K. Annamalai: ଆନ୍ନା ବିଶ୍ବ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା, ଆକ୍ସନ ମୋଡରେ ବିଜେପି ସଭାପତି କେ ଆନ୍ନାମଲାଇ
Advertisement
Article Detail0/zeeodisha/odisha2576746

K. Annamalai: ଆନ୍ନା ବିଶ୍ବ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା, ଆକ୍ସନ ମୋଡରେ ବିଜେପି ସଭାପତି କେ ଆନ୍ନାମଲାଇ

K. Annamalai: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍  ଏବଂ ତାଙ୍କ ଦଳ ଡିଏମକେ  କ୍ଷମତାରୁ ନ ହଟିବା ପର୍ଯ୍ୟନ୍ତ  ସେ ଜୋତା, ଚପଲ ପିନ୍ଧିବେ ନାହିଁ ବୋଲି ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇ ଘୋଷଣା କରିଛନ୍ତି।  

K. Annamalai: ଆନ୍ନା ବିଶ୍ବ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା, ଆକ୍ସନ ମୋଡରେ  ବିଜେପି ସଭାପତି କେ ଆନ୍ନାମଲାଇ
K. Annamalai: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍  ଏବଂ ତାଙ୍କ ଦଳ ଡିଏମକେ  କ୍ଷମତାରୁ ନ ହଟିବା ପର୍ଯ୍ୟନ୍ତ  ସେ ଜୋତା, ଚପଲ ପିନ୍ଧିବେ ନାହିଁ ବୋଲି ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇ ଘୋଷଣା କରିଛନ୍ତି।  କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀରେ  ଏହି ଘୋଷଣା କରିବା ସହ ଏହି ସମୟରେ ପିନ୍ଧିଥିବା ଜୋତା ବାହାର କରି ନିଜ ହାତରେ ଧରିଥିଲେ। ଏବଂ ପଣ ପୂରଣ ପର୍ଯ୍ୟନ୍ତ  ଆଉ ଜୋତା, ଚପଲ  ପିନ୍ଧିବେ ନାହିଁ  ବୋଲି କହିଥିଲେ। 
 
 
ଆନ୍ନା ବିଶ୍ବ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ପ୍ରତି ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଆଜିଠାରୁ ସେ ପ୍ରତିବାଦ  କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଆନ୍ନାମଲାଇ କହିଛନ୍ତି। ଆଜି ମୁଁ ମୋ ଘର ସମ୍ମୁଖରେ ପ୍ରତିବାଦ କରିବା କରିବା ସହ ନିଜ ଘରକୁ ୬ ଥର ଚାବୁକ୍ ମାରିବି। ଏବଂ ୪୮ ଦିନ ଉପବାସ କରିବି। ତାମିଲନାଡୁ ସରକାର କ୍ଷମତାର ଦୁରୁପଯୋଗ କରିବା ସହ ଅତ୍ୟାଚାରୀ ଶାସନ ଚଳାଇଥିବାରୁ ଏହି ସରକାର କ୍ଷମତାଚ୍ୟୁତ ହେବା ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଜରୁରୀ ବୋଲି ଆନ୍ନାମଲାଇ କହିଛନ୍ତି।