India: ଓଡ଼ିଶାରେ ରହିଛି ଦେଶର ସର୍ବୋତ୍ତମ ଥାନା, ସମ୍ମାନିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Advertisement
Article Detail0/zeeodisha/odisha1537501

India: ଓଡ଼ିଶାରେ ରହିଛି ଦେଶର ସର୍ବୋତ୍ତମ ଥାନା, ସମ୍ମାନିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Police Station News: ଜାନୁଆରୀ ୨୦ ତାରିଖ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ ପରିସରରେ ଆୟୋଜିତ ହୋଇଥିବା ଡିଜିପି/ଆଇଜି ସମ୍ମିଳନୀ-୨୦୨୨ ଆୟୋଜିତ ହେବା ଅବସରରେ ଗଞ୍ଜାମ ଜିଲ୍ଲାର ଆସିକା ଥାନାକୁ ଦେଶର ସର୍ବୋତ୍ତମ ଥାନା ଭାବେ ପୁରସ୍କୃତ କରିଛି ଗୃହ ମନ୍ତ୍ରଣାଳୟ।

India: ଓଡ଼ିଶାରେ ରହିଛି ଦେଶର ସର୍ବୋତ୍ତମ ଥାନା, ସମ୍ମାନିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Number One Police Station of India: ଦେଶର ସର୍ବୋତ୍ତମ ଥାନା ଭାବେ ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଆସିକା ଥାନା। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର 
ଓଡିଶାର ଆସିକା ଥାନାକୁ ସମ୍ମାନିତ କରିଛନ୍ତି। ଆସିକା ଥାନା ଦେଶର ସର୍ବୋତ୍ତମ ପୋଲିସ ଷ୍ଟେସନ ମାନ୍ୟତା ପାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଜାନୁଆରୀ ୨୦ ତାରିଖ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ ପରିସରରେ ଆୟୋଜିତ ହୋଇଥିବା ଡିଜିପି/ଆଇଜି ସମ୍ମିଳନୀ-୨୦୨୨ ଆୟୋଜିତ ହେବା ଅବସରରେ ଗଞ୍ଜାମ ଜିଲ୍ଲାର ଆସିକା ଥାନାକୁ ଦେଶର ସର୍ବୋତ୍ତମ ଥାନା ଭାବେ ପୁରସ୍କୃତ କରିଛି ଗୃହ ମନ୍ତ୍ରଣାଳୟ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିକା ଥାନା ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି।

ଡିଜିପି/ଆଇଜି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ଓଡିଶା ପୋଲିସ ଡିଜି ସୁନୀଲ କୁମାର ବଂଶଲ ଖୁସିବ୍ୟକ୍ତ କରିଛନ୍ତି। ଏନେଇ ଓଡ଼ିଶା ପୋଲିସ ଡିଜି କହିଛନ୍ତି ଯେ ଓଡିଶା ପୋଲିସ ପାଇଁ ଏହା ଅତ୍ୟନ୍ତ ଗର୍ବର ଏବଂ ସମ୍ମାନର ମୁହୂର୍ତ୍ତ। ଆସିକା ଥାନାଦେଶର ସର୍ବୋତ୍ତମ ପୋଲିସ ଷ୍ଟେସନ ମାନ୍ୟତା ପାଇଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପୂର୍ବତନ ଗଞ୍ଜାମ ଏସପି କହିଛନ୍ତି ଯେ, ଅଭିଯୋଗ ସହିତ ଥାନାରେ ପହଞ୍ଚୁଥିବା ଲୋକ କିଭଳି ଭଲ ସୁବିଧା ସହିତ ସେବା ପାଇପାରିବେ ସେଥିପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ଏହି ସଫଳତା ମିଲିବା ପରେ ଆସିକା ଥାନା ପରିସରକୁ ଫୁଲରେ ସୁନ୍ଦର ଭାବେ ସଜାଯାଇଛି। ଏସପି କହିଛନ୍ତି ଯେ ଏହା ପୂର୍ବରୁ ଗଙ୍ଗାପୁର ଥାନାକୁ ଦେଶର ଶ୍ରେଷ୍ଠ ତିନୋଟି ପୋଲିସ ଥାନାରେ ଅନ୍ତର୍ଭୂକ୍ତ କରାଯାଇଥିଲା। ଦେଶର ଶ୍ରେଷ୍ଠ ତିନୋଟି ପୋଲିସ ଥାନାରେ ଅନ୍ତର୍ଭୂକ୍ତ ହୋଇଥିବା ଆସିକା ଥାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଅପରାଧ ହ୍ରାସ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଶୃଙ୍ଖଳିତ କରିବା କାରଣରୁ ଆସିକା ଥାନାକୁ ଦେଶର ସର୍ବୋତ୍ତମ ପୋଲିସ ଷ୍ଟେସନ ଭାବେ ବିବେଚନା କରାଯାଇଛି।

ଦେଶରେ କିପରି କରାଯାଏ ଥାନାର ରାଙ୍କିଂ?
ଗୃହ ମନ୍ତ୍ରଣାଳୟ ଅଧିକାରୀ କହିଛନ୍ତି ଯେ ସମଗ୍ର ଦେଶରେ ଥାନାର ରାଙ୍କିଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଏ। ଏହା ଏକ ବାର୍ଷିକ ପ୍ରକ୍ରିୟା। ଅର୍ଥାତ ପ୍ରତିବର୍ଷ ଥାନା ରାଙ୍କିଂ କରାଯାଏ। ଅପରାଧ ହାର, ମାମଲାର ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ, ଭିତ୍ତିଭୂମି ତଥା ଜନସେବା ପ୍ରଦାନ ଭଳି ୧୬୫ ମାନକକୁ ବିଚାର ନେଇ ଥାନାର ରାଙ୍କିଂ କରାଯାଇଥାଏ। ଥାନାର ରାଙ୍କିଂ ପ୍ରକ୍ରିୟାରେ ଜନସାଧାରଣଙ୍କ ମତାମତ ମଧ୍ୟ ନିଆଯାଏ। ହେଲେ ଏହା ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ମାନଦଣ୍ଡ ମତାମତ ଉପରେ ଆଧାରିତ। ଥାନା ରାଙ୍କିଂ କରିବା ପଛେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଲିସ ବ୍ୟବସ୍ଥାରେ ଗୁଣାତ୍ମକ ଉନ୍ନତି ଆଣିବା ଏବଂ ଥାନାକୁ ମଜବୁତ କରିବା।