VK Pandian: 'ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ ଦେଲେ ଖୁସି ଖବର'
Advertisement
Article Detail0/zeeodisha/odisha1548831

VK Pandian: 'ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ ଦେଲେ ଖୁସି ଖବର'

Birsa Munda Hockey Stadium News: ଚଳିତ ବର୍ଷ ହକି ବିଶ୍ୱକପ ପାଇଁ ରାଉରକେଲାରେ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ 'ବିର୍ସା ମୁଣ୍ଡା ହକି ଷ୍ଟାଡିଅମ' ଲୋକାର୍ପିତ ହୋଇଥିଲା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମକୁ ଲୋକାର୍ପଣ କରିଥିଲେ। ଆଉ ଏହି ଷ୍ଟାଡିୟମ ଏବେ ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି । ଯାହାକୁ ନେଇ ସାରା ଓଡ଼ିଶାବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି।

VK Pandian: 'ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ ଦେଲେ ଖୁସି ଖବର'

Birsa Munda Hockey Stadium: ଏବେ ସାରା ରାଜ୍ୟରେ ହକି ଫିଭର । ହକି ମହାକୁମ୍ଭର ଆଜି ହେଉଛି  ଶେଷ ବା ଫାଇନାଲ ମ୍ୟାଚ୍ ।  ସୁପର ସଣ୍ଡେରେ ହେବ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ହେଲେ ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଖୁସି ଖବର ଦେଇଛନ୍ତି ।

ଆଉ ଏହି ଖୁସି ଖବର ପୁରା ଓଡ଼ିଶାବାସୀଙ୍କ ପାଇଁ ବୋଲି ପାଣ୍ଡିଆନ (VK Pandian) କହିଛନ୍ତି। ଏକ ଭିଡିଓ ରିଲିଜ କରି ପାଣ୍ଡିଆନ କହିଛନ୍ତି ଯେ, 'ଏହି ଖୁସିଖବର ପୁରା ଓଡ଼ିଶା ବାସୀଙ୍କ ପାଇଁ । ତେବେ ଚାଲନ୍ତୁ ଏହି ଖୁସି ଖବର ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା। ମୁଁ ତ ଅପେକ୍ଷା କରିପାରୁନି ଏ ଖୁସି ଖବର ପାଇବା ମାତ୍ରେ କେତେ ଖୁସି ହେବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ତେବେ ଚାଲନ୍ତୁ ତାଙ୍କୁ ଖୁସି ଦେଖିବା'। ଏଠାରେ  କହିରଖୁଛୁ ଯେ, ରାଉରକେଲାରେ ୨୧ ହଜାର ବସିବା କ୍ଷମତା ବିଶିଷ୍ଟ ନବ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି। ରାଜ୍ୟର 5T ସଚିବ ଭିକେ ପାଣ୍ଡିଆନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ(Chief Minister Naveen Patnaik) ସହ ଏହି ଖୁସିକୁ ବାଣ୍ଟିବା ବେଳର ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଖୁବ ଭାଇରାଲ ହେବାରେ ଲାଗିଛି। 

ଚଳିତ ବର୍ଷ ହକି ବିଶ୍ୱକପ ପାଇଁ ରାଉରକେଲାରେ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ 'ବିର୍ସା ମୁଣ୍ଡା ହକି ଷ୍ଟାଡିଅମ'(Birsa Munda Hockey Stadium) ଲୋକାର୍ପିତ ହୋଇଥିଲା।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମକୁ ଲୋକାର୍ପଣ କରିଥିଲେ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ "ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ଓଡ଼ିଶା ମାଟିର ଗୌରବ ଗାନ କରୁଛି । ବିଶ୍ଵ କ୍ରୀଡା ଇତିହାସରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ । ଏହି ଅବସରରେ ବିଶ୍ଵ କପ୍  ଜିତିଲେ ପ୍ରତି ଭାରତୀୟ  ଖେଳାଳି ଏକ କୋଟି  ଟଙ୍କା ପାଇବେ ବୋଲି ଘୋଷଣା କରିଥିଲେମୁଖ୍ୟମନ୍ତ୍ରୀ । 

ଏହି ଷ୍ଟାଡିୟମ ସମଗ୍ର ଦେଶକୁ ଓଡ଼ିଶାର ସବୁଠାରୁ ଶ୍ରେଷ୍ଠ ଉପହାର ।  ମୁଖ୍ୟମନ୍ତ୍ରୀ (Odisha Chief Minister)ଆହୁରି କହିଥିଲେ ଯେ, ହକିକୁ ଭଲ ପାଉଥିବା ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି । ଏହି ଷ୍ଟାଡିୟମ ଭାରତୀୟ ହକିର ଏନ୍ତୁଡିଶାଳ ହୋଇ ରହିବ । ୧୨୦କୋଟି ଟଙ୍କା ଖର୍ଚ୍ଚରେ ମାତ୍ର ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍  ନିର୍ମିତ ହୋଇଛି । FIH ପାଖରୁ ମଧ୍ୟ ଏହାକୁ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ଭାବେ ମାନ୍ୟତା ମିଳିସାରିଛି । ଆଉ ଆଜି ଗିନିଜ୍ ବୁକରେ ସ୍ଥାନ ପାଇ ପ୍ରତି ଓଡ଼ିଆଙ୍କ ଗର୍ବ ଓ ଗୌରବକୁ ଦ୍ୱି-ଗୁଣିତ କରିଛି ଏହି ହକି ଷ୍ଟାଡିୟମ। 

Also Read:  Old Pension Scheme: ପୁରୁଣା ପେନସନକୁ ନେଇ ସୃଷ୍ଟି ହେଲା ବବାଲ୍, ଜାଣନ୍ତୁ ନୂଆ ପେନସନ ଅପେକ୍ଷା ଏହା କିପରି ଅଧିକ ଲାଭଦାୟକ?