Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସାଙ୍ଗକୁ ଚାକିରିରେ ହେବ ପଦୋନ୍ନତି!
Advertisement
Article Detail0/zeeodisha/odisha2327776

Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସାଙ୍ଗକୁ ଚାକିରିରେ ହେବ ପଦୋନ୍ନତି!

Surya Gochar 2024: ସୂର୍ଯ୍ୟ ଜୁଲାଇ ୧୬ ତାରିଖ ସକାଳ ୮ଟା ୨୦ ମିନିଟ୍ ସମୟରେ ମିଥୁନ ରାଶି ଛାଡି କର୍କଟ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନକୁ 'କର୍କଟ ସଂକ୍ରାନ୍ତି' ବୋଲି କୁହାଯାଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ ବା କର୍କଟ ସଂକ୍ରାନ୍ତିରେ କେଉଁ ସବୁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।

 Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହି ସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସାଙ୍ଗକୁ ଚାକିରିରେ ହେବ ପଦୋନ୍ନତି!

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ପ୍ରାଣର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ସୂର୍ଯ୍ୟ ଜୁଲାଇ ୧୬ ତାରିଖ ସକାଳ ୮ଟା ୨୦ ମିନିଟ୍ ସମୟରେ ମିଥୁନ ରାଶି ଛାଡି କର୍କଟ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନକୁ 'କର୍କଟ ସଂକ୍ରାନ୍ତି' ବୋଲି କୁହାଯାଇଥାଏ। ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ ସ୍ଥିତି ରାଶିରେ ବା ଜାତକରେ ମଜବୁତ୍ ରହିଲେ ବ୍ୟକ୍ତି ଜଣକ ବିଶେଷକରି, କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବା ସହ ଶୁଭଫଳ ପ୍ରାପ୍ତ କରିଥାଏ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିବ ତେବେ, ବ୍ୟକ୍ତି ଜଣକ କ୍ୟାରିୟର ଓ ବାଣିଜ୍ୟ-ବ୍ୟବସାୟରେ ବିଭିନ୍ନ ସମସ୍ୟାର ସାମ୍ନା କରିବେ। ସୂର୍ଯ୍ୟଦେବଙ୍କ ଆର୍ଶିବାଦ ପାଇବା ପାଇଁ ପ୍ରାତଃ ସମୟରେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସୂର୍ଯ୍ୟଦେବ ପ୍ରସନ୍ନ ହେବା ସହ କୃପା ବର୍ଷା କରିବେ । ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ ବା କର୍କଟ ସଂକ୍ରାନ୍ତିରେ କେଉଁ ସବୁ ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।

ALSO READ: Today Horoscope: ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଧନବାନ୍ ହେବେ ଏହି ସବୁ ରାଶି :

ମିଥୁନ: ସୂର୍ଯ୍ୟଦେବଙ୍କ ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। କାହିଁକିନା ମିଥୁନ ରାଶିର ପ୍ରଭୁ ହେଉଛନ୍ତି ବୁଧ। ବୁଧ -ସୂର୍ଯ୍ୟଙ୍କର ଭଲ ବନ୍ଧୁ ଅଟନ୍ତି। ତେଣୁ ଏହି ଅବଧି ମଧ୍ୟରେ ଏହି ରାଶିରେ ଲୋକମାନଙ୍କର ଆର୍ଥିକ ସ୍ଥିତି ମଜବୁତ୍  ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ। ବିଶେଷ କରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ରଖିଛନ୍ତି । ଜୁଲାଇ ୧୬ ପରେ ଆରମ୍ଭ କରନ୍ତୁ । ଦେଖିବେ ବ୍ୟବସାୟରେ ଭଲ ଲାଭ ପାଇବେ।  ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦୂରଯାତ୍ରା ଆପଣଙ୍କ ପାଇଁ ବିପଦ ଡାକି ଆଣିବ । ତେଣୁ ସତର୍କ ରୁହନ୍ତୁ। ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ। ଆଶା କରୁଥିବା ଦିଗରୁ ଖୁସି ଖବର ପାଇ ପାରନ୍ତି।

କନ୍ୟା: କର୍କଟ ସଂକ୍ରାନ୍ତି ବା ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟୀ ରହିବ। ଏହି ରାଶିର ଏକାଦଶ ଘରେ ସୂର୍ଯ୍ୟଦେବ ଚଳନ କରିବେ। ବିଶେଷ କରି, କ୍ୟାରିୟରକୁ ନେଇ ଏକ ବଡ଼ ଖୁସି ଖବର ପାଇ ପାରନ୍ତି। କାର୍ଯ୍ୟାଳୟରେ ପଦୋନ୍ନତି ନେଇ ଯୋଗ ରହିଛି। ଏହି ସମୟ ମଧ୍ୟରେ ବେକାରିଙ୍କୁ ଚାକିରି ମିଳିବ। ବ୍ୟବସାୟ-ବାଣିଜ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟରେ ବୃଦ୍ଧି ଘଟିବ। ତରବରିଆ ଭାବେ ନିସ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରାଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଅବିବାହିତଙ୍କ ପାଇଁ ଘରକୁ ବିବାହ ପ୍ରସ୍ତାବ ଆସିପାରେ। 

ତୁଳା: ଜୁଲାଇ ୧୬ରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭଲ ଦିନ ଆରମ୍ଭ ହେବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହା ଶୁଭ ସମୟ । ଚେଷ୍ଟା ଜାରି ରଖନ୍ତୁ ଭଲ ଚାକିରି ଅଫର ପାଇବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ। ପଦୋନ୍ନତିର ସହ ଦରମା ବୃଦ୍ଧି ହେବ। ଆମଦାନୀ ଓ ରାପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଦ୍ବି-ଗୁଣିତ ଲାଭ ପାଇବେ। କିନ୍ତୁ ଦାମ୍ପତ୍ୟ ଜୀବନ ଏତେ ଖାସ୍ ରହିବ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିବ। ଯାହାକୁ ନେଇ ଚାପରେ ରହିବ। ସଂକ୍ରମଣ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। 

ବିଛା: ସୂର୍ଯ୍ୟଙ୍କ ଏହି ଚଳନ ବିଛା ରାଶିର ଭାଗ୍ୟ ବଦଳାଇବ। ଦିର୍ଘ ଦିନର ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ନିଜ ଜୀବନ ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। କ୍ୟାରିୟରକୁ ନେଇ କୌଣସି ଭଲ ଖବର ପାଇ ପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରି ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ନିବେଶରେ ଭଲ ଲାଭ ପାଇବେ । କିନ୍ତୁ ଶତ୍ରୁଙ୍କ ଠାରୁ ସାବଧାନ ରହିବାକୁ ପଡିବ। ନଚେତ୍ ଆଯଥା ବିବାଦରେ ଛନ୍ଦି ହୋଇପାରନ୍ତି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )