ଏକକାଳୀନ ନିର୍ବାଚନ ଲାଗି ନିଷ୍ପତ୍ତି ନେଲେ କ୍ୟାବିନେଟ, ଏବେ କ’ଣ ହେବ?
Advertisement
Article Detail0/zeeodisha/odisha2436938

ଏକକାଳୀନ ନିର୍ବାଚନ ଲାଗି ନିଷ୍ପତ୍ତି ନେଲେ କ୍ୟାବିନେଟ, ଏବେ କ’ଣ ହେବ?

ଭୁବନେଶ୍ୱର: ଦେଶର ସମସ୍ତ ନିର୍ବାଚନକୁ ଗୋଟିଏ ସମୟରେ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।  ଗତ ତିନୋଟି ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ଏଥର କ୍ୟାବିନେଟ୍‍ ଅନୁମୋଦନ ବି କରିଛନ୍ତି। ଆସନ୍ତା ଲୋକସଭା ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ।  

ଏକକାଳୀନ ନିର୍ବାଚନ ଲାଗି ନିଷ୍ପତ୍ତି ନେଲେ କ୍ୟାବିନେଟ, ଏବେ କ’ଣ ହେବ?

ଭୁବନେଶ୍ୱର: ଦେଶର ସମସ୍ତ ନିର୍ବାଚନକୁ ଗୋଟିଏ ସମୟରେ କରାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।  ଗତ ତିନୋଟି ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ଏଥର କ୍ୟାବିନେଟ୍‍ ଅନୁମୋଦନ ବି କରିଛନ୍ତି। ଆସନ୍ତା ଲୋକସଭା ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ।  ହେଲେ ଏ ବିଧେୟକ ପାରିତ ହେବା ସହଜ ବ୍ୟାପର ନୁହେଁ। ଗୋଟିଏ ପଟେ ବିଜେପି ଲୋକସଭାରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ନାହିଁ। ରାଜ୍ୟସଭାରେ ମଧ୍ୟ ସମାନ ଅବସ୍ଥା। କଂଗ୍ରେସ ସମେତ ୧୫ ବିରୋଧୀ ଦଳ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ବିଚାରାଧୀନ ଥିବା ପୌର ଏବଂ ପଞ୍ଚାୟତ ନିର୍ବାଚନଗୁଡ଼ିକୁ ମଧ୍ୟ ଏକ ସମୟରେ ଶେଷ କରିବାକୁ ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ କେମିତି? ସରକାର ଏହି ନିଷ୍ପତ୍ତିକୁ ପାରିତ କରାଇପାରିବେ ତ? ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ତ? ଏମିତି ଅନେକ ପ୍ରଶ୍ନ। 

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କହିବା ଅନୁସାରେ ଦେଶରେ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗୋଟିଏ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭାଗୁଡ଼ିକ ଲାଗି ପନିର୍ବାଚନ ହେବ। ଏହାର ୧୦୦ ଦିନ ଭିତରେ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକ ଲାଗି ନିର୍ବାଚନ ହେବ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀ କୋବିନ୍ଦଙ୍କ ନେତୃତ୍ୱରେ ଗତ ସରକାର ସମୟରେ ଗଠିତ ଉଚ୍ଚ କ୍ଷମତାପନ୍ନ କମିଟି ମାର୍ଚ୍ଚ ୧୪ ତାରିଖରେ ରାଷ୍ଟ୍ରପତିଙ୍କୁ ଏ ସମ୍ବନ୍ଧରେ ରିପୋର୍ଟ ଦେଇଥିଲେ। ସେ ଏକ ସମୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ଆବଶ୍ୟକ ପଡ଼ିଥିବା ଅନେକ ସମ୍ବିଧାନ ସଂସ୍କାର ବ୍ୟବସ୍ଥାକୁ ଉଲ୍ଲେଖ କରିଛନ୍ତି। 

ଏଣୁ ସରକାର କରିବେ କ’ଣ?
ଶ୍ରୀ କୋବିନ୍ଦଙ୍କ ପ୍ୟାନେଲ୍‍ ଦେଇଥିବା ରିପୋର୍ଟକୁ ଦେଶର ୪୭ ରାଜନୀତିକ ଦଳରୁ ୩୨ ଦଳ ସମର୍ଥନ କରୁଛନ୍ତି। କଂଗ୍ରେସ ସମେତ ୧୫ ଦଳ ଏହାକୁ ବିରୋଧ କରୁଛନ୍ତି।  ଅପରପକ୍ଷେ  ବିଜେପି କାଖରେ ଏକକ ସଂଖ୍ୟା ଗରିଷ୍ଠତା ନଥିବାରୁ  କେନ୍ଦ୍ର ସରକାର ହଯୋଗୀ ଦଳମାନଙ୍କୁ ଏଥିପ୍ରତି ଭୋଟ୍‍ ଦେବା ଲାଗି ଅନୁରୋଧ କରିପାରନ୍ତି। 

