ ସମାଦାନ ହୋଇଯିବ । ଆପଣଙ୍କ ସହକର୍ମୀଙ୍କ ସାହାଯ୍ୟ କର୍ମକ୍ଷେତ୍ରରେ ମିଳିବ । ବ୍ୟବସାୟ ଦୃଷ୍ଟିକୋଣରୁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢିବ । ସପ୍ତାହର ଶେଷ ଭାଗରେ ବିଳାସପୂର୍ଣ୍ଣ ଜିନିଷ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି। ଦୂର ଯାତ୍ରା କରିବାର ସମ୍ଭାବନା ରହିଛି । ସମ୍ପର୍କ ଦୃଷ୍ଟିରୁ ନୂଆ ସପ୍ତାହଟି ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହେବ। ପ୍ରେମ ଜୀବନରେ ସାଥୀଙ୍କ ପ୍ରତି ବିଶ୍ୱାସ ରହିବ। ବୈବାହିକ ଜୀବନରେ ଖୁସି ମିଳିବ । ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।

12/13

ମୀନ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ବ୍ୟସ୍ତବହୁଳ ହୋଇପାରେ । ସପ୍ତାହର ଆରମ୍ଭରୁ ଅତିରିକ୍ତ କାର୍ଯ୍ୟଚାପ ରହିବ। ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ଶେଷ କରିବାକୁ କଠିନ ପରିଶ୍ରମ କରିବେ । ସମୟ ଏବଂ ଟଙ୍କାକୁ ସତର୍କତାର ସହ ପରିଚାଳନା କରନ୍ତୁ । ଅଯଥା ଖର୍ଚ୍ଚଠାରୁ ଦୂରରେ ରୁହନ୍ତୁ । ବ୍ୟବସାୟରେ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ । ଚାକିରି ସନ୍ଧାନରେ ଥିଲେ ଆଉ ଟିକିଏ ଅପେକ୍ଷା କରିବାକୁ ପଡ଼ିପାରେ। ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ଭଗବାନ ଶ୍ରୀ ବିଷ୍ଣୁ ଜୀଙ୍କ ପୂଜା କରନ୍ତୁ ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।