Maheswar Mohanty: ମୂରବୀ ହୀନ ବିଷ୍ଣୁପ୍ରିୟା ଭବନ, ମହେଶ୍ୱରଙ୍କୁ ଖୋଜୁଛି ପୋଷା କୁକୁର ମାକ୍ସ
Advertisement
Article Detail0/zeeodisha/odisha1950959

Maheswar Mohanty: ମୂରବୀ ହୀନ ବିଷ୍ଣୁପ୍ରିୟା ଭବନ, ମହେଶ୍ୱରଙ୍କୁ ଖୋଜୁଛି ପୋଷା କୁକୁର ମାକ୍ସ

Maheswar Mohanty:  ପୋଷା କୁକୁର ମ୍ଯାକ୍ସ ଠାରୁ ଆରମ୍ଭ କରି ଘରେ କାର୍ଯ୍ୟ କରୁଥିବା କର୍ମଚାରୀ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ। ଅସୁସ୍ଥତା ଦିନଠାରୁ ଆଜି ପର୍ଯ୍ୟନ୍ତ କାହାରି ପେଟରେ ପଡିନାହିଁ ଦାନା। ପ୍ରତିଦିନ ସକାଳୁ ମହେଶ୍ୱରଙ୍କ ପୋଷା କୁକୁର ମ୍ଯାକ୍ସ ତାଙ୍କ ସହିତ ଖେଳିବା ପରେ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାଏ। ହେଲେ ଆଜିକୁ ନଅଦିନ ହେବ ଝୁରୁଛି ମାଲିକଙ୍କୁ। 

 

Maheswar Mohanty: ମୂରବୀ ହୀନ ବିଷ୍ଣୁପ୍ରିୟା ଭବନ, ମହେଶ୍ୱରଙ୍କୁ ଖୋଜୁଛି ପୋଷା କୁକୁର ମାକ୍ସ

Maheswar Mohanty: ଏବେବି ମହେଶ୍ୱରଙ୍କୁ ଝୁରୁଛି କୁମୁଟିସାହିର ବିଷ୍ଣୁପ୍ରୀୟା ଭବନ। ରାତି ପାହିଲେ ଯେଉଁଠି ଲୋକଙ୍କ ଗହଳି ଲାଗୁଥିଲା ତାହା ଆଜି ସମ୍ପୂର୍ଣ୍ଣ ଖାଁଖାଁ। ଏମିତିକି ଘରେ କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ବିଷାଦର ଛାୟା ମନରେ କୋହ ଆଖିରେ ଆଖିଏ ଅଶୃ। ସେପଟେ ଖାଲି ପଡିଛି ମହିଆ ଭାଇଙ୍କ ଦରବାର ଚେୟାର। ଆଉ ମୁରବୀ ଶୂନ୍ୟ ହୋଇଗଲା ବିଷ୍ଣୁପ୍ରୀୟା ଭବନ ଓ ଶ୍ରୀକ୍ଷେତ୍ର। ଦୁଇ ଦଶନ୍ଧିର ଅପରାଜୟ ନେତା ମହେଶ୍ୱର ମହାନ୍ତି। ପ୍ରତିଦିନ ଘରେ ବସୁଥିଲା ମହେଶ୍ୱରଙ୍କ ଦରବାର। ଆଉ ମହିଆ ଭାଇଙ୍କୁ ଗୁହାରୀ କରିବାକୁ ଆସୁଥିଲେ ଶହଶହ ଲୋକେ। ହେଲେ ଦେହାନ୍ତ ପରେ ସବୁକିଛି ନିସ୍ତବ୍ଧ। ପୋଷା କୁକୁର ମ୍ଯାକ୍ସ ଠାରୁ ଆରମ୍ଭ କରି ଘରେ କାର୍ଯ୍ୟ କରୁଥିବା କର୍ମଚାରୀ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ। ଅସୁସ୍ଥତା ଦିନଠାରୁ ଆଜି ପର୍ଯ୍ୟନ୍ତ କାହାରି ପେଟରେ ପଡିନାହିଁ ଦାନା। ପ୍ରତିଦିନ ସକାଳୁ ମହେଶ୍ୱରଙ୍କ ପୋଷା କୁକୁର ମ୍ଯାକ୍ସ ତାଙ୍କ ସହିତ ଖେଳିବା ପରେ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାଏ। ହେଲେ ଆଜିକୁ ନଅଦିନ ହେବ ଝୁରୁଛି ମାଲିକଙ୍କୁ। 

