Assam Flood: ଆସାମରେ ପ୍ରକୃତିର ତାଣ୍ଡବ, ବନ୍ୟାରେ ଏବେସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2326308

Assam Flood: ଆସାମରେ ପ୍ରକୃତିର ତାଣ୍ଡବ, ବନ୍ୟାରେ ଏବେସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ

Assam Flood: ଏହା ସହିତ କାଚର ଏବଂ ଡାରଙ୍ଗ ଜିଲ୍ଲା ମଧ୍ୟ ବନ୍ୟା ଦ୍ୱାରା ବହୁ ପ୍ରଭାବିତ ହୋଇଛି, ଉଭୟ ଜିଲ୍ଲାର ବନ୍ୟାରେ ଦେଢ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି। ମୋଟ ୫୭୭ ଟି ରିଲିଫ କ୍ୟାମ୍ପରେ ୫୩ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। 

 

Assam Flood: ଆସାମରେ ପ୍ରକୃତିର ତାଣ୍ଡବ, ବନ୍ୟାରେ ଏବେସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ

Assam Flood 2024: ଆସାମରେ ପ୍ରବଳ ବନ୍ୟା ଯୋଗୁଁ ଜନଜୀବନ ବ୍ୟାହାତ ହୋଇଛି। ବଢୁଥିବା ନଦୀର ଜଳସ୍ତର ଯୋଗୁଁ ଲୋକମାନେ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ପରିସ୍ଥିତି ଏପରି ଯେ ବନ୍ୟା ଯୋଗୁଁ ଏବେ ସୁଦ୍ଧା ୬୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦ ଟି ଜିଲ୍ଲାର ପ୍ରାୟ ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମୟରେ ଆସାମରେ ବନ୍ୟା ପରିସ୍ଥିତିକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ  ବୟାନ ସାମ୍ନାକୁ ଆସିଛି। ଏଠାରେ କହିରଖୁଛୁ ଯେ,  ବନ୍ୟା ହେତୁ କାଜିରଙ୍ଗାରେ ବହୁ ସଂଖ୍ୟକ ଜୀବଜନ୍ତୁ ବି ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। 

ଗତ ଏକ ମାସ ମଧ୍ୟରେ ଆସାମରେ ଘଟିଥିବା ଭୟଙ୍କର ବନ୍ୟା ପରିସ୍ଥିତି ସାରା ରାଜ୍ୟରେ ୬୦ ଜଣଙ୍କ ଜୀବନ ନେଇଛି ବୋଲି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ସୂଚନା ଦେଇଛି। ସରକାରୀ ତଥ୍ୟ ଅନୁସାରେ, ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଆସାମରେ ବ୍ୟାପକ ଧନଜୀବନ କ୍ଷତି କରିଛି। ଗତକାଲି ୮ ଜଣଙ୍କ ଜୀବନ ଯିବା ନିଶ୍ଚିତ କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ପ୍ରାୟ ୬୦ରେ ପହଞ୍ଚିଛି। ସହସ୍ରାଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। 

ଚଳିତ ବର୍ଷ ଆସାମରେ ବନ୍ୟା(Assam Flood), ଭୂସ୍ଖଳନ ଏବଂ ଝଡ ଯୋଗୁଁ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ୨୯ ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ଧୁବ୍ରିରେ ବନ୍ୟା ଯୋଗୁଁ ସର୍ବାଧିକ ୭.୯୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ କାଚର ଏବଂ ଡାରଙ୍ଗ ଜିଲ୍ଲା ମଧ୍ୟ ବନ୍ୟା ଦ୍ୱାରା ବହୁ ପ୍ରଭାବିତ ହୋଇଛି, ଉଭୟ ଜିଲ୍ଲାର ବନ୍ୟାରେ ଦେଢ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି। ମୋଟ ୫୭୭ ଟି ରିଲିଫ କ୍ୟାମ୍ପରେ ୫୩ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ଜୋରହାଟରୁ ଧୁବ୍ରି ପର୍ଯ୍ୟନ୍ତ ବ୍ରହ୍ମପୁତ୍ର ସମେତ ପ୍ରମୁଖ ନଦୀଗୁଡିକ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । 

ବୁରହିଡିଙ୍ଗ, ଦିଖୋ, ଦିସାଙ୍ଗ, ଧନାସିରୀ, ଜିଆ ଭରଲୀ, କୋପିଲି, ବାରକ ଏବଂ ସାଙ୍କୋଶ ନଦୀ ମଧ୍ୟ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ସଡ଼କ ଓ ସେତୁ ସମେତ ଭିତ୍ତିଭୂମିରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୬୦ ରେ ପହଞ୍ଚିଛି ଏବଂ ୩୦ଟି ଜିଲ୍ଲାର ପ୍ରାୟ ୨୮ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ତଥ୍ୟ ଅନୁଯାୟୀ, ୩୦ ଟି ଜିଲ୍ଲାର ମୋଟ ୨୮,୧୩,୨୦୪ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୫୭,୦୧୮ ହେକ୍ଟର ଫସଲ ଜମି ଜଳମଗ୍ନ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ୬,୪୮,୮୦୬ ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ଧୁବ୍ରି ସବୁଠାରୁ ଆଧିକ ପ୍ରବାହିତ ହୋଇଛି।

ସେହିପରି, ଡାରଙ୍ଗରେ ୧,୯୦,୨୬୧ ଲୋକ, କଛାରରେ ୧,୪୫,୯୨୬ ଲୋକ, ବାରପେଟାରେ ୧,୩୧,୦୪୧ ଲୋକ ଏବଂ ଗୋଲାଘାଟରେ ୧,୦୮,୫୯୪ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ୩୯,୩୩୮ ପ୍ରଭାବିତ ଲୋକ ୬୯୮ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଥିବାବେଳେ ୭,୨୪,୩୨୨ ଅଣ କ୍ୟାମ୍ପ ବାସିନ୍ଦାଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ବିଭିନ୍ନ ଏଜେନ୍ସି ଏକହଜାରରୁ ଅଧିକ ଲୋକ ଏବଂ ୬୩୫ ଜୀବଜନ୍ତୁ ଡଙ୍ଗା ବ୍ୟବହାର କରି ସ୍ଥାନାନ୍ତର କରାଯାଇଛି। 

Also Read: Ratha Yatra 2024: ଆଜିବି ଲୋକାରଣ୍ୟ ବଡ଼ଦାଣ୍ଡ, ମାଉସୀ ମା ଘରେ ପହଞ୍ଚିବେ ଶ୍ରୀବିଗ୍ରହ

Also Read: Diabetes And Monsoon: ବର୍ଷା ଦିନେ ଏହି ଖାସ୍ କଥାର ଧ୍ୟାନ ରଖନ୍ତୁ ଡାଏବେଟିସ ରୋଗୀ, ନଚେତ୍ !