Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଡିସେମ୍ବର ୧୫, ସକାଳ ୯ଟା ୫୬ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଚଳନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ବିବାହ, ଗୃହନିର୍ମାଣ ଓ କର୍ମକ୍ଷେତ୍ରରେ ଲାଗି ରହିଥିବା ବାଧାବିଘ୍ନ ଦୂର ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯଦି ଜାତକ ବା ରାଶିରେ ରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବା ସହ ଅମାପ ଧନ ସମ୍ପତ୍ତିର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...
ସିଂହ: ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। କାହିଁକିନା, ସିଂହ ରାଶିର ଗ୍ରହଅଧିପତି ହେଉଛନ୍ତି ସୂର୍ଯ୍ୟ ଦେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। କ୍ଷତି ସହୁଥିବା ବ୍ୟବସାୟୀ-ମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଲାଭ ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବେ। ନୂଆ କାର୍ କିଣିବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ଜୀବନ ଭଲ ରହିବ।
ALSO READ: Today Horoscope: ଶନିଦେବ ଚମକାଇବେ ଆଜି ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: ପୁଣି ଥରେ ହୋଟେଲ୍-ରୁମରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ,ଦେଖନ୍ତୁ
ତୁଳା: ସୂର୍ଯ୍ୟଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ। ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ । ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ଆଶାରେ ଅଛନ୍ତି, ସେମାନଙ୍କ ସ୍ବପ୍ନ ପୂରଣ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆର୍ଥିକ ସ୍ଥିତି ବଦଳିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଲାଭବାନ୍ ହେବେ, ପ୍ରଚୁର ଲାଭ ପାଇଭେ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହେବେ। ପରିବାରରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଚ କରିବେ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ଆୟ-ବଢିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢିବ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।
ବିଛା: ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଚାକିରି ଓ ବ୍ୟବସାୟ ପାଇଁ ସମୟ ଶୁଭ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ସହ ଦରମା ବଢିବ। ଫଳରେ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବ୍ୟବସାୟରୁ ଆଶାନୁରୂପକ ଲାଭ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ଜମି କିମ୍ବା ଘର କିଣିବାରେ। ଋତୁକାଳିନୀ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦଇପାରେ।
ଧନୁ: ଏହି ରାଶିରେ ସୂର୍ଯ୍ୟଦେବଙ୍କ ଚଳନ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ବଦଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। କ୍ୟାରିୟରକୁ ନେଇ କୌଣସି ଶୁଭ ଖବର ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। ଯଦି ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି, ତେବେ, ଏହି ଯୋଜନା ଫଳବତୀ ହେବେ। ଆୟ ବଢିବା । ବେଟିଂ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରେମ ଜୀବନ ସୁଖମୟ ହେବ।
ମିଥୁନ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ଶୁଭଦାୟୀ ରହିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ଆସିପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ଦେଖି ବରିଷ୍ଠ ଅଧିକାରୀ ପ୍ରଶଂସା କରିବା ସହ ସମ୍ମାନୀତ ହେବେ। ଏହି ସମୟରେ, ସେୟାର ମାର୍କେଟ୍ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ବଦଳିବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़