ଆଖିରୁ ଗଡାଉଛି ଲୁହ। ଖାଲି ସେ ଏକୁଟିଆ ନୁହେଁ ମହେଶ୍ୱରଙ୍କ ଘରେ କାମ କରୁଥିବା ତିନିଜଣ କର୍ମଚାରୀ ଏବେବି ବାବୁଙ୍କୁ ଝୁରୁଛନ୍ତି। ସେପଟେ ପ୍ରତିଦିନ ବିଭିନ୍ନ କାର୍ଯ୍ଯକ୍ରମକୁ ନେବା ଆଣିବା କରୁଥିବା କାର୍ ଡ୍ରାଇଭର ଭିମ ଆଖିରୁ ଶୁଖୁନାହିଁ ଲୁହ। ଗାଡିରେ କାହାକୁ ଆଉ ନେବି କିଏ ମୋ ଦୁଃଖ ବୁଝିବ। ମୋ ବାବୁ ମୋ ଭଗବାନ। ଆଉ ଗାଡି କାହା ପାଇଁ ଚଲାଇବି ବୋଲି କୋହଭରା କଣ୍ଠରେ କହିଛନ୍ତି ଘର କର୍ମଚାରୀ ମଣ୍ଟୁ ଓ ଡ୍ରାଇଭର ଭିମ। ପ୍ରତିଦିନ ବିଷ୍ଣୁପ୍ରୀୟା ଭବନରେ ବସୁଥିବା ମହିଆଙ୍କ ଦରବାର ଆଜି ଜନଶୂନ୍ଯ। ଘରେ ଶୋକାକୁଳ ପରିବେଶ। ଚାଲିଛି ମୁର୍ତ୍ତିକା କର୍ମ। ହେଲେ ଖାଲି ପଡିଛି ଦରବାର ଚେୟାର। ଚେୟାରରେ ମହେଶ୍ୱର ବସି ପ୍ରତିଦିନ ଶୁଣୁଥିଲେ ଲୋକଙ୍କ ଆପତ୍ତି ଅଭିଯୋଗ। 

ଆଉ କେହି ଏହି ଚେୟାର ସମ୍ମୁଖରୁ ଖାଲି ହାତରୁ ଫେରୁନଥିଲେ। ମାତ୍ର ଆଜି ସେହି ଖାଲି ଚେୟାରକୁ ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି କର୍ମଚାରୀ। ମହେଶ୍ୱରଙ୍କ ନିକଟରେ କାର୍ଯ୍ଯ କରି ନିଜର ପେଟପୋଷି ନିଜର ପରିବାର ପ୍ରତିପୋଷଣ କରୁଥିବା କର୍ମଚାରୀ ମାନେ ଆଜି ନିଃସହାୟ। କିଏ ଆମ ଦୁଃଖ ବୁଝିବ ବୋଲି କୋହଭରା କଣ୍ଠରେ କହିଛନ୍ତି କର୍ମଚାରୀ। ଖାଲି ସେତିକି ନୁହେଁ ମହେଶ୍ୱରଙ୍କ ଘର ସହ ଜଡିତ ଅନେକ ଲୋକ ଆଜି ବି ତାଙ୍କ ଘରକୁ ଯାଉଛନ୍ତି ହେଲେ ମହିଆ ଭାଇଙ୍କୁ ନଦେଖି ଲୁହ ଗଡାଉଛନ୍ତି ବୋଲି କହିଛନ୍ତି କର୍ମଚାରୀ ଦେବେନ୍ଦ୍ର ମୁଦୁଲି, ସୁଶାନ୍ତ ମିଶ୍ର। ମହେଶ୍ୱରଙ୍କ ଅବର୍ତ୍ତମାନରେ ମୁରବି ଶୂନ୍ୟ ପୁରୀ। କାହା ପାଖରେ ଲୋକେ କରିବେ ଗୁହାରୀ ଆଉ କିଏ ଧରିବ ମହେଶ୍ୱରଙ୍କ ଉତ୍ତରାଧିକାରୀ ତାହାକୁ ଅପେକ୍ଷା।

Also Read: Odisha Bus Strike: ଛିଣ୍ଡୁନି ବସ୍‍ ବିବାଦ: ୨୨ ତାରିଖରୁ ଘରୋଇ ମାଲିକଙ୍କ ଧାରଣା