Benefits of Banana: ଛୋଟ ଲିଙ୍ଗ କାରଣରୁ ଯୌନସମ୍ବନ୍ଧରେ ଆସୁଛି ବାଧା, ତେବେ କଦଳୀ କରିବ ସାହାଯ୍ୟ
Advertisement
Article Detail0/zeeodisha/odisha1853879

Benefits of Banana: ଛୋଟ ଲିଙ୍ଗ କାରଣରୁ ଯୌନସମ୍ବନ୍ଧରେ ଆସୁଛି ବାଧା, ତେବେ କଦଳୀ କରିବ ସାହାଯ୍ୟ

Benefits of Banana:ଯେଉଁ ପୁରୁଷ ମାନଙ୍କର ଲିଙ୍ଗ ଛୋଟ ବା ଲିଙ୍ଗରେ ସାମାନ୍ୟତଃ ପରିବର୍ତ୍ତନ ଦେଖାଦେଉଛି ତେବେ କଦଳୀ ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। କଦଳୀରେ ଫାଇବର ସହ ଭରପୂର ମାତ୍ରାରେ ପୋଟାସିୟମ ରହିଥାଏ ଯାହା ଶରୀରରେ ଅନେକ ଲାଭ ଦେଖାଇଥାଏ। 

 

Benefits of Banana: ଛୋଟ ଲିଙ୍ଗ କାରଣରୁ ଯୌନସମ୍ବନ୍ଧରେ ଆସୁଛି ବାଧା, ତେବେ କଦଳୀ କରିବ ସାହାଯ୍ୟ

Benefits of Banana: କଦଳୀ ଏମିତି ଏକ ଫଳ ଯାହାକୁ ସବୁ ଋତୁରେ ପାଇବାର ସୁବିଧା ଥାଏ। ଶସ୍ତା ସୁନ୍ଦର ମଜଭୁତ ଫଳ ଭାବେ  କଦଳୀଠୁ ବୋଧ ହୁଏ ଆଉ କିଛି ଫଳ ନଥାଇପାରେ। କଞ୍ଚାକଦଳୀ ହେଉ ବା ପାଚିଲା କଦଳୀ ଏହାର ଅନେକ ଔଷଧୀୟ ଗୁଣ ରହିଛି। ହେଲେ ଏମିତି ବହୁତ କମ୍ ଲୋକ ଜାଣିଥିବେ ଯେ, କଦଳୀ ପୁରୁଷମାନଙ୍କ ପାଇଁ ଅନେକ ଲାଭଦାୟକ। ରାତିରେ ଶୋଇବା ପୂର୍ବରୁ ବିବାହିତ ପୁରୁଷ ଗୋଟିଏ କଦଳୀ ଖାଇକି ଶୋଇଲେ ସେମାନଙ୍କ ଯୌନସ୍ୱାସ୍ଥ୍ୟ ଉପରେ ଅନେକ ଫାଇଦା ଦେଖାଇଥାଏ। ଗୋଟିଏ କଦଳୀ ଖାଇବା ଦ୍ୱାରା ନିଜ ପୁରୁଷତ୍ୱ ଉପରେ ଅନେକ ଲାଭ ମିଳିଥାଏ। ହେଲେ ଏହି କଦଳୀ ସଠିକ୍ ତରିକାରେ ଖାଇବାକୁ ପଡ଼ିବ। 

