Snowfall: ନୂଆ ବର୍ଷରେ ଏହି ସ୍ଥାନରେ ହେବ ସ୍ନୋଫଲ, ବୁଲିବାକୁ କରନ୍ତୁ ପ୍ଲାନିଂ
Advertisement
Article Detail0/zeeodisha/odisha2577572

Snowfall: ନୂଆ ବର୍ଷରେ ଏହି ସ୍ଥାନରେ ହେବ ସ୍ନୋଫଲ, ବୁଲିବାକୁ କରନ୍ତୁ ପ୍ଲାନିଂ

Snowfall: ଅନେକ ଲୋକ ନୂଆ ବର୍ଷ ପାଳନ କରିବା ପାଇଁ ପାହାଡ଼ିଆ ସ୍ଥାନକୁ ଯାଇଥାନ୍ତି । ଯଦି ଆପଣଙ୍କର ମଧ୍ୟ ସେମିତି କିଛି ଯୋଜନା ରହିଛି ତେବେ ଜାଣିରଖନ୍ତୁ ନୂଆ ବର୍ଷରେ କେଉଁ ସ୍ଥାନରେ ବରଫ ବର୍ଷା ହେବାର ସମ୍ଭାବନା ରହିଛି ।

Snowfall: ନୂଆ ବର୍ଷରେ ଏହି ସ୍ଥାନରେ ହେବ ସ୍ନୋଫଲ, ବୁଲିବାକୁ କରନ୍ତୁ ପ୍ଲାନିଂ

Snowfall: ନୂଆ ବର୍ଷ ଅବସରରେ ପାହାଡ଼ିଆ ସ୍ଥାନରେ ତୁଷାରପାତ ଦେଖିବାର ମଜା କିଛି ଅଲଗା । ଏଥି ପାଇଁ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ ମଧ୍ୟ ରହିଥାଏ । ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ତୁଷାରପାତକୁ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ ଲାଗିଥାଏ । ତୁଷାରପାତ ଦେଖିବା ପାଇଁ ଅଧିକାଂଶ ଲୋକ ତୁଷାରପାତ ହେବାର ସମ୍ଭାବନା ଥିବା ସ୍ଥାନଗୁଡିକରେ ପହଞ୍ଚନ୍ତି । ଯଦି ଆପଣ ତୁଷାରପାତ ଦେଖିବା ପାଇଁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ପାଣିପାଗ ବିଭାଗର ପୂର୍ବାନୁମାନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯାହା ଦ୍ୱାରା ଆପଣ ସହଜରେ ଜାଣିପାରିବେ ଯେ, ନୂଆ ବର୍ଷ ଅବସରରେ କେଉଁଠାରେ ତୁଷାରପାତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ, ଦିଲ୍ଲୀ ଏନସିଆର ସମେତ ଦେଶର ଅନେକ ଅଞ୍ଚଳରେ ପାଗ ଥଣ୍ଡା ଏବଂ ଘନ କୁହୁଡ଼ି କାରଣରୁ ଜନଜୀବନ ପ୍ରଭାବିତ ହୋଇଛି ।

ନୂଆବର୍ଷ ୨୦୨୫ ପୂର୍ବରୁ ହିମାଚଳ ପ୍ରଦେଶରେ ତୁଷାରପାତ ହେବାର ସମ୍ଭାବନା ରହିଛି । ୨୬ ଡିସେମ୍ବର ୨୦୨୪ ରାତିରୁ ଉତ୍ତର-ପଶ୍ଚିମ ଭାରତରେ ପାଶ୍ଚାତ୍ୟ ବିଶୃଙ୍ଖଳାର ପ୍ରଭାବ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଏହି କାରଣରୁ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ସମେତ ଏହାର ପଡୋଶୀ ଅଞ୍ଚଳକୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଭାବିତ କରିବ । ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୮ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୨୬, ୨୦୨୪ ରୁ ଜାନୁୟାରୀ ୧, ୨୦୨୫ ମଧ୍ୟରେ ଏବଂ ଡିସେମ୍ବର ୨୭ ରୁ ଜାନୁଆରୀ ୧ ମଧ୍ୟରେ ସମତଳ ଅଞ୍ଚଳରେ ସକ୍ରିୟ ପାଶ୍ଚାତ୍ୟ ବିଶୃଙ୍ଖଳା ପଶ୍ଚିମ ହିମାଳୟ ଅଞ୍ଚଳର ପାଗକୁ ପ୍ରଭାବିତ କରିବ । ୨୬ରୁ ୨୮ ଡିସେମ୍ବର ମଧ୍ୟରେ ହିମାଚଳ ପ୍ରଦେଶ ସମେତ ପଶ୍ଚିମ ହିମାଳୟ ଅଞ୍ଚଳରେ ବ୍ୟାପକ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ଏବଂ ୨୮ ଡିସେମ୍ବରରେ ସର୍ବାଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଅନେକ ଅଞ୍ଚଳରେ ବିଶେଷ କରି ଉଚ୍ଚସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ତୁଷାରପାତ ହେବାର ସମ୍ଭାବନା ଅଛି ।

