Advertisement
Photo Details/zeeodisha/odisha1772401
photoDetails0hindi

Bollywood Actress Bold Scene: ଫିଲ୍ମରେ ବୋଲ୍ଡ ସିନ୍ ବେଳେ ଆକ୍ଟର କରିଦେଇଥିଲେ ଖଣ୍ଡିଆ, ଭୋ ଭୋ ହୋଇ କାନ୍ଦିଥିଲେ ଏହିସବୁ ଅଭିନେତ୍ରୀ

Bollywood Actress Bold Scene: ବଲିଉଡର ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମରେ ବୋଲ୍ଡ ସିନ୍ ଦେବାକୁ ପଛଘୁଞ୍ଚା ବା ସଙ୍କୋଚ କରନ୍ତିନି। ହେଲେ ଏମିତି କିଛି ଅଭିନେତ୍ରୀ ଯେଉଁମାନେ ବୋଲ୍ଡ ସିନ ଦେବାକୁ ୧୦୦ ଥର ଭାବିଛନ୍ତି । ଏହାସହ ଫିଲ୍ମରେ ଦେଇଥିବା ବୋଲ୍ଡ ସିନ ଦେଖିଲେ ଆପଣ ମଧ୍ୟ ଉତ୍ତେଜିତ ହୋଇଉଠିବେ । ତେବେ ଚାଲନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବୋଲ୍ଡ ସିନ ଦେବାକୁ ମନା କରୁଥିଲେ ମଧ୍ୟ ଇଣ୍ଟିମେଣ୍ଟ ସିନ୍ ଦେଇ ହାର୍ଟବିଟ୍ ବଢାଇଛନ୍ତି। କେବଳ ଏତିକି ନୁହେଁ ବୋଲ୍ଡ ସିନ୍ ଦେବା ପରେ କିଏ କାନ୍ଦିଛନ୍ତି ତ କିଏ ମୁହଁ ଲୁଚାଇ ବୁଲିଛନ୍ତି। 

1/6

Rekha: ବଲିଉଡର ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମ ଥର ବୋଲ୍ଡ ସିନ୍ ମାତ୍ର ୧୫ ବର୍ଷ ବୟସରେ ଦେଇଥିଲେ। କୁହାଯାଏ ଯେ ପ୍ରଥମ ଫିଲ୍ମ ଅଞ୍ଜାନା ସଫରରେ ବେଙ୍ଗଲି ଆକ୍ଟର ବିଶ୍ୱଜିତ ମୁଖାର୍ଜୀଙ୍କ ସହ କିସିଂ ସିନ୍ କରିଥିଲେ ହେଲେ କିସିଂ ସିନ୍ ଥିବା ନେଇ ରେଖାଙ୍କୁ ପୂର୍ବରୁ ଜଣାନଥିଲା। ଡାଇରେକ୍ଟର ତୁରନ୍ତ ସିନ୍ କୁ ରଖିଥିବାରୁ ରେଖାଙ୍କୁ ବିଶ୍ୱଜିତ୍ ୫ ମିନିଟ ଧରି କିସ୍ କରିଥିଲେ । ଏ ବିଷୟରେ କିଛି ବୁଝିପାରିନଥିଲେ ରେଖା। ସୁଟିଂ ସେଟରେ କିସ୍ କରିଥିବାରୁ ତାଙ୍କୁ ବହୁତ ଖରାପ ଲାଗିଥିଲା ଓ ସେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। 

 

2/6

Madhuri Dixit: ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ଫିଲ୍ମ ଦୟାବାନ ତାଙ୍କ ଲାଇଫର ସବୁଠାରୁ ଖରାପ ପ୍ରୋଜେକ୍ଟ ଥିଲା। କାରଣ ଏହି ଫିଲ୍ମରେ ଥିବା ଅଭିନେତା ବିନୋଦ କୁମାରଙ୍କ ଅପୋଜିଟରେ ଥିଲେ ମାଧୁରୀ। ଏକ କିସିଂ ସିନ୍ ରେ ଅଭିନେତା ଏତେ ଉତ୍ତେଜିତ ହୋଇଯାଇଥିଲେ ଯେ, କିସିଂ ସୁଟ୍ ସମୟରେ ସେ ମାଧୁରୀଙ୍କ ଓଠକୁ କାମୁଡ଼ି ଖଣ୍ଡିଆ କରିଦେଇଥିଲେ।

