Garlic benefits for child: ରସୁଣ ପିଲାମାନଙ୍କ ଶରୀରର କୋଷଗୁଡ଼ିକୁ ଉତ୍ତେଜିତ କରି ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ।
ଏହା ବ୍ୟତୀତ, ଆପଣ ପିଲାମାନଙ୍କୁ ଯେକୌଣସି ପନିପରିବା କିମ୍ବା ଫଳ ରସ ସହିତ ମିଶ୍ରଣ କରି ତାଜା ରସୁଣ ରସ ଦେଇପାରିବେ। ରସୁଣରେ ଫାଇଟୋକେମିକାଲ୍ସ ଥାଏ ଯାହା ଅନ୍ତନଳୀରେ ଥିବା ଜୀବାଣୁକୁ ମାରିବାରେ ସାହଯ୍ୟ କରେ।।
ସେହିପରି ରସୁଣର ଆଣ୍ଟିମାଇକ୍ରୋବାୟଲ୍ ଗୁଣ ମଧ୍ୟ କ୍ଷତକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ ।
ଏହି କଥାଗୁଡ଼ିକୁ ମନେ ରଖନ୍ତୁ।
କେବଳ ଧଳା, ସଫା ଏବଂ ରସାଳ ରସୁଣ ବାଛନ୍ତୁ। ଶିଶୁ ପାଇଁ ଖାଦ୍ୟ ରାନ୍ଧିବା ସମୟରେ, ଏଥିରେ ରସୁଣ ମିଶାନ୍ତୁ। କଞ୍ଚା ରସୁଣ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ ।
ଯଦି ଆପଣଙ୍କ ଶିଶୁ ମାତ୍ର ୬ ମାସର ଏବଂ ଆପଣ ତାକୁ କଠିନ ଖାଦ୍ୟ ଦେବା ଆରମ୍ଭ କରିଛନ୍ତି, ତେବେ ଆପଣ ତାଙ୍କ ଖାଦ୍ୟରେ ରସୁଣର ଏକ କୋଲା ମଧ୍ୟ ମିଶାଇ ପାରିବେ। ଏହା ପିଲାର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବ ଏବଂ ସେ ଅନେକ ରୋଗ ଏବଂ ସଂକ୍ରମଣ ସହିତ ଲଢ଼ିପାରିବ।
ପିଲାମାନେ କେବେ ରସୁଣ ଖାଇପାରିବେ?
୬ ରୁ ୮ ମାସ ବୟସ ପରେ ଶିଶୁକୁ ରସୁଣ ଖୁଆଇ ପାରିବେ। ତଥାପି, କିଛି ପିଲା ରସୁଣକୁ ସହଜରେ ହଜମ କରିପାରନ୍ତି ନାହିଁ ଏବଂ ଆଲର୍ଜି ହୋଇଥାଏ ।
ରସୁଣ ପେଟ ବଥା, ପେଟ ଫୁଲିବା, ବାନ୍ତି କିମ୍ବା ଝାଡ଼ା ସୃଷ୍ଟି କରିପାରେ। ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଲକ୍ଷ୍ୟ କରନ୍ତି, ତେବେ ଶିଶୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ରସୁଣ ଦେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ
ट्रेन्डिंग फोटोज़