Advertisement
Photo Details/zeeodisha/odisha2471392
photoDetails0hindi

Today Horoscope: ଆଜି ମେଷ -ମିଥୁନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର

Horoscope Today 13 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ୨୦୨୪ ଅକ୍ଟୋବର ୧୪ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/13

ମେଷ ରାଶି

ଆପଣଙ୍କ ଚିନ୍ତିତ ହୋଇ କାମ କରିବେ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଜଣେ ବନ୍ଧୁ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ପ୍ରଗତିରେ ଆସୁଥିବା ବାଧା ଦୂର ହେବ । ଛାତ୍ରଛାତ୍ରୀମାନେ ବୈଦ୍ଧିକ ଏବଂ ମାନସିକ ଭାରରୁ ମୁକ୍ତି ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

2/13

ବୃଷ ରାଶି

ଆଜି ଦିନଟିରେ ଧୈର୍ଯ୍ୟ ବଜାୟ ରଖନ୍ତୁ । ବ୍ୟବସାୟ କ୍ଷେତ୍ରରେ କୌଣସି କାର୍ଯ୍ୟକୁ ଛୋଟ କିମ୍ବା ବଡ ବୋଲି ଭାବିବା ଉଚିତ୍ ନୁହେଁ । ବ୍ୟବସାୟରେ ଥିବା ତ୍ରୁଟିଗୁଡିକୁ ଦୂର କରି ଆପଣ ଆଗକୁ ବଢିବେ । ପାରିବାରିକ ସମ୍ପତ୍ତିକୁ ନେଇ ଭାଇଙ୍କ ସହ ବିବାଦର ସମ୍ଭାବନା ଅଛି । ଛାତ୍ରମାନେ ଅଧ୍ୟୟନ ସହିତ ଜଡିତ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି ।

3/13

ମିଥୁନ ରାଶି

କାରବାରରେ ସାବଧାନ ହୁଅନ୍ତୁ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ । ପରିବାରର କିଛି ଦାୟିତ୍ୱ ମିଳିପାରେ । ଯନ୍ତ୍ରଣା ଏବଂ ଥକ୍କା ଅନୁଭବ କରିପାରନ୍ତି । ଅଗ୍ରଗତି ପଥରେ ଆସୁଥିବା ପ୍ରତିବନ୍ଧକଗୁଡିକ ଦୂର ହେବ । ଦୀର୍ଘ ସମୟ ପରେ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିବାର ସୁଯୋଗ ପାଇବେ ।

4/13

କର୍କଟ ରାଶି

ଭାଗ୍ୟ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଶାରୀରିକ ସମସ୍ୟା ସୃଷ୍ଟି ହୋଇପାରେ । ଅନ୍ୟ କାର୍ଯ୍ୟ ପାଇଁ ଆପଣଙ୍କ କାମ ପ୍ରଭାବିତ ହୋଇପାରେ । କୌଣସି ଅନୁଷ୍ଠାନରୁ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପରିବାରରେ କିଛି ଉତ୍ସବ ଆୟୋଜିତ ହୋଇପାରେ । ସରକାରୀ ଚାକିରି କ୍ଷେତ୍ରରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା ଅଛି । ପାରିବାରିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।

5/13

ସିଂହ ରାଶି

ଦାୟିତ୍ୱପୂର୍ଣ୍ଣ ଭାବରେ ଦିନଟିରେ କାର୍ଯ୍ୟ କରିବେ । ଆର୍ଥିକ ଲାଭର ସମ୍ଭାବନା ଅଛି । ଛାତ୍ରଛାଚ୍ରୀମାନେ ଅଳସୁଆମି କାରଣରୁ ପଛରେ ପଡିପାରନ୍ତି । କିଛି ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ ପାଇବ । ରାଜନୀତିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରତି ସତର୍କ ରହିବାକୁ ପଡିବ । ଋଣ ପାଇବା ଆପଣଙ୍କ ପାଇଁ ସହଜ ହେବ ।

6/13

କନ୍ୟା ରାଶି

ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ । ବ୍ୟବସାୟରେ ଭଲ ଲାଭ ପାଇବାର ସମ୍ଭାବନା ଅଛି । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ପାଇଁ ବିଚାରାଧୀନ ଥିଲା ତେବେ ତାହା ଶେଷ ହୋଇପାରେ । ଘରେ ଅତିଥିଙ୍କ ଆଗମନ ହେତୁ ପରିବେଶ ସୁଖଦ ହେବ । ଚାକିରି କ୍ଷେତ୍ରରେ ବିବାଦଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ । ନଚେତ୍ ଏହା ପଦୋନ୍ନତି ଉପରେ ପ୍ରଭାବ ପକାଇବ । ନିଜ ପ୍ରତିଜ୍ଞାକୁ ପୂରଣ କରିବେ ।