 

3/6

Raashi Khanna: ସାଉଥ ଅଭିନେତ୍ରୀ ରାଶି ଖନ୍ନାଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ୱାର୍ଲଡ ଫେମସ ଲଭରରେ ବିଜୟ ଦେବେରକୋଣ୍ଡାଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କୁ ବୋଲ୍ଡ ଓ ଇଣ୍ଟିମେଣ୍ଟ ସିନ୍ ଦେବାକୁ ପଡ଼ିଥିଲା। ଏହାପରେ ରାଶି ଖନ୍ନା ପୂରାପୂରି ଭାବେ ଚମକି ପଡ଼ିଥିଲେ । ପରେ ଡାଇରେକ୍ଟର କଟ୍ କହିବା ମାତ୍ରେ ଦୌଡ଼ି ଯାଇ ନିଜ ଭ୍ୟାନିଟି ଭ୍ୟାନରେ ପଶି ଭୋ  ଭୋ ହୋଇ କାନ୍ଦିଥିଲେ ରାଶି। 

4/6

Karishma Kapoor: ରାଜା ହିନ୍ଦୁସ୍ତାନୀ ଫିଲ୍ମରେ କରିସ୍ମା ଓ ଅମୀର ଖାନଙ୍କ ରୋମାନ୍ସ କାହାକୁ ବା ଅଛପା । ଏଥିରେ ଥିବା କିସିଂ ସିନ୍ କୁ ସୁଟିଂ କରିବାକୁ ଖୁବ ପରିଶ୍ରମ କରିବାକୁ ପଡ଼ିଥିଲା। କାରଣ କରିସ୍ମା ଏହି କିସିଂ ସିନ୍ ସମୟରେ ବହୁତ ନର୍ଭସ ହେଉଥିଲେ। ଏହି ସିନ୍ ସୁଟିଂ ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା।

5/6

Radhika Apte: ଅଭିନେତ୍ରୀ ରାଧିକା ଆପ୍ଟେ ମଧ୍ୟ ଅନେକ ଫିଲ୍ମରେ ବୋଲ୍ଡ ସିନ୍ ଦେଇଛନ୍ତି ହେଲେ ପାର୍ଚଡ ଫିଲ୍ମରେ ବୋଲ୍ଡ ସିନ୍ ଦେବା ପରେ ରାଧିକା ଆପ୍ଟେ ବହୁତ ଟ୍ରୋଲର ଶିକାର ହୋଇଥିଲେ। ପରେ କିଛିଦିନ ସେ ଘରୁ ମଧ୍ୟ ବାହାରି ପାରିନଥିଲେ।

6/6

Vidya Balan: "The Dirty Picture" ରେ ଅଭିନେତ୍ରୀ ସିଲ୍କିଙ୍କ କ୍ୟାରେକ୍ଟର ପ୍ଲେ କରିଥିଲେ ବିଦ୍ୟା ବାଲାନ । ଏହି ଫିଲ୍ମର ସିନ୍ ଠାରୁ ଆରମ୍ଭ କରି ଅନେକ ଗୀତରେ ବିଦ୍ୟା ଙ୍କ ବୋଲ୍ଡ ଓ ଇଣ୍ଟିମେଣ୍ଟ ସିନ୍ ଦେଖିବାକୁ ମିଳିଥିଲା। ହେଲେ ଅଭିନେତ୍ରୀଙ୍କ ଜୀବନ୍ତ ଅଭିନୟକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଥିଲେ ।