Ayodhya Ram Mandir: ଅଯୋଧ୍ୟା, ଯାହାକୁ ରାମ ନଗରୀ ଭାବେ ପୂରା ବିଶ୍ୱ ଜାଣିଛି। ତେବେ ୨୨ ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହା ବ୍ୟତୀତ ଅଯୋଧ୍ୟାରେ ଏକ ନୂତନ ବିମାନବନ୍ଦର ମଧ୍ୟ କରାଯାଇଛି, ଯାହାର ନାମ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ । ଏହା ବ୍ୟତୀତ ଅଯୋଧ୍ୟା ରେଳ ଷ୍ଟେସନକୁ 'ଅଯୋଧ୍ୟା ଧାମ' ବୋଲି ନାମିତ କରାଯାଇଛି । ରାମ ମନ୍ଦିର ନିର୍ମାଣ ହେତୁ ଚଳିତ ବର୍ଷରୁ ପୁଞ୍ଜି ବିନିଯୋଗ ମଧ୍ୟ ବୃଦ୍ଧି ପାଇଛି। ତେବେ AI ମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଅଯୋଧ୍ୟାଙ୍କର କିଛି ଭବିଷ୍ୟତ ସମୟର ଫଟୋ ଭାଇରାଲ କରାଯାଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହେବେ।
ଏହି ଚିତ୍ରରେ ସ୍ପଷ୍ଟ ବାରି ହେଉଛି ଯେ, AI କେତେ ଶକ୍ତିଶାଳୀ । AI ଦେଖାଇଥିବା ଫଟୋରେ ଏହି ସହର ଆଗାମୀ ୨୬ ବର୍ଷରେ ଏମିତି ଦୃଶ୍ୟମାନ ହେବ।
AI ସହରର ପରିଚୟକୁ ବହୁ ପରିମାଣରେ ସଂରକ୍ଷିତ କରି ରଖିଛି ଏବଂ ଭବିଷ୍ୟତରେ କିପରି ଦିଶିବ ତାହାର ନୂତନତ୍ୱ ଏହି ଫଟୋରେ ଯୋଡିଛି ।
ଏହି ଫଟୋରେ ଦେଖାଯାଉଛି ଯେ, ଅଯୋଧ୍ୟା ନଗରୀ ଅର୍ଥାତ୍ ରାମ ମନ୍ଦିରର ଚାରିପଟେ ଏୟାରଟ୍ୟାକ୍ସି ଦୃଶ୍ୟମାନ ହୋଇଛି।
AI ସହରର ଚିତ୍ରଣ କରିବା ସହ ଆଗକୁ ମଣିଷ ନୁହେଁ ରୋବଟ ସୁରକ୍ଷା ଦେବା ନେଇ ମଧ୍ୟ ଫଟୋ ଜାରି କରିଛି।
ଏହାସହ ଅତ୍ୟାଧୁନିକ କୌଶଳର ବ୍ୟବହାର କରିବା ସହ ଆଗାମୀ ୨୬ ବର୍ଷରେ ଭକ୍ତ ମାନେ ସିଧାସଳଖ ହେଲିକପ୍ଟର ଯୋଗେ ରାମ ମନ୍ଦିରକୁ ଆସିବେ।
ट्रेन्डिंग फोटोज़