Advertisement
Photo Details/zeeodisha/odisha2536721
photoDetails0hindi

Tarot Horoscope, December 2024: ମଙ୍ଗଳ ଏବଂ ଶୁକ୍ରଙ୍କ ସମସପ୍ତକ ଯୋଗ, ୮ ରାଶିକୁ ମିଳିବ ଧନ

Tarot Horoscope, December 2024: ଆସନ୍ତୁ ଜାଣିବା ମେଷ ଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ବ୍ୟକ୍ତି ପାଇଁ ଡିସେମ୍ବର ମାସଟି କିପରି କଟିବ ।

1/13

ମେଷ ରାଶି

ଡିସେମ୍ବର ମାସଟି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଚି । ଏହି ମାସରେ ଆପଣ ମାନସିକ ସ୍ତରରେ ବହୁତ ଖୁସିରେ ରହିବେ । ଆର୍ଥିକ ଅବସ୍ଥା ବିଷୟରେ କହିବାକୁ ଗଲେ, ଡିସେମ୍ୱରରେ ଆର୍ଥିକ ଅବସ୍ଥା ସ୍ୱାଭାବିକ ରହିବ । ଆପଣ କୌଣସି ବଡ଼ କ୍ଷତି ଭୋଗିବେ ନାହିଁ । ଏହି ମାସରେ ଆପଣ ପରିବାରଠାରୁ ସମର୍ଥନ ପାଇବେ । ବିଶେଷକରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

2/13

ବୃଷ ରାଶି

ମାସଟି ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଭଲ ହେବ । ଟଙ୍କା ରୋଜଗାର ପାଇଁ ଭଲ ସୁଯୋଗ ପାଇବେ । ସାମାଜିକ ଦୃଷ୍ଟିରୁ ଆପଣ ମାନ ସମ୍ମାନର ଅଧିକାରୀ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କିନ୍ତୁ ମାସଟିରେ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ଭାବି ଚିନ୍ତି ଟଙ୍କା କାରବାର କରନ୍ତୁ । କାରଣ, ଟଙ୍କା କାରଣରୁ ଘନିଷ୍ଠ ବନ୍ଧୁଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ।

3/13

ମିଥୁନ ରାଶି

ଧାର୍ମିକ ତଥା ସାମାଜିକ କାର୍ଯ୍ୟରେ ଭାଗ ନେବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପାଇଁ ମାସଟି ଶୁଭ । ଆପଣ ଚାହୁଁଥିବା ସଫଳତା ପାଇବା ପାଇଁ ଟିକେ କଠିନ ପରିଶ୍ରମ କରିବାକୁ ପଡିବ ।  ଏହି ମାସରେ ଅପରିଚିତ ବ୍ୟକ୍ତିଙ୍କ ସହ ଟିକେ ସତର୍କ ରହିବା ଆବଶ୍ୟକ । ଏହି ମାସରେ ଆର୍ଥିକ ନିବେଶଠାରୁ ଦୂରରେ ରହିବା ଭଲ ହେବ ।

4/13

କର୍କଟ ରାଶି

ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଡିସେମ୍ବର ମାସଟି ଶୁଭ । ପୁରୁଣା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ପୈତୃକ ସମ୍ପତ୍ତିରୁ ଭଲ ଲାଭ ପାଇବାର ସମ୍ଭାବନା ଅଛି । ପରିବାରରେ ସୁଖ ଏବଂ ସମୃଦ୍ଧି ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନୁକୂଳ ଫଳାଫଳ ମିଳିବ । ନିଯୁକ୍ତ ବ୍ୟକ୍ତି କର୍ମକ୍ଷେତ୍ରରେ ସମସ୍ତଙ୍କଠାରୁ ସହାୟତା ପାଇବେ । ଚାକିରିରେ ପ୍ରଗତି ହାସଲ କରିବାରେ ସଫଳ ହେବେ ।

