ମକର ସଂକ୍ରାନ୍ତିରେ ରିଠାଲାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖାଇଲେ ଚୁଡା-ଦହି
Advertisement
Article Detail0/zeeodisha/odisha2601041

ମକର ସଂକ୍ରାନ୍ତିରେ ରିଠାଲାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖାଇଲେ ଚୁଡା-ଦହି

Delhi Polls: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମକର ସଂକ୍ରାନ୍ତି ଅବସରରେ ରିଥାଲାରେ ପହଞ୍ଚିଥିଲେ । ବସ୍ତିରେ ରହୁଥିବା ଲୋକଙ୍କ ସହ ମିଶି ଦହି-ଚୁଡା ଖାଇବା ସହ ଲୋକଙ୍କ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଏହି ଅଞ୍ଚଳରେ ପୂର୍ବାଞ୍ଚଳର ଅନେକ ଲୋକ ବସବାସ କରନ୍ତି। ରିଥାଲାରୁ କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ ମିଶ୍ର ମଧ୍ୟ ପୂର୍ବାଞ୍ଚଳର ଲୋକ।

ମକର ସଂକ୍ରାନ୍ତିରେ ରିଠାଲାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖାଇଲେ ଚୁଡା-ଦହି

Rahul Gandhi Reached Rithala: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସାଧାରଣ ଲୋକଙ୍କ ସହ ମିଶି ମକର ସଂକ୍ରାନ୍ତି ପାଳନ କରିଛନ୍ତି । ଦିଲ୍ଲୀର ରିଠାଲା ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବା ପରେ ଲୋକଙ୍କ ସହ ବିଭିନ୍ନ ଆଲୋଚନା କରିଛନ୍ତି । ମହିଳା ଏବଂ ପିଲାମାନଙ୍କ ସହିତ ମିଶି ଦହି ଏବଂ ଚୁଡ଼ା ଚକଟି ଖାଇଥିଲେ । ପୂର୍ବାଞ୍ଚଳର ଲୋକଙ୍କ ସହିତ ବେଶ୍ କିଛି ସମୟ ଭାବ ବିନିମୟ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଜାନୁଆରୀ ୧୩ ତାରିଖ ଦିନ ସୀଲମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଦୀ । ସେଠାରେ ଦିଲ୍ଲୀ ନିର୍ବାଚନ ପାଇଁ କଂଗ୍ରେସର ଅଭିଯାନ ଆରମ୍ଭ କରିଥିଲେ।

ରିଥାଲା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କୁଲୱନ୍ତ ରଣାଙ୍କୁ, ଆମ ଆଦମୀ ପାର୍ଟି ପକ୍ଷରୁ ମୋହେନ୍ଦର ଗୋୟଲଙ୍କୁ ଏବଂ କଂଗ୍ରେସ ପକ୍ଷରୁ ସୁଶାନ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଚଳିତ ନିର୍ବାଚନ ପାଇଁ ଘମାଘୋଟ ଲଢେଇ ମଧ୍ୟ ଆରମ୍ଭ ହୋଇଗଲାଣି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସେଠାରେ ପୂର୍ବାଞ୍ଚଳର ଭୋଟରଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ, ଯାହା ୭୦ ବିଧାନସଭା ଆସନ ମଧ୍ୟରୁ ୨୭ଟିରେ ବହୁତ ପ୍ରଭାବଶାଳୀ। ସେଥିପାଇଁ ସମସ୍ତ ଦଳ ପକ୍ଷରୁ ପୂର୍ବାଞ୍ଚଳ ଭୋଟ ବ୍ୟାଙ୍କ ଉପରେ ନଜର ରହିଛି। ପୂର୍ବାଞ୍ଚଳର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ଦଳ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଦିଲ୍ଲୀରେ ମତଦାନ ୫ ଫେବୃଆରୀରେ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ୮ ଫେବୃଆରୀରେ ଘୋଷଣା କରାଯିବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ରିଥାଲାରେ ଦହି-ଚୁଡା ଭୋଜି ଖାଇବା ସମୟରେ ବସ୍ତି ଅଞ୍ଚଳ ଲୋକଙ୍କ ସମସ୍ୟା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ପୂର୍ବାଞ୍ଚଳର ଲୋକ ବାସ କରନ୍ତି। ରିଥାଲାରୁ କଂଗ୍ରେସ ପ୍ରାର୍ଥୀ ସୁଶାନ୍ତ ମିଶ୍ର ମଧ୍ୟ ପୂର୍ବାଞ୍ଚଳରୁ ଆସିଛନ୍ତି। ଗତକାଲି ରାହୁଲ ଗାନ୍ଧୀ ଦିଲ୍ଲୀର ସୀଲମପୁରରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଥିଲେ।

ରାହୁଲ ଗାନ୍ଧୀ ଉଭୟ ଅରବିନ୍ଦ କେଜରିୱାଲ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଏହା କହିଥିଲେ ଯେ, ଦିଲ୍ଲୀ ଏବଂ ଦେଶର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ଦଳ । ସେ କହିଥିଲେ, 'ନରେନ୍ଦ୍ର ମୋଦୀ କହିଥିଲେ ସେ ମୁଦ୍ରାସ୍ଫୀତି ହ୍ରାସ କରିବେ, କିନ୍ତୁ ତାହା ଏଯାଏଁ ସମ୍ଭବ ହୋଇନାହିଁ । ମୁଦ୍ରାସ୍ଫୀତି ହାର ନିରନ୍ତର ଭାବେ ବୃଦ୍ଧି ପାଉଛି। ଗରିବ ଲୋକମାନେ ଆହୁରି ଗରିବ ଏବଂ ଧନୀ ଲୋକମାନେ ଆହୁରି ଧନୀ ହେବାରେ ଲାଗିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ଦିଲ୍ଲୀକୁ ସ୍ୱଚ୍ଛ ରଖିବା ସହ ଦୁର୍ନୀତି ହଟାଇବେ ଏବଂ ଏହାକୁ ପ୍ୟାରିସ ପରି କରିବେ। କିନ୍ତୁ ବର୍ତ୍ତମାନ ଭୟଙ୍କର ପ୍ରଦୂଷଣର ସମାଧାନ ହୋଇପାରୁନାହିଁ । ଦିଲ୍ଲୀବାସିନ୍ଦା ଅସୁସ୍ଥ ରହୁଛନ୍ତି। ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଯେପରି ପ୍ରଧାନମନ୍ତ୍ରୀ ମୋଦୀ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ଠିକ୍ ସେହିପରି କେଜ୍ରିୱାଲ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

Also Read- Love Astro Tips: ପ୍ରେମ ସମ୍ପର୍କରେ ଆସୁଥିବା ବାଧାକୁ ଦୂର ହେବ! କରନ୍ତୁ ଏହି ଚମତ୍କାରୀ ଉପଚାର!