Advertisement
Photo Details/zeeodisha/odisha2480964
photoDetails0hindi

Weekly Health Horoscope: ୨୧ରୁ ୨୭ ଅକ୍ଟୋବର, ଜାଣନ୍ତୁ କେମିତି ରହିବ ଆପଣଙ୍କ ସ୍ୱାସ୍ଥ୍ୟ

Weekly Health Horoscope 20 to 26 October 2024: ଏହି ସପ୍ତାହରେ କିଛି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସଙ୍ଗେସଙ୍ଗେ ଆଉ କିଛି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡିବ ।

1/13

ମେଷ ରାଶି

ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ କିମ୍ବା ପରିବାରର ଜଣେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯେଉଁ କାରଣରୁ ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିବ । ତେଣୁ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।

2/13

ବୃଷ ରାଶି

ନୂଆ ସପ୍ତାହରେ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିପାରନ୍ତି । ପରିବାରରେ ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାଣିପାଗ ପରିବର୍ତ୍ତନ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବ ।

3/13

ମିଥୁନ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ସାମାନ୍ୟ ଥଣ୍ଡା, କାଶ ଜନିତ ରୋଗରେ ସଂକ୍ରମିତ ହୋଇପାରନ୍ତି ।

 

4/13

କର୍କଟ ରାଶି

ଅତ୍ୟଧିକ ବ୍ୟସ୍ତତା ଏବଂ ପାଣିପାଗ ପରିବର୍ତ୍ତନ କାରଣରୁ ଆପଣ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ପୂର୍ବରୁ ଥିବା ଅସୁସ୍ଥତାରୁ ମୁକ୍ତି ପାଇବେ ।

5/13

ସିଂହ ରାଶି

ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଭଲ ନୁହେଁ । ମୌସୁମୀ ପରିବର୍ତ୍ତନ କାରଣରୁ ଆପଣ କିମ୍ବା ପରିବାରର କେହି ଅସୁସ୍ଥ ହୋଇପାରନ୍ତି ।

6/13

କନ୍ୟା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ନୁହେଁ । ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଯେଉଁଥିପାଇଁ ମନରେ ଚିନ୍ତା ରହିବ ।

7/13

ତୁଳା ରାଶି

ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଏହି ସପ୍ତାହରେ ତାହା ଦୂରେଇ ଯିବ । ସପ୍ତାହଟିରେ ସ୍ୱାସ୍ଥ୍ୟ ଭଲ ରହିବ । ସୁସ୍ଥ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ, ଆପଣ ବ୍ୟାୟାମ କରନ୍ତୁ ।

8/13

ବିଛା ରାଶି

ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ପୁରୁଣା ରୋଗ ପୁନର୍ବାର ଦେଖାଦେଇପାରେ । ଯେଉଁଥିପାଇଁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

9/13

ଧନୁ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ହେବ । କ୍ରନିକ୍ ରୋଗରୁ ମୁକ୍ତି ପାଇପାରନ୍ତି । ଯେଉଁ କାରଣରୁ ଆପଣଙ୍କ ମନ ଖୁସି ହେବ । ପରିବାରର ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

10/13

ମକର ରାଶି

ଏହି ସପ୍ତାହଟି ଆପଣଙ୍କ ପାଇଁ ଜଗରଖି ଚଳିବାର ସପ୍ତାହ । ପରିବାରରେ, ପତ୍ନୀ, ମା ଏବଂ ବାପା କିଛି ରୋଗର ଶିକାର ହୋଇପାରନ୍ତି । ଯେଉଁ କାରଣରୁ ଆର୍ଥିକ ଅବସ୍ଥା ମଧ୍ୟ ବିଶେଷ ପ୍ରଭାବିତ ହେବ ।

11/13

କୁମ୍ଭ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ନୂଆ ସପ୍ତାହ ଆପଣଙ୍କ ପାଇଁ ଭଲ ହେବାକୁ ଯାଉଛି । ପାଗ ପରିବର୍ତ୍ତନର ପ୍ରଭାବ କାରଣରୁ ପତ୍ନୀ ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ସୁରକ୍ଷିତ ରୁହନ୍ତୁ । ନିଜ ଖାଦ୍ୟପେୟକୁ ନିୟନ୍ତ୍ରଣ କରନ୍ତୁ ।

12/13

ମୀନ ରାଶି

ନୂଆ ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଅତ୍ୟଧିକ କାର୍ଯ୍ୟ ଏବଂ ପାଣିପାଗରେ ପରିବର୍ତ୍ତନ କାରଣରୁ ଶାରୀରିକ କ୍ଲାନ୍ତ ଅନୁଭବ କରିପାରନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।