5/13

ସିଂହ ରାଶି

ଆପଣଙ୍କ ପାଇଁ ମାସଟି ମଧ୍ୟମଧରଣର ହେବ । ଉତ୍ସାହର ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରିବେ । କିନ୍ତୁ ଆପଣ ଆଶା କରୁଥିବା ସଫଳତା ପାଇବେ ନାହିଁ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ଏତେଟା ଭଲ ନୁହେଁ । ସ୍ୱାସ୍ଥ୍ୟ ବିଷୟରେ ଟିକେ ସତର୍କ ରହିବା ଆବଶ୍ୟକ । ପିଲାମାନଙ୍କଠାରୁ ସ୍ନେହ ଏବଂ ସମ୍ମାନ ପାଇବେ । ଦାମ୍ପତ୍ୟ ଜୀବନରେ ବିବାଦ ଉପୁଜିବାର ସମ୍ଭାବନା ରହିଛି ତେଣୁ କଥା କହିବା ସମୟରେ ସତର୍କ ରୁହନ୍ତୁ । ସହଭାଗୀତାରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ତତ୍ପର ହୁଅନ୍ତୁ ନାହିଁ ।

6/13

କନ୍ୟା ରାଶି

ଆପଣଙ୍କ ପାଇଁ ମାସଟି ଅତ୍ୟନ୍ତ ଲାଭଦାୟକ ହେବ । ସମସ୍ତ କାର୍ଯ୍ୟ ପାଇଁ ଆପଣଙ୍କ ମନରେ ଉତ୍ସାହ ରହିବ । ପାରିବାରିକ ଜୀବନରେ ସୁଖ ରହିବ । ବିବାହିତ ଜୀବନରେ ସୁଖ ମିଳିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉନ୍ନତି ହେବ । ପରିବାରରେ ଶୁଭ କାର୍ଯ୍ୟ ଆୟୋଜନ ହୋଇପାରେ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଛାତ୍ରମାନଙ୍କର ଆତ୍ମବିଶ୍ୱାସ ବଢିବ ଏବଂ ସେମାନେ ସଫଳତା ପାଇବେ ।

7/13

ତୁଳା ରାଶି

ଆପଣଙ୍କ ପାଇଁ ସମୟ ଶୁଭ ଏବଂ ଅତ୍ୟନ୍ତ ସକରାତ୍ମକ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ପୂର୍ବରୁ ଅସୁସ୍ଥ ଥିଲେ ଶୀଘ୍ର ସୁସ୍ଥ ହେବେ । ପରିବାରରେ ସକରାତ୍ମକ ପରିବେଶ ରହିବ । ଘରକୁ ବନ୍ଧୁଙ୍କ ଆଗମନ ହେବ । ବିବାହିତ ଜୀବନ ସ୍ୱାଭାବିକ ହେବ । ପିଲାମାନଙ୍କ ସହିତ ସମନ୍ୱୟ ଭଲ ହେବ । ପିଲାମାନଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳତାର ସହିତ ଶେଷ ହେବ । ଆପଣଙ୍କୁ ସାମାଜିକ କାର୍ଯ୍ୟ ପାଇଁ ମାନ ସମ୍ମାନ ମିଳିପାରେ । ପରିଶ୍ରମ ଅନୁଯାୟୀ ଭଲ ଫଳାଫଳ ପାଇବେ ।

8/13

ବିଛା ରାଶି

ଆପଣଙ୍କ ପାଇଁ ଡିସେମ୍ବର ମାସ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ଏହି ମାସରେ ଆପଣ ମାନସିକ ସ୍ତରରେ ଟିକେ ଚିନ୍ତିତ ହୋଇପାରନ୍ତି । ଆର୍ଥିକ ଦୃଷ୍ଟିରୁ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ରୋଜଗାର ପୂର୍ବ ଅପେକ୍ଷା ଅଧିକ ଭଲ ହେବ । ଦାମ୍ପତ୍ୟ ଜୀବନରେ ସମନ୍ୱୟର ଅଭାବ କାରଣରୁ ଚିନ୍ତିତ ହୋଇପାରନ୍ତି । ପ୍ରେମ ସଂପର୍କରେ ବିବାଦ ଥିଲେ ସୁଧାର ଆସିବ । ଏହି ମାସ ଚାକିରି କ୍ଷେତ୍ର ପାଇଁ ଅନୁକୂଳ ଅଟେ । ଯେଉଁମାନେ ଭାଗିଦାରୀରେ ବ୍ୟବସାୟ କରନ୍ତି ସେମାନଙ୍କ ପାଇଁ ମାସଟି ଚିନ୍ତାଜନକ ହେବାକୁ ଯାଉଛି ।

