Advertisement
Photo Details/zeeodisha/odisha2497375
photoDetails0hindi

Career Horoscope: ନଭେମ୍ବର ୨ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ କୃପାରୁ ପାଇବେ ଅପାର ଲାଭ!

Career Horoscope 2 November 2024 : ଆଜି ନଭେମ୍ବର ୨ ଶନିବାର। ଅନୁରାଧା ନକ୍ଷେତ୍ରରେ ସୌଭାଗ୍ୟ ଯୋଗ ସୃଷ୍ଟି ହେବା ସହିତ ଶନିଦେବଙ୍କ କୃପାରୁ  ମିଥୁନ, ତୁଳାଙ୍କ ସମେତ ୫ ରାଶିଙ୍କ ଭାଗ୍ୟ ଆଜି ଚମକିବାକୁ ଯାଉଛି।  ଏହି ୫ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ ରହିବା ସହିତ ବ୍ୟବସାୟ ବାଣିଜ୍ୟରେ ଲାଭ ମିଳିବ। ଏବଂ ଚାକିରିଆଙ୍କ ଲାଗି କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ ସହ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ଲାଗି କିଭଳି ରହିବ କର୍ମକ୍ଷେତ୍ରରେ ଆଜିର ଦିନ?... 

 

1/12

ମେଷ: କ୍ୟାରିୟର ଦୃଷ୍ଟିକୋଣରୁ ଆଜିର ଦିନଟି ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ନୂଆ କାର୍ଯ୍ୟ ପାଇ ମନ ଉତ୍ସାହିତ ରହିବ। ସହକର୍ମୀଙ୍କ ସହଯୋଗ ପାଇବେ। ଯେଉଁମାନେ କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଛନ୍ତି । ସେମାନେ ନିଜର କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀ ଦ୍ବାରା ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟୀମାନେ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି।  ଆଶା କରୁଥିବା ଦିଗରୁ ଫଳ ମିଳିବ ନାହିଁ।  ପାରିବାରିକ ସ୍ତରରେ ହୋଇଥିବା ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହେବ। ଶାନ୍ତିର ବାତାବରଣ ଦେଖିବାକୁ ମିଳିବ। ଦାମ୍ପତ୍ୟଜୀବନ ସୁଖମୟହେବ ।

ALSO READ: Today Horoscope: ମିଥୁନ -ବିଛା ସହ ଏହିସବୁ ରାଶିଙ୍କ ଲାଗି ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Weekly Special Horoscope: ୭ ରାଶିଙ୍କ ପାଇଁ ଖାସ୍ ରହିବ ନୂଆ ସପ୍ତାହ, ବ୍ୟବସାୟୀ ଓ ଚାକିରିଆଙ୍କୁ ମିଳିବ ଶୁଭଫଳ!

2/12

ବୃଷ : ଆଜର ଦିନ ଆପଣଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ କୌଣସି ପ୍ରକାର ସମସ୍ୟା ଦେଖାଦେଇପାରେ। ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଫଳରେ ସମସ୍ୟା ଆହୁରି ଜଟିଳ ହେବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ପୂରଣ ହେବ, କିନ୍ତୁ ସମସ୍ୟା ପିଛା ଛାଡିବ ନାହିଁ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଆଜି ଫାଇନାଲ୍ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଯଦି ସମ୍ଭବ ଏହି ଡିଲ୍ କୁ ସ୍ଥଗତି ମଧ୍ୟ କରିପାରିବେ। ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। 

 

3/12

ମିଥୁନ: କାର୍ଯ୍ୟ କ୍ଷତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ଯାହାକୁ ନେଇ ଦିନସାରା ଉତ୍ସାହିତ ରହିବ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତହେବ। ବାକି ପଡିଥିବା ଟଙ୍କା ପାଇବେ।  ବ୍ୟବସାୟରେ ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ। ନଚେତ୍ ମନ ଅସ୍ଥିର ରହିବ। ସାଙ୍ଗମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ମାଆଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିବ ନାହିଁ। ଫଳରେ ମେଡିକାଲ୍ ଚକ୍କର କାଟିବାକୁ ପଡିପାରେ। 

 

