Neem Benefits: ଶରୀରର ଅନେକ ସମସ୍ୟା ଦୂର କରିଥାଏ ନିମ୍ବପତ୍ର, ଖାଇଲେ ମିଳିଥାଏ ଏହିସବୁ ଜବରଦସ୍ତ ଫାଇଦା!
Advertisement
Article Detail0/zeeodisha/odisha1664870

Neem Benefits: ଶରୀରର ଅନେକ ସମସ୍ୟା ଦୂର କରିଥାଏ ନିମ୍ବପତ୍ର, ଖାଇଲେ ମିଳିଥାଏ ଏହିସବୁ ଜବରଦସ୍ତ ଫାଇଦା!

Neem Benefits: ସ୍ୱାସ୍ଥ୍ୟ ପାଇଁ ନିମ୍ବପତ୍ର କୌଣସି ବରଦାନଠାରୁ କମ୍ ନୁହେଁ । ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯଦିଓ ଏହାର ସ୍ବାଦ ପିତା ଅଟେ, କିନ୍ତୁ ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Neem Benefits: ନିମ୍ବପତ୍ର (Neem) ଶରୀର ପାଇଁ ଲାଭଦାୟୀ ତାହା ହୁଏତ ଖୁବ କମ୍ ଲୋକେ ଜାଣିଥିବେ। ଭଲ ସ୍ୱାସ୍ଥ୍ୟ ପାଇଁ ନିମ୍ବପତ୍ର କୌଣସି ବରଦାନଠାରୁ କମ୍ ନୁହେଁ । ଏହାଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯଦିଓ ଏହାର ସ୍ବାଦ ପିତା ଅଟେ, କିନ୍ତୁ ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ନିମ୍ବପତ୍ର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ନିମ୍ବପତ୍ରର ଉପକାରିତା ବିଷୟରେ।

  • ନିମ୍ବପତ୍ରକୁ ଚୋବାଇବା ଦ୍ୱାରା ପାଟି ସଫା ହେବା ସହ ଦାନ୍ତ କ୍ଷୟ ସମସ୍ୟା ଦୂର ହୋଇଥାଏ । ଏହା ଦ୍ବାରା ଦାନ୍ତ ମଜଭୁତ ହୋଇଥାଏ । ଏଥିପାଇଁ ଆପଣ ତାଜା ନିମ୍ ସ୍ପ୍ରିଗ୍ ବ୍ୟବହାର କରିପାରିବେ ।
  • ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ନିମ୍ବପତ୍ର ବେଶ ଲାଭଦାୟୀ ହୋଇଥାଏ । ପ୍ରତିଦିନ ଖାଲି ପେଟରେ ନିମ୍ବପତ୍ର ଖାଇବା ଦ୍ବାରା ଶରୀରକୁ ଫାଇଦା ମିଳିଥାଏ। ନିମ୍ବ ପତ୍ରର ସେବନ ଦ୍ବାରା ମଧୁମେହ (Diabetes) ରୋଗୀଙ୍କ ଇନସୁଲିନ୍ (insulin) ଆବଶ୍ୟକତାକୁ ୫୦% ପର୍ଯ୍ୟନ୍ତ ହ୍ରାସ କରିପାରିବ।
  • କ୍ଷତ ଭଲ କରିବା ଲାଗି ନିମ୍ବପତ୍ର କାମ କରିଥାଏ। ଏଥିରେ ଭରପୂର ମାତ୍ରାରେ ଆଣ୍ଟିସେପ୍ଟିକ୍ (Antiseptic) ଗୁଣ ରହିଛି, ଯାହା ଫୁଲା, ବ୍ରଣ ଓ କ୍ଷତକୁ ଭଲ କରିବାରେ ସହାୟକ ହୋଇଥାଏ ।
  • ନିମ୍ବପତ୍ର ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହା ଭିଟାମିନ୍ (ସି)ର (vitamin c) ଏକ ଉତ୍କୃଷ୍ଟ ଉତ୍ସ ଅଟେ । ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିବ୍ୟାକ୍ଟେରିଆଲ୍ (Antibacterial) ଗୁଣ ଶରୀର ପାଇଁ ଲାଭଦାୟୀ ହୋଇଥାଏ । ନିମ୍ବପତ୍ର ରକ୍ତକୁ ସଫା କରିଥାଏ । ରକ୍ତ ସଞ୍ଚାଳନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ।
  • ପ୍ରାୟତଃ ସମସ୍ତେ ଜାଣିଥିବେ ନିମ୍ବପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ (Antibacterial), ଆଣ୍ଟି-ଫଙ୍ଗଲ୍ ଓ ଆଣ୍ଟିଭାଇରାଲ୍ ଗୁଣ ରହିଥାଏ । ଯାହା ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁ ପ୍ରତିହିତ କରିବା ସହ ଥଣ୍ଡା, କାଶ ଆଦି ସମସ୍ୟାକୁ ଦୂର କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ନିମ୍ବପତ୍ର ହଜମ (Digestion) ପ୍ରକ୍ରିୟାରେ ଉନ୍ନତି ଆଣିଥାଏ। ଏହାର ପ୍ରଭାବ ଥଣ୍ଡା ହୋଇଥିବାରୁ ଏହା ଅମ୍ଳତା, ହୃଦଘାତରୁ ମୁକ୍ତି ଦେଇଥାଏ। ଏହା ପେଟ ଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ।