9/13

ଧନୁ ରାଶି

ଡିସେମ୍ବର ମାସରେ ଆପଣ ବିଶେଷ ସୁବିଧା ପାଇବାକୁ ଯାଉଛନ୍ତି। ଶୁଭ କାର୍ଯ୍ୟରେ ଯୋଗ ଦେବେ । ଚାକିରି କ୍ଷେତ୍ରରେ ମାନ ସମ୍ମାନ ମିଳିବ । ଭ୍ରମଣରୁ ଲାଭବାନ ହେବ । ଚାକିରି କ୍ଷେତ୍ରରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ସ୍ୱାଭାବିକ ହେବ । ଅନାବଶ୍ୟକ ବାଦ ବିବାଦରୁ ଦୂରେଇ ରୁହନ୍ତୁ । ସମ୍ପର୍କୀୟଙ୍କ ସମର୍ଥନ ମିଳିବ । କାର୍ଯ୍ୟରେ ସଫଳତା କାରଣରୁ ଖୁସି ପ୍ରକଟ କରିବେ ।

10/13

ମକର ରାଶି

ଆପଣଙ୍କ ପାଇଁ ମାସଟି ସୁଖଦ ଏବଂ ସକରାତ୍ମକ ହେବ । କିନ୍ତୁ ନିଜ ମଧ୍ୟରେ କ୍ରୋଧ ବୃଦ୍ଧି ପାଇପାରେ । ବକ୍ତବ୍ୟ ଏବଂ ଆଚରଣ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅର୍ଥନୈତିକ ଦୃଷ୍ଟିକୋଣରୁ ସମୟ ସ୍ୱଭାବିକ । ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ, ନଚେତ୍ କ୍ଷତି ସହିବାକୁ ପଡିପାରେ । ଏହି ସମୟ ପିଲାମାନଙ୍କ ପାଇଁ ଶୁଭ ହେବ । ଛାତ୍ରମାନେ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ଶୁଭ ଫଳାଫଳ ପାଇବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ ।

11/13

କୁମ୍ଭ ରାଶି

ଡିସେମ୍ବର ମାସରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀଙ୍କଠାରୁ ପରାମର୍ଶ ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ରହିବ । କର୍ମକ୍ଷେତ୍ରରେ ସଫଳତା ଏବଂ ସମ୍ମାନ ମିଳିବ । ପରିବାରରେ ସୁଖ ଏବଂ ସମୃଦ୍ଧିର ପରିବେଶ ରହିବ । ବିଦ୍ୟାର୍ଥୀ ଅଧ୍ୟୟନରେ ଧ୍ୟାନ ରଖିବେ ଏବଂ ସକରାତ୍ମକ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ଦୂରଯାତ୍ରା କରିବାକୁ ପଡିପାରେ ।

12/13

ମୀନ ରାଶି

ଆପଣଙ୍କ ପାଇଁ ମାସଟି ଅତ୍ୟନ୍ତ ଅନୁକୂଳ ହେବାକୁ ଯାଉଛି । ମାନସିକ ସ୍ତରରେ ମଜବୁତ ହେବେ । ବିବାହିତ ଜୀବନ ଖୁସିରେ କାଟିବେ । ପିଲାମାନଙ୍କଠାରୁ ଭଲ ଖବର ମିଳିପାରେ । ଛାତ୍ରଛାତ୍ରୀମାନେ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ସହଜରେ କାର୍ଯ୍ୟ ଶେଷ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଘରେ ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ଅଛି ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।