Dutee Chand: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁହଁ ଖୋଲିଲେ ଦୂତି, କହିଲେ ସବୁ ପ୍ଲାନ୍ ମୋର...
Advertisement
Article Detail0/zeeodisha/odisha1920942

Dutee Chand: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁହଁ ଖୋଲିଲେ ଦୂତି, କହିଲେ ସବୁ ପ୍ଲାନ୍ ମୋର...

Dutee Chand: ସମଲିଙ୍ଗୀ ବିବାହକୁ ନେଇ ଏବେ ମୁହଁ ଖୋଲିଛନ୍ତି ଆଥଲେଟ ଦୂତି ଚାନ୍ଦ ।  ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ବୋଲି ମୁଁ ଆଶା ରଖିଛି ବୋଲି କହିଛନ୍ତି ଦୂତି ଚାନ୍ଦ । ଏହାସହ ଦୂତି ପ୍ରଶ୍ନ କରିଛନ୍ତି ଯେ, ଅନେକ ଦେଶ ଏହି ବିବାହକୁ ଆଇନଗତ ମୌଳିକଗତ ସ୍ୱୀକୃତି ଦେଇଥିବା ବେଳେ ଆମ ଦେଶ କାହିଁକି ଏହାକୁ ବିରୋଧ କରୁଛି?

 

Dutee Chand: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁହଁ ଖୋଲିଲେ ଦୂତି, କହିଲେ ସବୁ ପ୍ଲାନ୍ ମୋର...

Dutee Chand: ଗତକାଲିର ଏକ ଖବର ସମଲିଙ୍ଗୀଙ୍କ ପାଇଁ ଚିନ୍ତା ବଢାଇଥିଲା। ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିରେ ସିଜେ କହିଥିଲେ ଯେ, ଏହାକୁ ଏକ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ସେ କହିଥିଲେ ଯେ କୋର୍ଟ ଆଇନ ତିଆରି କରିପାରିବେ ନାହିଁ, କିନ୍ତୁ ଏହାର ବ୍ୟାଖ୍ୟା କରିପାରିବେ। ଏହି ପ୍ରସଙ୍ଗରେ କୋର୍ଟ ଚଳିତ ବର୍ଷ ମେ ୧୧ ରେ ସଂରକ୍ଷିତ ରଖିଥିଲେ। ସମାନ ଲିଙ୍ଗ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିରେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ପଢାଯାଉଛି। ଏହି ପ୍ରସଙ୍ଗରେ ଚାରୋଟି ଭିନ୍ନ ନିଷ୍ପତ୍ତି ଆସୁଛି। CJI DY Chandrachud କହିଛନ୍ତି ଯେ ସମଲିଙ୍ଗୀ ଦମ୍ପତିମାନଙ୍କ ପାଇଁ ବିବାହ ଏକ ମୌଳିକ ଆଧାର ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ କୋର୍ଟ ଆଇନ ପ୍ରଣୟନ କରନ୍ତି ନାହିଁ, କିନ୍ତୁ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବେ।

ତେବେ ଏହି ନିଷ୍ପତ୍ତି ପରେ ଆଥଲେଟ ଦୂତି ଚାନ୍ଦ ଏବେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆମ ବାହାଘର ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ଏହା ଶୁଣି ମୁଁ ବହୁତ ମର୍ମାହତ ବୋଲି କହିଛନ୍ତି ଦୂତି ଚାନ୍ଦ। ସେ କହିଛନ୍ତି ଯେ, ନିଜ ବାନ୍ଧବୀ ମୋନାଲିସାଙ୍କୁ ବିବାହ କରିବାକୁ ନେଇ ସେ ଅନେକ କିଛି ପ୍ଲାନ କରିଥିଲେ । ହେଲେ ଏମିତି ଏକ ରାୟ ଆସିବା ପରେ ଆମ ବିବାହ ଏବେ ଅନିଶ୍ଚିତତା ଘେରରେ । କାରଣ ମୁଁ ମୋ ବାନ୍ଧବୀ ମୋନାଲିସାଙ୍କ ସହ ଦୀର୍ଘ ୫ ବର୍ଷ ହେଲା ରହିଆସିଛି। ମୁଁ ଆଶା କରୁଛି ଯେ, ସଂସଦ ଏହା ଉପରେ ଏକ ଆଇନ ପାସ୍ କରିବେ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିବ ବୋଲି ମୁଁ ଆଶା ରଖିଛି ବୋଲି କହିଛନ୍ତି ଦୂତି ଚାନ୍ଦ । ଏହାସହ ଦୂତି ପ୍ରଶ୍ନ କରିଛନ୍ତି ଯେ, ଅନେକ ଦେଶ ଏହି ବିବାହକୁ ଆଇନଗତ ମୌଳିକଗତ ସ୍ୱୀକୃତି ଦେଇଥିବା ବେଳେ ଆମ ଦେଶ କାହିଁକି ଏହାକୁ ବିରୋଧ କରୁଛି?

ସେପଟେ ଗତ ମାସେ ତଳେ ଚର୍ଚ୍ଚାର ପରିସରକୁ ଆସିଥିଲେ ଆଥଲେଟ୍ ଦୂତି ଚାନ୍ଦ । ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତିଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି ଚାନ୍ଦ। ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା।

Also Read: Same Sex Marriage Verdict: ସମଲିଙ୍ଗି ବିବାହକୁ ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