Monsoon Health Tips: ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ଏହି ଋତୁରେ ସାଧାରଣତଃ ସଂକ୍ରମଣର ଭୟ ଟିକେ ଅଧିକ ଥାଏ। ବିଶେଷକରି ବର୍ଷା ଦିନେ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଜରୁରୀ। ବର୍ଷା ଦିନରେ ଦହି ଖାଇବା ଶରୀର ପାଇଁ ଭଲ ନା ଖରାପ୍ । ତେବେ ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...
ଦହି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏଥିରେ ଥିବା ପ୍ରୋଟିନ୍ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଦହିରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି।
କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ତାଥା ଡାଏଟିସିଆନ୍ ଶିଖା ଅଗ୍ରଓ୍ବାଲ୍ ଶର୍ମାଙ୍କ ମତରେ ବର୍ଷା ଦିନେ ଦହି ଖାଇବା ଉଚିତ୍ ନୁହେଁ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ ଦହି ଖାଇବା ଦ୍ବାରା ହଜମ ପ୍ରକ୍ରିୟାକୁ ଏହା ପ୍ରଭାବିତ କରେ। ତେଣୁ ବର୍ଷା ଦିନେ ଦହି ଖାଇବା ଉଚିତ୍ ନୁହେଁ।
କାରଣ ବର୍ଷା ଋତୁରେ ଦୁଗ୍ଧଜାତୀୟ ଦ୍ରବ୍ୟରେ ଅଧିକ ଜୀବାଣୁ ଥିବାର ସମ୍ଭାବନା ଥାଏ। ତେଣୁ ସଂକ୍ରମଣର ଭୟ ଅଧିକ ଥାଏ।
ଯଦି ବର୍ଷା ଦିନେ ଦହି ଖାଇବାକୁ ଚାହୁଁଛନ୍ତି । ତେବେ, ସତେଜ ଦହି ଖାଆନ୍ତୁ। ଦହିକୁ ବର୍ଷା ଦିନେ ଅଧିକ ଦିନ ଫ୍ରିଜ୍ ରେ ରଖନ୍ତୁ ନାହିଁ। ବାସିଦହି ବା ଦିର୍ଘ ଦିନ ଧରି ଫ୍ରିଜ୍ ରେ ରଖିଥିବା ଦହିକୁ ଖାଇବା ଦ୍ବାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ଥାଏ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ट्रेन्डिंग फोटोज़