ଏଥିଲାଗି ସରକାରଙ୍କୁ ଦୁଇଟି ସମ୍ବାଧାନ ସଂଶୋଧନ ବିଧେୟକ ଆଣିବାକୁ ହେବ। ପ୍ରଥମ ସଂଶୋଧନ ବିଧେୟକ ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଧାରଣ ସଂଖ୍ୟା ଗରିଷ୍ଠତା ସହ ଉପସ୍ଥିତ ସଦସ୍ୟଙ୍କ ଦୁଇ ତୃତୀୟଂଶ ଭୋଟ ଆବଶ୍ୟକ କରେ। ଦ୍ୱିତୀୟ ସମ୍ବିଧାନ ସଂଶୋଧନ ରାଜ୍ୟଗୁଡ଼ିକର ସମର୍ଥନ ଆବଶ୍ୟକ କରିବ। ଯେହେତୁ ରାଜ୍ୟଗୁଡ଼ିକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ବ୍ୟାପାର ଅଧାରୁ ଅଧିକ ରାଜ୍ୟ ଏଥିଲାଗି ସମର୍ଥନ ଦେବା ଆବଶ୍ୟକ। 

ଅଧିକାଂଶ ରାଜ୍ୟରେ ଯଦିଓ ବିଜେପି ଏବଂ ଏହାର ସହଯୋଗୀ ଦଳ କ୍ଷମତାରେ ଅଛନ୍ତି ଏଣୁ ରାଜ୍ୟଗୁଡ଼ିକ ଲାଗି ଏହା ସେତିକି କଷ୍ଟକର ହେବ ନାହିଁ। କିନ୍ତୁ ଯେଉଁ ୩୨ ପାର୍ଟି ଏକ ଦେଶ ଏକ ନିର୍ବାଚନକୁ ସମର୍ଥନ କରୁଥିଲେ ସେମାନଙ୍କ ଭିତରୁ ବିଜେଡି ଏବେ ବିରୋଧୀ ଆସନରେ ବସିଛି। ଲୋକସଭାରେ ଯଦି ଏହି ଦଳର କ୍ଷମତା ନାହିଁ କିନ୍ତୁ ରାଜ୍ୟ ସଭାରେ ଏହା ସହାୟକ ହୋଇ ନପାରେ। 

ଲୋକସଭାରେ ଏହି ବିଧେୟକକୁ ପାରିତ କରିବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ଭୋଟ ଆବଶ୍ୟକ। ଅର୍ଥାତ୍‍ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ  ବିଧେୟକ ସପକ୍ଷରେ ୩୬୨ ଭୋଟ ଆବଶ୍ୟକ। କିନ୍ତୁ ଏନ୍‍ଡିଏ ପାଖରେ ଏବେ ୨୯୩ ଆସନ ରହିଛି। ଅର୍ଥାତ୍‍ ଲୋକସଭାରେ ଅଧିକ ଭୋଟ ପାଇଁ ବିରୋଧୀ ସାଂସଦଙ୍କୁ ବିଧେୟକ ସପକ୍ଷକୁ ଆଣିବାକୁ ହେବ। ନହେଲେ ଯଦି ୧୦୪ ସଦସ୍ୟ ଭୋଟ ବେଳେ ଗୃହରେ ଉପସ୍ଥିତ ନ ରହିବେ  ବା ଭୋଟ ଦେନଦେ ନାହିଁ ତେବେ ବିଧେୟକ ପାରିତ ହେବା ଅସମ୍ଭବ ହେବ ନାହିଁ। 

ରାଜ୍ୟସଭାରେ ଏବେ ଏନ୍‍ଡିଏ ପାଖରେ ୧୨୧ ସଦସ୍ୟ ରହିଛନ୍ତି। ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭା ଲାଗି ଦୁଇ ତୃତୀୟଂଶ ହିସାବ କଲେ ୧୬୪ ଭୋଟ ଆବଶ୍ୟକ। ଏଣୁ ଏଠାରେ ମଧ୍ୟ ସମାନ ଅଙ୍କ କଷିବାକୁ ହେବ। ସଂଖ୍ୟା ଗଣିତରେ ମୋଦୀ ସରକାର କିପରି ପାର ପାଇବେ ତାହାକୁ ନିଶ୍ଚିତରୂପେ ଅପେକ୍ଷା କରାଯିବ। ହେଲେ ଆସନ୍ତା ଲୋକସଭା ଅଧିବେଶନ ଯେ ଏଥିଲାଗି ଅଧିକ ସରଗରମ ହେବ ତାହାକୁ ଅସ୍ୱୀକାର କରାଯାଇ ନପାରେ।