4/12

କର୍କଟ:  ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଆମଦାମୀ-ରପ୍ତାନୀ  ଓ ଜମିକିଣାବିକା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଅନିକୂଳ ରହିବ। ସେହିପରି, ରାଜନୀତିରେ କ୍ଷେତ୍ରରେ ଜଡି଼ତ ଲୋକେ ଆଜି ଦିନରେ ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିବ। ସମାଜରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ଚାକିରିଆମାନେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ପ୍ରଂଶସା ସାଉଁଟିବେ। କୌଣସି ମହିଳା ମିତ୍ରର ସାହାର୍ଯ୍ୟ କରି ପାରନ୍ତି ।  ବ୍ୟାଙ୍କ ସହ ଜଡିତ କାମରେ ସାବଧାନ ରୁହନ୍ତୁ । ବହୁତ ସମୟ ହେବ ବନ୍ଦ ଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । 

5/12

ସିଂହ : ଆଜି କର୍ମକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଆପଣଙ୍କ କାର୍ଯ୍ୟପେ ବରିଷ୍ଠ ଅଧିକାରୀ ଖୁସି ହେବେ। ଅଟକି ଥିବା ପଦୋନ୍ନତି ମିଳିବ।  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି। ସେମାନେ ପରୀକ୍ଷାରେ ସଫଳ ହେବେ । ବ୍ୟବସାୟୀମାନଙ୍କର ଲାଭ ବଢିବ। ଯେଉଁମାନେ ଟଙ୍କା ସଂଚୟ କରିବାକୁ ଯୋଜାନ କରୁଛନ୍ତି । ସେମାନେଙ୍କ ଯୋଜନା ସଫଳ ହେବ। ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ହୋଇପାରେ । ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ କିଛି କହିବେ । ଯାହା ଆପଣଙ୍କ ଚିନ୍ତା ବଢାଇ ପାରେ । 

 

6/12

କନ୍ୟା: ବ୍ୟବସାୟୀମାନଙ୍କ ଲାଗି  ଆଜିର ଦିନ ବହୁତ ଲାଭଦାୟୀ ଅଟେ । ବ୍ୟବସାୟ ସ୍ଥଳରେ ସହକର୍ମୀ ଆପଣଙ୍କ ପାଇଁ ସହାୟକ ହେବେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବା ଯୋଗୁଁ ବିଚଳିତ ହୋଇପାରନ୍ତି।  ପେଣ୍ତିଂ ରହିଥିବା କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମୁହିାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ। ପାରିବାରରେ ଖୁସିର ବାତାବରଣ ଦେଖିବାକୁ ମିଳିବ। ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତି ହେବ । ବାହାରକୁ ବାହାରିବା ପରେ କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ଵାସ କରନ୍ତୁ ନାହିଁ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । 

 

7/12

ତୁଳା: ଆଜିର ଦିନ ଏହି ରାଶିଙ୍କ ଲାଗି ବେଶ୍ ଖୁସିରେ ଅତିବାହିତ ହେବ। ସକାଳୁ କୌଣିସ ପ୍ରକାର ଶୁଭ ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ। ଉପରିସ୍ଥ ଅଧିକାରୀ ବର୍ଗ ଆପଣଙ୍କୁ ପ୍ରୋତ୍ସାହିତ କରିବେ । ପ୍ରମୋଶନର ଯୋଗ ଅଛି ।  ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ।  ଆର୍ଥିକ ସ୍ଥିତି ମଜବୁତ୍ ରହିବ। ପରିବାରରେ ଆନନ୍ଦର ବାତାବରଣ ଲାଗି ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ସଂନ୍ଧ୍ୟା ସମୟରେ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ। 

8/12

ବିଛା : ଆଜି ଦିନଟି ଫଳଦାୟୀ ରହିବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି ହେବ। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କିମ୍ବା ବୃଦ୍ଧି କରିବାକୁ ଚାହୁଁଛନ୍ତି। ସେମାନଙ୍କ ଲାଗି ସମୟ ଶୁଭ ରହିବ।  ବିଦେଶରୁ ଲାଭଦାୟୀ ସମାଚାର ମିଳିବାର ସମ୍ଭାବନା ରହିଛି । ପୁଞ୍ଜି ନିବେଶ କରିଥିବା ଲୋକଙ୍କ ପାଇଁ ସମୟ ଲାଭଦାୟୀ ରହିବ । ମଧ୍ୟାହ୍ନ ପରେ କୌଣସି କଥାକୁ ନେଇ ଆପଣ ଅଧିକ ଭାବନାଶୀଳ ବନିବେ । ଏଥିପାଇଁ ମନରେ ହତାଶାର ଭାବନାରେ ମଧ୍ୟ ବୃଦ୍ଧି ହୋଇପାରେ । ସ୍ୱାସ୍ଥ୍ୟ ବିଗିଡ଼ି ପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

