Actress Anushka Sharma: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଖାଦ୍ୟପ୍ରେମୀ ଅନୁଷ୍କା ନିଜ ସ୍ବାସ୍ଥ୍ୟକୁ ନେଇ ଖୁବ ସଚେତନ । କିନ୍ତୁ ଆପଣ କେବେ ଚିନ୍ତା କରି ନଥିବେ ଯେ ଅନୁଷ୍କା ଶର୍ମା ସାଧାରଣ ଲୋକଙ୍କ ପରି ଜଲେବି ଓ ପୋହା ଖାଆନ୍ତି । ହଁ ଆଜ୍ଞା, ଅନୁଷ୍କାଙ୍କୁ ମିଠା ଭିତରେ ଜଲେବି ଖୁବ ପସନ୍ଦ ଲାଗେ। କିନ୍ତୁ ଅଭିନେତ୍ରୀ ମିଠା ଖାଇ ମଧ୍ୟ ନିଜ ଓଜନ କମାଇ ପାରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ସେ ଦିନର ଅଧା ସମୟ ଓ୍ବାର୍କଆଉଟରେ କଟାନ୍ତି। ଇନ୍ଦୋରରେ ଆୟୋଜିତ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅନୁଷ୍କା ଇନ୍ଦୋରରେ ପହଞ୍ଚିଛନ୍ତି । ଇନ୍ଦୋରର ପ୍ରସିଦ୍ଧ ଜଲେବି ଓ କଚୋରୀ ଖାଇବା ପରେ ଜିମରେ ଓ୍ବାର୍କଆଉଟ କରୁଛନ୍ତି ଅଭିନେତ୍ରୀ ।
ଇନ୍ଦୋରରେ ଷ୍ଟ୍ରିଟପୁଡକୁ ଅନୁଷ୍କା ଉପଭୋଗ କରିବା ସହିତ ପରଦିନ ବ୍ୟାୟାମ ମଧ୍ୟ କରୁଛନ୍ତି। ଅଧିକ ଯୁକ୍ତଖାଦ୍ୟ ଖାଇବା ପରେ ସେ ଏହାକୁ ବ୍ୟାୟାମ ମାଧ୍ୟମରେ ଝଡାଉଛନ୍ତି।
ଇନ୍ଦୋରର ଖାଦ୍ୟକୁ ବେଶ ସ୍ବାଦିଷ୍ଟ କହିବା ସହ ଅଭିନେତ୍ରୀ ୱାର୍କଆଉଟ୍ ସେଲଫି ମଧ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ, ତାଙ୍କ ପଛରେ ଓ୍ବାର୍କ ଆଉଟ ମେସିନ ରହିଛି।
ଅନୁଷ୍କା ଶର୍ମା ମଧ୍ୟ ଜିମ୍ ଏବଂ ଯୋଗରେ ବହୁତ ସମୟ ଦିଅନ୍ତି । ସ୍ଲିମ୍ ଟ୍ରିମ୍ ଦେଖାଯାଉଥିବା ଅନୁଷ୍କାଙ୍କର ଘଣ୍ଟା ଘଣ୍ଟା ଧରି ଖେଳନ୍ତି । ଯେଉଁଥିପାଇଁ ସେ ଅଧିକ ଖାଇବା ପରେ ମଧ୍ୟ ତାଙ୍କର ଓଜନ ବଢେ ନାହିଁ ।
ଉଭୟ ଅନୁଷ୍କା ଏବଂ ବିରାଟ କୋହଲି ବର୍ତ୍ତମାନ ଇନ୍ଦୋରରେ ଅଛନ୍ତି। ଏଠାରେ ବିରାଟ ଅଭ୍ୟାସ କରିବା ସହ ସ୍ତ୍ରୀଙ୍କ ସହ ମିଶି ଜିମରେ ଝାଳ ବୁହାଉଛନ୍ତି।
ତେବେ, ଉଭୟଙ୍କ ଏହି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ट्रेन्डिंग फोटोज़