Advertisement
Photo Details/zeeodisha/odisha2627379
photoDetails0hindi

ଗୌରୀ ଗଣନାଟ୍ୟ ଗାୟିକା ଲିଜାଙ୍କ ୧୦ଟି ଫଟୋ ଭାଇରାଲ୍

Singer Liza: ବର୍ତ୍ତମାନ ଲିଜାଙ୍କୁ ନେଇ ଜଲିଉଡରେ ଖୁବ ଚର୍ଚ୍ଚା । କମ ଦିନ ମଧ୍ୟରେ ସେ ନିଜ କଳା ଦ୍ୱାରା ସଭିଙ୍କୁ ଆପଣାର କରିବାରେ ସଫଳ ହୋଇଛନ୍ତି ।

1/10

MSW ରେ ପିଜି କରିବା ପରେ ଭଦ୍ରକ ମେଡିକାଲ ସିଡିଏମଓ ଅଫିସରେ କାର୍ଯ୍ୟ କରୁଥିଲେ ଲିଜା । ତାପରେ ଯାତ୍ରାରେ ଯୋଗ ଦେଇଥିଲେ ।

2/10

ପ୍ରଥମେ ପାର୍ବତୀ ଗଣନାଟ୍ୟରେ ଯୋଗ ଦେବା ପରେ ଦର୍ଶକଙ୍କ ସାମ୍ନାକୁ ଆସି ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ ଲିଜା

3/10

ରାତିରେ ଯାତ୍ରାର ତମ୍ୱୁ ତଳେ ଲିଜାଙ୍କ କଣ୍ଠସ୍ୱର ଦର୍ଶକଙ୍କୁ ଖୁବ ଆପଣାର କରିପାରିଥିଲା ।

4/10

କ୍ୟାରିୟରକୁ ଆଉ ଗୋଟିଏ ପାଦ ଆଗକୁ ନେବା ପାଇଁ ଲିଜା ପାର୍ବତୀ ଗଣନାଟ୍ୟରୁ ବିରତୀ ନେଇ ଗୌରୀ ଗଣନାଟ୍ୟରେ ଯୋଗ ଦେଇଥିଲେ ।

5/10

ଓଡ଼ିଆ ଭଜନଠୁ ଆରମ୍ଭ କରି ଆଧୁନିକ, ସିନେମା, ଆଇଟମ୍ ଗୀତ, ଭଜପୁରୀ ସବୁ ପ୍ରକାରର ଗୀତ ଗାଇବାରେ ଲିଜା ବେଶ୍ ମାହିର୍ ।

6/10

ଲିଜା ଗୀତ ଗାଇବା ବ୍ୟତୀତ ବିଭିନ୍ନ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳ ବୁଲିବାକୁ ଖୁବ ପସନ୍ଦ କରନ୍ତି ।

7/10

କେବଳ ସେତିକି ନୁହେଁ, ସମୟ ମିଳିଲେ ନିଜ ଦର୍ଶକଙ୍କୁ ଏକ ଭିନ୍ନ ଢଙ୍ଗରେ ମନୋରଞ୍ଜନର ଖୋରାକ ଦେବା ପାଇଁ ଲିଜା ବ୍ଲଗିଂ ମଧ୍ୟ କରିଥାନ୍ତି ।

8/10

ଲିଜାଙ୍କୁ ଦେଖିବା ସହ ତାଙ୍କ ସୁମଧୁର କଣ୍ଠରୁ ସଙ୍ଗୀତ ଶୁଣିବା ପାଇଁ ଯାତ୍ରାପ୍ରେମୀ ଉତ୍ସାହର ସହ ଅପେରା ପାର୍ଟିକୁ ଆସିଥାନ୍ତି ।

9/10

ଆପଣଙ୍କୁ କହିରଖୁଛୁ ଯେ, ଲିଜାଙ୍କ ଭଉଣୀ ଜଲି ମଧ୍ୟ ଯାତ୍ରା ଜଗତରେ ବେଶ୍ ଜଣାଶୁଣା । ଯାତ୍ରା ଇନ୍ଦ୍ରଭୂବନରେ ଅଭିନେତ୍ରୀ ଅଛନ୍ତି ।

10/10

ଲିଜା ପୂର୍ବରୁ କିଛି ଗଣମାଧ୍ୟମରେ ସାକ୍ଷାରକାର ଦେଇ ନିଜ ଜୀବନରେ ଘଟିଥିବା ଅନେକ ମୁହୂର୍ତ୍ତ ସମ୍ପର୍କରେ କହିଛନ୍ତି । ତେବେ ନିକଟରେ ଲିଜାଙ୍କର ପିତୃ ବିୟୋଗ ହୋଇଯାଇଛି । ଯାହାଫଳରେ ସେ ଦୁଃଖରେ ଭାଙ୍ଗିପଡିଥିଲେ । ସେହି ସମୟରେ ସହକଳାକାରମାନେ ଲିଜାଙ୍କୁ ସମବେଦନା ଜଣାଇଥିଲେ