Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ
Advertisement
Article Detail0/zeeodisha/odisha1941301

Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ

Ollywood News: ଆଜି ଅଭିନେତା ମନୋଜ ଫେସବୁକରେ ଏକ ଷ୍ଟାଟସ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ ମତେ କଲ୍ କରିଥିଲେ ମୁଁ ତାଙ୍କୁ ସମାଧାନର ବାଟ କହିଛି ।

Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ

Ollywood News: ନୂଆ ଓଡ଼ିଆ ଚଳଚିତ୍ର 'ରାମ୍' ଓ ମାଇଣ୍ଡ୍ ଗେମକୁ ନେଇ ଓଲିଉଡରେ ଉପୁଜିଥିବା ଝଟ ଏବେ ନୂଆ ମୋଡ଼ ନେବାରେ ଲାଗିଛି । ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ପଶ୍ଚିମ ଓଡ଼ିଶାର କଳାକାରମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । କୋଶଲ୍‌ ସେନା ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇ ଅଭିନେତା ଅରିନ୍ଦମ, ଅନୁଭବ ଓ ଫିଲ୍ମ ପ୍ରଯୋଜକଙ୍କ ନାମରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଥିଲା । ଏଥିସହ କୋଶଲ ସେନା ପକ୍ଷରୁ ସେମାନଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା । ଆଜି ଅଭିନେତା ମନୋଜ ଫେସବୁକରେ ଏକ ଷ୍ଟାଟସ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ ମତେ କଲ୍ କରିଥିଲେ ମୁଁ ତାଙ୍କୁ ସମାଧାନର ବାଟ କହିଛି ।

ପୂର୍ବରୁ ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ସିନେମାରୁ ବ୍ୟାନ୍ କରାଯିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିପାଇଁ ଏହା ବିରୋଧରେ ପ୍ରତିବାଦ କରାଯାଇଛି । କରାଯାଇଥିବା ବ୍ୟାନକୁ ଶୀଘ୍ର ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବା ନେଇ କୋଶଲ୍‌ ସେନା ଚେତାବନୀ ଦେଇଛି । ଅଭିନେତା ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ବ୍ୟକ୍ତିଗତ ବିବାଦରୁ ଝଡ଼ ବର୍ତ୍ତମାନ ନୂଆ ମୋଡ ନେଇଥିବା ସୋସିଆଲ ମିଡିଆରେ ପ୍ରକାଶ ପାଉଛି ।

ଏହା ମଧ୍ୟରେ ସୋସିଆଲ ମିଡିଆ ମାଧ୍ୟମରେ ଓଲିଉଡ ଅଭିନେତା ଅରିନ୍ଦମ ରୟ ମନୋଜ ମିଶ୍ରଙ୍କୁ ଆଲୋଚନା କରିବା ନେଇ ଅନୁରୋଧ କରିଥିଲେ । କିନ୍ତୁ ଅଭିନେତା ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ପଶ୍ଚିମ ଓଡ଼ିଶା କଳାକାରମାନେ କ୍ଷୋଭ ପ୍ରକାଶ କରିଥିଲେ । ହାସ୍ୟ ଅଭିନେତା ଜୋଜୋ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ଅନୁଭବ ମହାନ୍ତି ସୋସିଆଲ ମିଡିଆରେ କହିଲେ ମୁଁ ମନୋଜ ମିଶ୍ରଙ୍କୁ ବଡ଼ ଭାଇ ବୋଲି ମାନେ ତେବେ ଯଦି ସେ ବଡ଼ ଭାଇ ବୋଲି ମାନୁଛନ୍ତି ତାଙ୍କ ପାଖରେ ତ ମନୋଜ ମିଶ୍ରଙ୍କ ନମ୍ୱର ଥିବ ସେ କଲ୍ କରି କଥା ନହୋଇ ଏମିତି ସୋସିଆଲ ମିଡିଆରେ କାହିଁକି କହିଲେ । ଅନ୍ୟପଟେ ଜୋଜୋଙ୍କ ପ୍ରଶ୍ନର ଉତ୍ତର ଦେଇ ଅଭିନେତା ପ୍ରକାଶ ଯେନା ସୋସିଆଲ ମିଡିଆରେ କହିଥିଲେ ଜୋଜୋ ଜାଣିରଖିବା ଆବଶ୍ୟକ ଅନୁଭବ ମହାନ୍ତି ହେଉଛନ୍ତି ସୁପରଷ୍ଟାର୍ ।