ତେବେ ଆସନ୍ତୁ ଜାଣିବା ବିବାହିତ ପୁରୁଷ କଦଳୀ ଖାଇଲେ ସେମାନଙ୍କୁ କଣ କଣ ଫାଇଦା ମିଳିଥାଏ। 

ବିବାହିତ ପୁରୁଷମାନଙ୍କ ପାଇଁ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । କଦଳୀରେ ପୋଟାସିୟମ୍ ଭରପୂର ଅଟେ, ଯାହା ଯୌନ ହରମୋନ୍ ଅର୍ଥାତ୍ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ମାତ୍ରାକୁ ବୃଦ୍ଧି କରିଥାଏ। ଏଥି ସହିତ, କଦଳୀ ଖାଇବା ଦ୍ୱାରା ପୁରୁଷମାନଙ୍କ ମଧ୍ୟରେ ସେକ୍ସ ଡ୍ରାଇଭ ମଧ୍ୟ ବୃଦ୍ଧି ପାଇଥାଏ। । ବହୁତ କମ୍ ଲୋକ ଜାଣନ୍ତି ଯେ କଦଳୀରେ (Banana) ବ୍ରୋମଲାଇନ୍ ଥାଏ, ଯାହା ରକ୍ତ କୁ ସଠିକ୍ ଉପାୟରେ ବୃଦ୍ଧି କରୁଥିବା ଏକ ଏନଜାଇମ୍ । ଏହା ପୁରୁଷଙ୍କ ଶୁକ୍ରାଣୁ ତିଆରିରେ ଉନ୍ନତି ଆଣେ ଏବଂ ପୁରୁଷମାନଙ୍କର ଯୌନ କାର୍ଯ୍ୟଦକ୍ଷତା ବୃଦ୍ଧି କରେ । ସେଥିପାଇଁ ବିବାହିତ ପୁରୁଷମାନେ ଶୋଇବା ପୂର୍ବରୁ ପ୍ରତିଦିନ ଉଷୁମ କ୍ଷୀର ସହିତ ଗୋଟିଏ କି ଦୁଇଟି କଦଳୀ ଖାଇବା ଉଚିତ୍। 

ସେହିପରି ଯେଉଁ ପୁରୁଷ ମାନଙ୍କର ଲିଙ୍ଗ ଛୋଟ ବା ଲିଙ୍ଗରେ ସାମାନ୍ୟତଃ ପରିବର୍ତ୍ତନ ଦେଖାଦେଉଛି ତେବେ କଦଳୀ ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। କଦଳୀରେ ଫାଇବର ସହ ଭରପୂର ମାତ୍ରାରେ ପୋଟାସିୟମ ରହିଥାଏ ଯାହା ଶରୀରରେ ଅନେକ ଲାଭ ଦେଖାଇଥାଏ। ତେବେ ମୋଟା ମୋଟି ଭାବେ କହିବାକୁ ଗଲେ କଦଳୀ ପୁରୁଷଙ୍କ ଯୌନସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ। ଅନେକ ଲୋକ ଭାବନ୍ତି ଯେ କଦଳୀ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ (Constipation) ହୋଇଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ସୂଚନା । 

କାରଣ କଞ୍ଚା କଦଳୀ କୋଷ୍ଠକାଠିନ୍ୟ ସୃଷ୍ଟି କରେ, କିନ୍ତୁ ସମ୍ପୂର୍ଣ୍ଣ ପାଚିଲା କଦଳୀରେ ପ୍ରଚୁର ପରିମାଣର ଫାଇବର ଥାଏ । ଯାହା କୋଷ୍ଠକାଠିନ୍ୟର ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ପ୍ରତିଦିନ ଉଷୁମ କ୍ଷୀର ସହିତ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳେ। କଦଳୀ ଆପଣଙ୍କ କିଡନୀ ପାଇଁ ମଧ୍ୟ ଲାଭଦାୟକ ଅଟେ । କାରଣ, ଏଥିରେ ପୋଟାସିୟମ ଥାଏ, ଯାହା ସୁସ୍ଥ କିଡନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କିଡନୀ ସମସ୍ୟା (Kidney Issue)  ଦୂର କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Health Tips: ପାର୍ଟନର ରହିବେ ଖୁସି, କାରଣ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ଯୌନସ୍ୱାସ୍ଥ୍ୟ ଉପରେ ପଡୁଛି ଏହି ଭଲ ପ୍ରଭାବ !

Also Read: Vaginal Discharge: ହ୍ୱାଇଟ୍ ଡିସଚାର୍ଜ ର ରଙ୍ଗ କହିବ କେଉଁ ରୋଗରେ ଆପଣ ପୀଡି଼ତ, ମହିଳାମାନେ ଜାଣିବା ଜରୁରୀ