Rajya Sabha(ନୂଆଦିଲ୍ଲୀ): ଆଜି ରାଜ୍ୟସଭାରେ ତୈଳକ୍ଷେତ୍ର ନିୟନ୍ତ୍ରଣ ଓ ବିକାଶ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ବିଧେୟକକୁ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ୧୯୪୮ ମସିହାରେ ଏହି ଆଇନ ଅନୁମୋଦନ ହୋଇଥିଲା। ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆଇନରେ କିଛି ପରିବର୍ତ୍ତନ ଲାଗି ସଂଶୋଧନ ପ୍ରସ୍ତାବ ଆଣିବେ ପେଟ୍ରୋଲିୟମ ମନ୍ତ୍ରୀ।
Trending Photos

ସଭା କାର୍ଯ୍ୟ ଆରମ୍ଭ ହେବା ପରେ ଗୃହ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଷ୍ଟ୍ରମନ୍ତ୍ରୀମାନେ ଆବଶ୍ୟକ ଦସ୍ତାବିଜ ଗୃହରେ ଉପସ୍ଥାପନ କରିବେ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେବ। ଏହା ପରେ ୨୫ ତାରିଖ ଦିନ ଉପସ୍ଥାପନ ହେବାକୁ ଥିବା ବାୟୁ ଯାନ ବିଧାୟକ ୨୦୨୪କୁ ବେସାମରିକ ବିମାନ ଉଡ଼ାଣ ମନ୍ତ୍ରୀ କେ ରାମ େମାହନ ନାଇଡ଼ୁ ଉପସ୍ଥାପନ କରିବେ। ଏହି ବିଧେୟକ ଦ୍ୱାରା ଭାରତୀୟ ବିମାନ ଶିଳ୍ପକୁ ଏକ ନୂଆ ଉଡ଼ାଣ ମିଳିବ ବୋଲି ଆଶା କରାଯାଇଛି। ଏହିକ୍ରମରେ ବିମାନ ମରାମତି, ନିର୍ମାଣ ନିୟନ୍ତ୍ରଣ, ଡିଜାଇନ, ପରିଚାଳନା,ରକ୍ଷଣାବେକ୍ଷଣ, ଆମଦାନୀ ଓ ରପ୍ତାନୀ ପ୍ରଭୃତି ପ୍ରସଙ୍ଗକୁ ବିଧେୟକରେ ସୂଚୀତ କରିବେ ମନ୍ତ୍ରୀ। ଏହି ବିଧେୟକ ପୂର୍ବରୁ ଲୋକସଭାରେ ପାରିତ କରାଯାଇଛି। ରାଜ୍ୟସଭାରେ ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।