Advertisement
Photo Details/zeeodisha/odisha1499674
photoDetails0hindi

Hockey World Cup 2023: କୋରୋନା କାଳରେ ହକି ଫିଭର, ଦେଖନ୍ତୁ କେମିତି ଚାଲିଛି ପ୍ରାକ୍ଟିସ୍

Hockey World Cup Update: ହକି ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ରାଜ୍ୟ । ଓଡି଼ଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ନବୀନ । ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି । ବିଶ୍ବକପ ହକିର ଆୟୋଜନ ସାରା ଦେଶର ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

1/5

ଦିନ କେଇଟା ପରେ ରାଜ୍ୟରେ ଶୁଭିବ ହକି ବିଗୁଲ । ଏହିସବୁ ପ୍ରସ୍ତୁତି ମଧ୍ୟରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଜୁନିୟର କୋରିଆ ଟିମ୍ ନିଜର ପ୍ରାକ୍ଟିସ ଜାରି ରଖିଛି। 

2/5

ଚକ୍ ଚକ୍ ଫାଇନ୍ ବ୍ଲୁ-ଟର୍ଫରେ ଝାଳବୁହା ପରିଶ୍ରମ କରୁଛନ୍ତି ଜୁନିୟର କୋରିଆ ଟିମ୍ । ଫିଲ୍ଡ ଟେଷ୍ଟ ପାଇଁ ଆଜିଠାରୁ ୩ଟି ପ୍ରାକ୍ଟିସ ମ୍ୟାଚ ଖେଳାଯାଉଛି।

3/5

ଓଡ଼ିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ହକି ବିଶ୍ବକପକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ଆମନ୍ତ୍ରଣ । ଲୋକସଭା ଭବନରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

4/5

ସେହିପରି ହକି ବିଶ୍ବକପ ପାଇଁ ପୋଲିସର ୨୪ ଘଣ୍ଟିଆ ସେବା ମଧ୍ୟ ଉପଲବ୍ଧ ରହିବ । ହକି ବିଶ୍ବକପ ପାଇଁ ପ୍ରତିଟି ଦିଗକୁ ନେଇ ତର୍ଜମା କରିଛି କମିଶନରେଟ ପୋଲିସ । ବିଭିନ୍ନ ଟ୍ରାନ୍ସପୋର୍ଟ ଆସୋସିଏସନ ସହ ଆଲୋଚନା କରିଛି ପୋଲିସ  । 

5/5

ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ହକିର ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ ଜୋରସୋରର ଲାଗି ପଡ଼ିଛି ।