ଆଇଏମଡି ପକ୍ଷରୁ ଯାତ୍ରୀମାନଙ୍କୁ ଥଣ୍ଡା ପାଗ ପାଇଁ ପ୍ରସ୍ତୁତ ରହିବାକୁ ଏବଂ ବିଶେଷ କରି ତୁଷାରପାତ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ପୂର୍ବାନୁମାନ କରାଯାଇଥିବା ତୁଷାରପାତ ହିମାଚଳ ପ୍ରଦେଶର ଉପତ୍ୟକାର ସୌନ୍ଦର୍ଯ୍ୟକୁ ବଢାଇବ ବୋଲି ଆଶା କରାଯାଉଛି । କହିବାକୁ ଗଲେ ପର୍ଯ୍ୟଟକମାନେ ବର୍ଷ ଶେଷରେ ସର୍ବୋତ୍ତମ ପାଗ ଅନୁଭବ କରିପାରିବେ।

ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ହିମାଚଳ ପ୍ରଦେଶରେ ତୁଷାରପାତ କାରଣରୁ ସଡକପଥରେ ଯାତାୟାତ ବହୁ ପ୍ରଭାବିତ ହୋଇଛି। ତୁଷାରପାତ କାରଣରୁ ୩ଟି ଜାତୀୟ ରାଜପଥ ସମେତ ୨୨୩ ଟି ରାସ୍ତା ବନ୍ଦ ରହିଥିଲା ବୋଲି ସୂଚନା ରହିଛି । ଶିମଲାରେ ସର୍ବାଧିକ ୧୪୫ ରାସ୍ତା ବନ୍ଦ ରହିଛି, ସେହିପରି କୁଲୁରେ ୨୫ଟି ଏବଂ ମଣ୍ଡିରେ ୨୦ଟି ରାସ୍ତା ବନ୍ଦ ଅଛି । ଏହି କାରଣରୁ ସେଠାରେ ପହଞ୍ଚିଥିବା ପର୍ଯ୍ୟଟକମାନେ ଅସୁବିଧାରେ ପଡିଛନ୍ତି । ତୁଷାରପାତ କାରଣରୁ ରାସ୍ତାରେ ଯାନବାହାନ ଗୁଡିକ ଅଟକି ରହିଛନ୍ତି । ଯଦି ଆପଣ ସେଠାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଟ୍ରାଫିକ୍ କଟକଣା ବିଷୟରେ ସୂଚନା ରଖିବା ଆବଶ୍ୟକ ।

ଉତ୍ତରାଖଣ୍ଡର ଅନେକ ଉଚ୍ଚ ସ୍ଥାନରେ ତୁଷାରପାତ ହେଉଛି । ଏଭଳି ପରିସ୍ଥିତିରେ ତୁଷାରପାତକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ବୃଦ୍ଧି ପାଇଛି।

ଜାମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ହେଉଛି ଯାହା ନୂଆ ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଆକଳନ କରାଯାଉଛି । ତେବେ କାଶ୍ମୀରରେ ହାଡଭଙ୍ଗା ଶୀତ ଜାରି ରହିଛି। ସେଠାରେ ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଚିଲକାଲାନ ମଧ୍ୟରେ ପହଲଗାମ, ଗୁଲମର୍ଗ ଏବଂ ସୋପୋର ପରି ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି । ସ୍ଥାନୀୟ ତଥା ପର୍ଯ୍ୟଟକମାନେ ତୁଷାରପାତକୁ ବହୁତ ଉପଭୋଗ କରୁଛନ୍ତି । ଡାଲ୍ ଲେକ୍ ରେ ପାଣି ଉପରେ ବରଫ ଜମିଯାଇଛି । ଏଭଳି ପରିସ୍ଥିତିରେ, ଯଦି ଆପଣ ନୂଆ ବର୍ଷରେ ତୁଷାରପାତକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ କାଶ୍ମୀର ଯାତ୍ରା ଆପଣଙ୍କ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ହୋଇପାରେ ।

Also Read- ଲ’ କମିଶନ ଗଠନ କଲେ ରାଜ୍ୟ ସରକାର, ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ

Also Read- New Year 2025: ନୂଆ ବର୍ଷରେ ୪ ରାଶିର ସ୍ୱପ୍ନ ହେବ ସାକାର, କିଣିବେ ନୂଆ ଘର ଆଉ ଗାଡି