Advertisement
Photo Details/zeeodisha/odisha2650260
photoDetails0hindi

KIIT University Fees: କିଟ୍ ରେ ପଢିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ କୋର୍ସ ପାଇଁ କେତେ ଦେବାକୁ ପଡେ ଫି?

KIIT University Fees: ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ବିଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉକ୍ତ ନେପାଳୀ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର ଉନ୍ମକ୍ତକାଣ୍ଡ ଭିଆଇଛନ୍ତି। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଉ ଏହି ଘଟଣା ପରେ ରାଜ୍ୟ ନୁହେଁ ରାଜ୍ୟ ବାହାରେ ଓ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୂ ପାଲଟିଛି କିଟ୍ । ତେବେ ଆସନ୍ତୁ ଜାଣିବା କିଟ୍ ରେ ପଢିବାକୁ ହେଲେ କେତେ ଟଙ୍କା ଦେବାକୁ ପଡ଼ିଥାଏ। 

2/5

ବିଟେକ୍ ମେକାନିକାଲ୍ ଇଞ୍ଜିନିୟରିଂ କୋର୍ସର ଫିସ୍ ଚାରି ବର୍ଷ ପାଇଁ ୧୪ ଲକ୍ଷ ଟଙ୍କା ଅଟେ। ବିକମ୍ କୋର୍ସର ଫିସ୍ ପାଖାପାଖି ୭.୭ ଲକ୍ଷ ଟଙ୍କା ଅଟେ।

Also See Video: KIIT University New Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ଭାଇରାଲ ହେଲା ଆଉ ଏକ ଭିଡିଓ

Also Read: Shukra Chalan 2025: ମୀନ ରାଶିରେ ଚଳନ କରୁଛନ୍ତି ଶୁକ୍ର, ଧନଧାନ୍ୟରେ ଅଭାବ ରହିବନି ଏହି ୩ରାଶିର ଜୀବନ

3/5

ଏମ୍‌ଏସ୍‌ସି କୋର୍ସର ଫିସ୍ ପାଖାପାଖି ୩.୬ ଲକ୍ଷରୁ ୬ ଲକ୍ଷ ଟଙ୍କା ଅଟେ। ଏମ୍‌ଡି କୋର୍ସର ଫିସ୍ ପାଖାପାଖି ୧୮.୮ ଲକ୍ଷରୁ ୬୯ ଲକ୍ଷ ଟଙ୍କା ଅଟେ।

4/5

ଏମ୍‌ବିଏ କୋର୍ସର ଫିସ୍ ପ୍ରାୟ ସାଢେ ୩ ଲକ୍ଷରୁ ୧୦.୩ଲକ୍ଷ ଟଙ୍କା। ବିଟେକ୍ କୋର୍ସର ଫିସ୍ ପ୍ରାୟ ୩.୮ ଲକ୍ଷରୁ ୧୯ ଲକ୍ଷ ଟଙ୍କା। ପିଜିଡିଏମ୍ କୋର୍ସର ଫିସ୍ ପ୍ରାୟ ୫.୬୧ ଲକ୍ଷରୁ ୧୨.୯ ଲକ୍ଷ ଟଙ୍କା।

5/5

ଏମଇ/ଏମଟେକ୍ କୋର୍ସର ଫିସ୍ ପ୍ରାୟ୪.୬୮ ଲକ୍ଷରୁ ୧୯ଲକ୍ଷ ଟଙ୍କା । ପିଏଚଡି କୋର୍ସର ଫିସ୍ ପ୍ରାୟ ୮୫ ହଜାରରୁ ୧୨ ଲକ୍ଷ ଟଙ୍କା।

Disclaimer: ଏହା ତଥ୍ୟ ସୂଚନା ମାତ୍ର । ସଠିକ୍ ତଥ୍ୟ ଜାଣିବାକୁ ହେଲେ କଲେଜର ଅଫିସିଆଲ୍ ୱେବସାଇଟ୍ କୁ ଭିଜିଟ୍ କରିପାରିବେ।