Surya Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟର ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସୂର୍ଯ୍ୟଦେବ ଫେବୃଆରୀ ୧୯ ତାରିଖ ଦିନ ୧୨ଟା ୩୪ ମିନିଟ୍ ସମୟରେ ଶତାବିଶ ନକ୍ଷତ୍ରକୁ ଚଳନ କରିବେ। ଶତାବିଶ ନକ୍ଷେତ୍ର ହେଉଛି ଶନିଙ୍କ ନକ୍ଷେତ୍ର । ତେବେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ, ବ୍ୟକ୍ତି ଜୀବନରେ ସମସ୍ତ କ୍ଷେତ୍ର ସଫଳତା ପ୍ରାପ୍ତ ହେବା ସହିତ କ୍ୟାରିୟରରେ ଅଗ୍ରଗତି କରିବେ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଚଳନ କେଉଁ ରାଶିର ଭାଗ୍ୟ ଚମକାଉଛି...
କର୍କଟ: ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ମାନ ସମ୍ମାନ ବୃଦ୍ଧି ହେବା ସହିତ ଆୟ ବଢିବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଅର୍ଥ ରୋଜଗାର କରିବାକୁ ସକ୍ଷମ ହେବ। ବାକି ପଡିଥିବା ଟଙ୍କାକୁ ପାଇବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।
ट्रेन्डिंग फोटोज़