Bank FD Rates News In Odia: ଗତ ଏକ ବର୍ଷ ମଧ୍ୟରେ ଆରବିଆଇ ରେପୋ ରେଟକୁ ଦ୍ରୁତ ଗତିରେ ବୃଦ୍ଧି କରିଛି । ଏହାର ପ୍ରଭାବ ହେଉଛି ବ୍ୟାଙ୍କଗୁଡିକ ମଧ୍ୟ ଏଫଡି ହାର ବୃଦ୍ଧି କରିଛନ୍ତି। ନିୟମିତ ଗ୍ରାହକଙ୍କ ସହିତ ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କଗୁଡିକ ଭଲ ଇଣ୍ଟ୍ରେଷ୍ଟ ପ୍ରଦାନ କରୁଛନ୍ତି। କେତେକ ବ୍ୟାଙ୍କ FD ଉପରେ ୮.୫୦ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ସୁଧ ଦେଉଛନ୍ତି । ଆସନ୍ତୁ ଜାଣିବା ସେହି ପାଞ୍ଚଟି ବ୍ୟାଙ୍କର ସୁଧ ହାର ବିଷୟରେ କିଛି ତଥ୍ୟ...
ଆକ୍ସିସ୍ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୬.୭୫ ପ୍ରତିଶତ, ଦୁଇ ବର୍ଷ ପାଇଁ ୭.୨୬ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୦୦ ପ୍ରତିଶତ ପ୍ରଦାନ କରୁଛି । ବରିଷ୍ଠ ନାଗରିକମାନଙ୍କୁ ଏହି ତିନୋଟି କାର୍ଯ୍ୟକାଳ ପାଇଁ ୦.୭୫ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି।
ବନ୍ଧନ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୭.୨୫ ପ୍ରତିଶତ, ୬୦୦ ଦିନ ପାଇଁ ୮.୦୦ ପ୍ରତିଶତ, ୨ବର୍ଷ ଏବଂ ୩ ବର୍ଷ ପାଇଁ ୭.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରୁଛି। ବରିଷ୍ଠ ନାଗରିକମାନଙ୍କ ପାଇଁ, ପ୍ରତ୍ୟେକ କାର୍ଯ୍ୟକାଳରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି।
ଆରବିଏଲ୍ ବ୍ୟାଙ୍କ (RBL Bank) ଗୋଟିଏ ବର୍ଷ ପାଇଁ ୭.୦୦ ପ୍ରତିଶତ, ୭୨୫ ଦିନ ପାଇଁ ୭.୮୦ ପ୍ରତିଶତ, ୨ବର୍ଷ ଏବଂ ୩ବର୍ଷ ପାଇଁ ୭.୦୦ ପ୍ରତିଶତ ପ୍ରଦାନ କରୁଛି । ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଙ୍କ ଦ୍ୱାରା ୦.୫୦% ଅତିରିକ୍ତ ସୁଧ ପ୍ରଦାନ କରୁଛି।
IDFC ଫାଷ୍ଟ ବ୍ୟାଙ୍କ ଗୋଟିଏ ବର୍ଷ ପାଇଁ ୬.୭୫ ପ୍ରତିଶତ ସୁଧ, ୨ ବର୍ଷ ପାଇଁ ୭.୨୫ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହି ତିନୋଟି କାର୍ଯ୍ୟକାଳରେ ବ୍ୟାଙ୍କ ଦ୍ୱାରା ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଦିଆଯାଉଛି ।
ଡିସିବି ବ୍ୟାଙ୍କ (DCB Bank) ଗୋଟିଏ ବର୍ଷ ପାଇଁ ୭.୨୫ ପ୍ରତିଶତ ସୁଧ, ୨ବର୍ଷ ପାଇଁ ୮.୦୦ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୭.୬୦% ପ୍ରଦାନ କରୁଛି। ଡିସିବି ମଧ୍ୟ ତିନୋଟି କାର୍ଯ୍ୟକାଳରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ପ୍ରଦାନ କରୁଛି ।
ट्रेन्डिंग फोटोज़