 

9/12

ଧନୁ : କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଟିକେ ଜଗିରଖି କଥା ହେବେ। ନଚେତ୍ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ମଧ୍ୟାହ୍ନ ପରେ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ ।  ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ । ଧାର୍ମିକ ସ୍ଥଳର ଯାତ୍ରା କରିବାର ସମ୍ଭାବନା ରହିଛି। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଭେଟ ହୋଇପାରେ। 

 

10/12

ମକର: ଆଜିର ଦିନଟି ଏହି ରାଶିଙ୍କ ଲାଗି ପ୍ରତିକୂଳ ରହିବ। ଆର୍ଥିକ ସ୍ଥିତିରେ ବିଗିଡିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ବ୍ୟପାରରେ ହାନି ସ୍ଥିତି ରହିବ ।  କର୍ମକ୍ଷେତ୍ରରେ ଅସୁସ୍ଥତା ଯୋଗୁଁ କାର୍ଯ୍ୟରେ ମନ ଲାଗିବ ନାହିଁ । କୌଣସି ବିବାଦ ପାଇଁ ଥାନା ମାମଲାରେ ପଡି ପାରନ୍ତି। ତେଣୁ ଅଯଥା ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ। ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ । ଦ୍ଵିତୀୟ ବ୍ୟକ୍ତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ସମୟର ଲାଭ ଉଠାନ୍ତୁ । ଖୁସି ରହିବା ପାଇଁ ଭରପୁର ପ୍ରୟାସ କରନ୍ତୁ । ପ୍ରେମୀଙ୍କ ଲାଗି ଦିନଟି ଶୁଭ ରହିବ।

 

11/12

କୁମ୍ଭ:  ଆଜି ଆପଣଙ୍କୁ ଟିକେ ସତର୍କତାର ସବ ଚଳିବାକୁ ପଡିବ। କୌଣସି ବ୍ୟବସାୟିକ ଡିଲ୍ ଫାଇନାଲ୍ କରୁଥିବା ସମୟରେ ସମସ୍ତ କାଗଜପତ୍ରକୁ ତନ୍ନ ତନ୍ନ କରି ପଢନ୍ତୁ । ନଚେତ୍ ପରେ ସମସ୍ୟାରେ ପଡିବେ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାମୟଣ ହୋଇପାରନ୍ତି। କାହା ସାଥିରେ ବାଦ ବିବାଦ କିମ୍ବା ଯୁକ୍ତି ନ କଲେ ଭଲ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟ ବିଗିଡ଼ି ପାରେ । ଅଯଥା ଚିନ୍ତା କରନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ହେବ।

 

12/12

ମୀନ:  କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । ଯେଉଁମାନେ ଦିର୍ଘ ଦିନ ହେବ ଚାରିକି ଖୋଜୁଛନ୍ତି। ସେମାନଙ୍କୁ  କୌଣସି ସଂସ୍ଥାରୁ ଅଫର ଲେଟର ବା ଫୋନ୍ କଲ୍ ଆସିପାରେ। ଆର୍ଥିକ ସ୍ଥିତି ଭଳ ରହିବ ନାହିଁ। କିଛି କାର୍ଯ୍ୟ ଖରାପ ହୋଇପାରେ , ବିବାଦକୁ ବଢାନ୍ତୁ ନାହିଁ । ଲାଭ ପାଇଁ ଅନ୍ୟ କ୍ଷତି କରନ୍ତୁ ନାହିଁ ।  ଘର ଲୋକମାନଙ୍କ କଥା ଅନୁସାରେ କୌଣସି ନିବେଶ କରନ୍ତୁ, ଅଧିକ ଲାଭ ପାଇବେ।  ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ନଚେତ କୌଣସି ପ୍ରକାର ଅଘଟଣ ଘଟିପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)