7/13

ତୁଳା ରାଶି

ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାକୁ ଯାଉଛି । ପରିବାରରୁ ସ୍ନେହ ଏବଂ ପ୍ରେମ ମିଳିବ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । କୌଣସି ସୁତ୍ରରୁ ଟଙ୍କା ମିଳିବାର ସମ୍ଭାବନା ରହିଛି । ଜଣେ ବ୍ୟକ୍ତି ଆପଣଙ୍କ ଚିନ୍ତା ବଢାଇପାରନ୍ତି ।

8/13

ବିଛା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଭଲ । ସରକାରୀ ଯୋଜନାଗୁଡିକର ସମ୍ପୂର୍ଣ୍ଣ ଲାଭ ପାଇବେ । ବ୍ୟବସାୟକୁ ପ୍ରାଥମିକତା ଦେବାକୁ ପଡିବ । ପାରିବାରିକ ସମସ୍ୟା ବଢିପାରେ । ଯାହା ଆପଣଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ । ବିନିଯୋଗ କରିବା ପୂର୍ବରୁ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଅଛି ।

9/13

ଧନୁ ରାଶି

ଆଜି ଆପଣଙ୍କୁ ଅନେକ କ୍ଷେତ୍ରରେ ଆରାମ ମିଳିବ । ଟଙ୍କା ସଞ୍ଚୟ କରିବାକୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଆଖପାଖର ପରିବେଶ ସୁଖଦ ହେବ । ଚାକିରି ଏବଂ ବ୍ୟବସାୟରେ ଆପଣ ଆଗକୁ ବଢିବେ । କୌଣସି ଭୁଲ ଉପାୟରେ ଟଙ୍କା ରୋଜଗାର କରିବାଠାରୁ ଦୂରେଇ ରୁହନ୍ତୁ ।

10/13

ମକର ରାଶି

ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । କୌଣସି ପ୍ରତିକୂଳ ପରିସ୍ଥିତିରେ ଆପଣଙ୍କୁ ଧୌର୍ଯ୍ୟ ବଜାୟ ରଖିବାକୁ ହେବ  । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତା ବଢିପାରେ । ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଚାଲିଥିଲେ ତାହାର ସମାଧାନ ହେବ । କୌଣସି ଡିଲ୍ ଅଧାରେ ଅଟକିଥିଲେ ତାହା ଚୂଡାନ୍ତ ହୋଇପାରେ ।

11/13

କୁମ୍ଭ ରାଶି

ଆଜି ଆପଣ ନିଜ କାମରେ ସୁନାମ ଅର୍ଜନ କରିବେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବାରୁ ଖୁସି ହେବେ । ଆପଣଙ୍କର କେହି ନୂଆ ଶତ୍ରୁ ଜାତ ହୋଇପାରନ୍ତି । କିନ୍ତୁ କେହି ଆପଣଙ୍କର କ୍ଷତି କରିବାକୁ ସମର୍ଥ ହେବେ ନାହିଁ । ଧାର୍ମିକ କାର୍ଯ୍ୟରେ ବହୁ ପରିମାଣର ଟଙ୍କା ଖର୍ଚ୍ଚ କରିବେ । ଅତୀତର କିଛି ଭୁଲ ପାଇଁ ଆପଣ ପଶ୍ଚାତାପ କରିପାରନ୍ତି ।

12/13

ମୀନ ରାଶି

ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ । ପରିବାର ସଦସ୍ୟଙ୍କୁ ଖୁସି ରଖିବା ପାଇଁ ଆପଣ ଯଥାସମ୍ଭବ ଚେଷ୍ଟା କରିବେ । କାହାଠାରୁ ଟଙ୍କା ଧାର ନେଇଥିଲେ ଫେରାଇବାକୁ ସକ୍ଷମ ହେବେ । ବ୍ୟବସାୟକୁ ଅଧିକ ଉଚ୍ଚତାକୁ ନେବାରେ ସଫଳ ହେବ । ଆପଣଙ୍କ ସହକର୍ମୀମାନେ ସମ୍ପୂର୍ଣ୍ଣ ସମର୍ଥନ କରିବେ । ଦୂର ଯାତ୍ରା କରିବାର ସମ୍ଭାବନା ଅଛି ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।