Advertisement
Photo Details/zeeodisha/odisha2466808
photoDetails0hindi

RatanTata: ରତନ ଟାଟାଙ୍କ ପ୍ରେମିକା କିଏ? ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

Ratan Tata:  ଆଉ ନାହାଁନ୍ତି ଦୁନିଆର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଗତ କିଛି ଦିନ ହେବ ସେ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।  ଗତକାଲି ତାଙ୍କର ଦେହାନ୍ତ ହୋଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଏହି ବିଜନେସ୍ ଟାଇକୁନ୍ ବିଶ୍ବ ଶିଳ୍ପ ଜଗତରେ ନାଁ କମେଇ ସାରିଛନ୍ତି। ତାଙ୍କର ଦେହାନ୍ତ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅବିବାହିତ ଥିଲେ ରତନ ଟାଟା। ରତନ ଟାଟାଙ୍କ ଜଣେ ପ୍ରେମିକା ଥିଲେ। ରତନଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରେମିକା ସିମି ଗରୋଓ୍ବାଲା । ଆଉ ରତନଙ୍କ ପାଇଁ ଏମିତି କିଛି ଲେଖିଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ତେବେ, ଆସନ୍ତୁ ଜାଣିବା ତାଙ୍କ ପ୍ରେମିକାଙ୍କ ଭାଇରାଲ୍ ପୋଷ୍ଟ ବିଷୟରେ ଏମିତି କିଛି ଖାସ୍ କଥା....

1/5

ଆଜୀବନ  ଅବିବାହିତ ରତନ ଟାଟାଙ୍କ ପ୍ରେମ କାହାଣୀ  ମଧ୍ୟ ଅନେକ ସମୟରେ ଉଦ୍ୟୋଗ ଜଗତରେ ଚର୍ଚ୍ଚାର ବିଷୟ ହୋଇ ରହିଛି।  ସେ ନିଜ ସାକ୍ଷାତ କାରରେ ନିଜ ପ୍ରେମ କାହାଣୀ ବିଷୟରେ କହିଛନ୍ତି।  

ALSO READ: Petrol Diesel Price Today: ଦଶହରା ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍

ALSO READ: Ratan Tata Passes Away: ରତନ ଟାଟାଙ୍କ ବିୟୋଗ, ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତିଙ୍କ ସହ ...

2/5

ଅନେକ ଥର ବିବାହ ସ୍ଥିର ହୋଇଥିବା ବେଳେ  ଭିନ୍ନ ଭିନ୍ନ କାରଣରୁ  ଅଟକି ଯାଇଛି।  

3/5

ସିନେ ଅଭିନେତ୍ରୀ ତଥା  ଟିଭି ହୋଷ୍ଟ ସିମି ଗରୋଓ୍ବାଲାଙ୍କ ସହ ରତନଙ୍କ ପ୍ରେମ କାହାଣୀ ଏକାଦା ସମସ୍ତଙ୍କ ନଜରକୁ ଆସିଥିଲା।  ଏପରିକି ବିବାହ ପାଇଁ ବି ପ୍ରସ୍ତୁତି ହୋଇଥିଲା। କିନ୍ତୁ କୌଣସି ଏକ କାରଣରୁ ଅଟକି ଯାଇଥିଲା ବିବାହ। ସିମି ମଧ୍ୟ ରତନକୁ ମନପ୍ରାଣ ଦେଇ ଭଲ ପାଉଥିଲେ। 

 

4/5

ରତନଙ୍କ ମୃତ୍ୟୁ ଖବର ସିମିଙ୍କୁ ସ୍ତବ୍ଧ କରିଦେଉଛି। ଏନେଇ ସେ ପ୍ରେମିକ ରତନଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି । 

 

5/5

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ....'ସେମାନେ କହୁଛନ୍ତି ତୁମେ ଚାଲିଗଲ....ଏହା ବିଶ୍ବାସ କରିବା ଅତ୍ୟନ୍ତ କଷ୍ଟ ମୋ ପାଇଁ...ଅତୀବ କଷ୍ଟକର.....ବିଦାୟ ବନ୍ଧୁ...'