ତେବେ ଆଜିକାଲି ଅଧିକାଂଶ ଲୋକେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବାର ଦେଖାଯାଇଥାଏ । କିନ୍ତୁ ଯଦି ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହାଲେ ନିମ୍ବପତ୍ର ପାଣି ଏହା ପାଇଁ ଉପଯୋଗୀ ଅଟେ । ପ୍ରତ୍ୟେକ ଦିନ ନିମ୍ବ ପତ୍ର ପାଣିରେ ନିଜ ମୁହଁ ଧୋଇବ ଲାଭଦାୟୀ ହୋଇଥାଏ ।

ଚର୍ମ ଆଲର୍ଜିରୁ ମୁକ୍ତି

ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ଚର୍ମରେ ଥିବା କ୍ଷତିକାରକ ଜୀବାଣୁ ସହ ଲଢିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତିଦିନ ନିମ୍ବପତ୍ର ପାଣିରେ ମୁହଁ ଧୋଇବେ ଆପଣ ଚର୍ମ ଆଲର୍ଜି, ଦାଗ, କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବେ। 

ବ୍ରଣକୁ ଭଲ କରେ

ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ବ୍ରଣରୁ ମୁ୍କ୍ତି ମିଳିଥାଏ । ଏହାର କାରଣ ହେଉଛି ଚର୍ମରେ ଥିବା ମଇଳା ଏବଂ ଅତ୍ୟଧିକ ତେଲକୁ ସଫା କରିବାରେ ସାହାଯ୍ୟ କରିଥାଏ । ବ୍ରଣ ଦ୍ବାରା ମୁହଁ ଫୁଲିବାକୁ ବି କମ୍ କରିଥାଏ । ତେଣୁ ଯଦି ଆପଣ ବ୍ରଣ ସମସ୍ୟା ଭୋଗୁଛନ୍ତି ତେବେ ଆପଣ ପ୍ରତିଦିନ ନିମ୍ବପାଣିରେ ମୁହଁ ଧୁଅନ୍ତୁ । 

ତେଲିଆ ଓ ଶୁଷ୍କ ଚେହେରାକୁ ଭଲ କରିଥାଏ 

ନିମ୍ବପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିସେପ୍ଟିକ ଗୁଣ କ୍ଷତିକାରକ ଜୀବାଣୁକୁ ମାରିବାରେ ସାହାଯ୍ୟ କରିଥାଏ । ଏହା ଚର୍ମରେ ଥିବା ଅତ୍ୟଧିକ ତେଲକୁ ନିୟନ୍ତ୍ରଣ କରିବା ସହ ଚର୍ମକୁ କୋମଳ କରିଥାଏ । 

ଦାଗକୁ ଦୂର କରେ

ନିମ୍ବପତ୍ର ପାଣିରେ ମୁହଁ ଧୋଇଲେ ମୁହଁର ଉଜ୍ଜଳତା ଆସିଥାଏ । ଏହାସହ ଚେହେରାରେ ଥିବା ଦାଗ, କଳା ସ୍ପଟରୁ ମୁକ୍ତି ମିଳିଥାଏ । ଏମିତିରେ ଯଦି ଆପଣ ନିଜ ଚେହେରାକୁ ସଫା ରଖିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ନିମ୍ବପତ୍ର ପାଣିରେ ମୁହଁ ଧୁଅନ୍ତୁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)