Advertisement
Photo Details/zeeodisha/odisha2625221
photoDetails0hindi

Guru Margi 2025: ବସନ୍ତ ପଞ୍ଚମୀ ପରେ ମାର୍ଗି ହେବେ ବୃହସ୍ପତି, ଫିଟିବ ୫ ରାଶିଙ୍କ ଭାଗ୍ୟ, ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍

Guru Margi 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ , ସନ୍ତାନ, ଦାନ, ଧର୍ମ ଓ ବିବାହର କାରକ ବୋଲି ବିବେଚନା କରାଯାଏ।  ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଥିବା ବେଳେ ଫେବୃଆରୀ ୪ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ବସନ୍ତ ପଞ୍ଚମୀ ପୂର୍ବରୁ ବୃହସ୍ପତିଙ୍କ ଓଲଟା ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥିବା ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ, ସମୃଦ୍ଧି ପ୍ରାପ୍ତ କରିବା ସହିତ କ୍ୟାରିୟରରେ ଅଭୂତପୂର୍ବ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ବସନ୍ତ ପଞ୍ଚମୀ ପରେ ଚମକିବାକୁ ଯାଉଛି...

1/5
  ମେଷ:  ବୃହସ୍ପତିଙ୍କ ରାଶି ପରିବର୍ତ୍ତନ  ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବ। ଯେଉଁମାନେ କୌଣସି ସଂସ୍ଥାରେ ବା ସେୟାର ମାର୍କେଟ୍ ରେ ପୁଂଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରିପାରିବେ।  ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। 

ALSO READ: Holi 2025: ଶନିଙ୍କ କୃପାରୁ ହୋଲି ପୂର୍ବରୁ ମାଲାମାଲ୍ ହେବେ ଏହି ୩ ରାଶି! ବେକାରୀଙ୍କ ମିଳିବ ଚାକିରି

ALSO READ: କାହା ପାଇଁ ମଥାରେ ସିନ୍ଦୁର ପିନ୍ଧିଲେ ଅଭିନେତ୍ରୀ ଅନୁ ଚୌଧୁରୀ, ଦେଖନ୍ତୁ ଏହି ଭିଡିଓ

 

 

2/5

ବୃଷ:  ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ।  ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ।  ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ଭଲ ସଂସ୍ଥାରୁ ଚାକିରି ମିଳିବା ନେଇ ଫୋନ୍ କଲ୍ ବା ଅଫର ଲେଟର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବଢିବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ବିଦେଶରେ ଚାଲିଥିବା ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।  ପରିବାର ସହ ଭଲ ସମୟ ଅତିବାହିତ କରିବେ। ଦିର୍ଘ ଦିନର ଗାଡି଼ କିଣିବାର ଆଶା ପୂରଣ ହେବ। ସ୍ବାସ୍ଥ୍ୟଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

3/5

କନ୍ୟା : ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଦରମା ବଢିବା ସହିତ ଆୟରେ ବୃଦ୍ଧି ଘଟିବ। ନୂଆ ଘର କିଣିବାର ସ୍ବପ୍ନ ପୂରଣ ହେବ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ବ୍ୟବସାୟରେ କାରବାର ବଢିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ବଡ଼ ପଦବୀ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ସିଙ୍ଗଲ୍ ଅଛନ୍ତି ବା ସାଥୀ ଖୋଜୁଛନ୍ତି, ସେମାନଙ୍କୁ ନୂଆ ଜୀବନ ସାଥୀ ମିଳିବାର ବେଶ୍ ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଅ-ବିବାହିତଙ୍କର ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

4/5

ବିଛା :  ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଚମକାଇବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ  ବିଦେଶ ଯିବାକୁ ମନ ବଳାଇଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ଆଶା ଠାରୁ ଅଧିକ ଲାଭ ପାଇବେ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ  ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ସେୟାର ମାର୍କେଟ୍ ରୁ ଲାଭ ପାଇବେ। ସମାଜରେ ମାନ, ସମ୍ମାନ, ପ୍ରତିଷ୍ଠା ବଢିବ। ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

5/5
ମକର: ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳାଇବେ ଦେବଗୁରୁ ବୃହସ୍ପତି। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କ୍ୟାରିୟରକୁ ନେଇ ଖୁସି ଖବର ମିଳିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ସାକାର ହେବ। ବ୍ୟାଙ୍କ ବାଲାନ୍ସ ବଢିବ। ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ଦେଣନେଣ ପାଇଁ ସମୟ ଶୁଭ ରହିବ।  ଚାକିରିଆମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘର ଓ ଗାଡି କିଣିବାର ସ୍ବପ୍ନ ପୂରଣ ହେବ।     (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)