ତେବେ ଏହି ବିବାଦକୁ ନେଇ ଜଣେ ରାଜନେତା ହସ୍ତକ୍ଷେପ କରିଥିଲେ । ପରେ ସୋସିଆଲ ମିଡିଆରେ ଏହା ମଧ୍ୟ ଦେଖିବାକୁ ମିଳିଲା ଯେ ଓଡ଼ିଶାକୁ ଦୁଇ ଭାଗ କରିଦିଆଯାଉଛି । ପଶ୍ଚିମ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ସହିତ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରସଙ୍ଗକୁ ନେଇ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଭେମ୍ବର ୧୫ ତାରିଖରେ କୋଶଲ୍‌ ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପଟେ, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଦୁନିଆର ବିଭିନ୍ନ ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଉପୁଜିଥିବା ସମସ୍ତ ବାଦ ବିବାଦକୁ ଶେଷ କରିବାକୁ ଗତକାଲି ଭୁବନେଶ୍ବର ସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟରେ  ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା, ଯାହାର ଲକ୍ଷ୍ୟ ଥିଲା ସମସ୍ତଙ୍କ ମଧ୍ୟରେ ସଦ୍ଭାବନା ବାଣ୍ଟିବା । ଏହି ଶୋଭାଯାତ୍ରାରେ ବିଭିନ୍ନ କ୍ଷେତ୍ରର ସିନେପ୍ରେମୀ ଯୋଗ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ବରିଷ୍ଠ ସଂଳାପ ଲେଖକ ଡକ୍ଟର ରଜନୀ ରଞ୍ଜନ, ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ସଂଳାପକାର ବିଜୟ ଶଙ୍କର ଦାଶ, ରୋଟାରୀଆନ ଡକ୍ଟର ପ୍ରସନ୍ନ ଚୌଧୁରୀ, ପ୍ରଯୋଜକ, ଗୀତିକାର ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଯୋଜକ ଶିବିର ପରିଡା, ବିଶିଷ୍ଟ ବ୍ୟବସାୟୀ ତେଜେଶ୍ୱର ରାଓ, ସାମ୍ବାଦିକ ମାଧବ ବେହୁରା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଯୁବ ନିର୍ଦ୍ଦେଶକ ଖଗେଶ୍ୱର ଜୟପୁରିଆ ପ୍ରମୁଖ ଏହି ଶୋଭାଯାତ୍ରା ରେ ଭାଗ ନେଇଥିଲେ । ଆମେ ପ୍ରତିବାଦ ନୁହେଁ ସମାଧାନ ଚାହୁଁ, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବଞ୍ଚିରହୁ, ପ୍ରତିବାଦ ନୁହେଁ ଆମେ ଶାନ୍ତି ଚାହୁଁ ଏହି ଭଳି ବାର୍ତ୍ତା ନେଇ ଏଇ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା । ତେବେ ଏଇ ଶୋଭାଯାତ୍ରାର ପ୍ରଭାବ ନିଶ୍ଚିତ ଭାବେ ପଡିବ ଏବଂ ସମାଧାନର ବାଟ ଫିଟିବ ଯାହା ଫଳରେ ଆଗକୁ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା","ମାଇଁ ସୁଇଟ୍ ହାଉସ୍ ଓ୍ବାଇଫ୍" ଓ "ରାଉଡିରାଜା"ଗୁଡିକ ଉପରେ କୌଣସି କୁ ପ୍ରଭାବ ପଡିବ ନାହିଁ ବୋଲି ପ୍ରଣୟ ଜେଠୀ ମତ ଦେଇଛନ୍ତି ।

Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