Asaram Bapu: ଆଶାରାମ ବାପୁଙ୍କୁ ମିଳିଲା ଅନ୍ତରୀଣ ଜାମିନ
Advertisement
Article Detail0/zeeodisha/odisha2591926

Asaram Bapu: ଆଶାରାମ ବାପୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଏହି ସମୟରେ ଆତ୍ମଘୋଷିତ ବାବା କୌଣସି ଅନୁଗାମୀଙ୍କ ସହ ସାକ୍ଷାତ କରିପାରିବେ ନାହିଁ । ଏଥିସହ ବାହାରକୁ ଆସିବା ପରେ ସେ କୌଣସି ପ୍ରମାଣ ମଧ୍ୟ ନଷ୍ଟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

Asaram Bapu: ଆଶାରାମ ବାପୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

Interim Bail to Asaram Bapu: ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ପୂର୍ବରୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିଲା ଆଶାରାମ ବାପୁଙ୍କୁ ।  ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଏହି ସମୟରେ ଆତ୍ମଘୋଷିତ ବାବା କୌଣସି ଅନୁଗାମୀଙ୍କ ସହ ସାକ୍ଷାତ କରିପାରିବେ ନାହିଁ । ଏଥିସହ ବାହାରକୁ ଆସିବା ପରେ ସେ କୌଣସି ପ୍ରମାଣ ମଧ୍ୟ ନଷ୍ଟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ,  ୨୦୧୩ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦୧୮ ମସିହାରେ ଆଶାରାମଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୮୬ ବର୍ଷୀୟ ଆଶାରାମଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରଖାଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଏମ୍ ଏମ୍ ସୁନ୍ଦ୍ରେଶ ଓ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ ଏହି ଜାମିନ ଆବେଦନର ଶୁଣାଣି କରିଥିଲେ । ବିଭିନ୍ନ ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ତାଙ୍କୁ ଜାମିନ ଦିଆଯାଉଥିବା ଖଣ୍ଡପୀଠ ଦ୍ୱାରା ସ୍ପଷ୍ଟ କରାଯାଇଥିଲା। ବର୍ତ୍ତମାନ ଆଶାରାମଙ୍କୁ ଆରୋଗ୍ୟ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।

Also Read- ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Also Read- Gajlaxmi Rajog 2025: ଗଜଲକ୍ଷ୍ମୀ ରାଜଯୋଗରେ ହେବ ଧନ ବର୍ଷା ! ୩ ରାଶିକୁ ଲାଭ