Advertisement
Photo Details/zeeodisha/odisha1694461
photoDetails0hindi

Maggi Side Effects: ମ୍ୟାଗି ଖାଇବା ଦ୍ବାରା ଶରୀରରେ ହୋଇଥାଏ ଏହିସବୁ କ୍ଷତି!

Maggi Side Effects: ମାତ୍ର ଦୁଇ ମିନିଟରେ ପ୍ରସ୍ତୁତ ହେଉଥିବା ମ୍ୟାଗି ନୁଡୁଲ୍ସ କାହାକୁ ପସନ୍ଦ ନୁହେଁ । ପ୍ରାୟ ସବୁ ବୟସର ଲୋକେ ଏହି ମ୍ୟାଗି ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ପାଟିକୁ ସୁଆଦିଆ ଲାଗୁଥିବା ଏହି ମ୍ୟାଗି ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ଆପଣ ଜାଣି ରଖିବା ଉଚିତ୍ । ଅଧିକ ମ୍ୟାଗି ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।  ଆସନ୍ତୁ ଆଜି ସେ ନେଇ ଆଲୋଚନା କରିବା ।

1/5

ମ୍ୟାଗିକୁ ପୂର୍ବରୁ ଫ୍ରାଇ କରି ରଖାଯାଇଥାଏ। ଫଳରେ ଏହାକୁ ତିଆରି କରିବା ଲାଗି ମାତ୍ର ୨ ମିନିଟ୍ ସମୟ ଲାଗିଥାଏ। ଏଥିରେ ଟ୍ରାନ୍ସ ଫ୍ୟାଟ୍ ର ବ୍ୟବହୃତ ହୋଇଥାଏ । ଟ୍ରାନ୍ସଫ୍ୟାଟି୍ ଶରୀର ପାଇଁ ହାନିକାରକ ହୋଇଥାଏ।

2/5

ଅତ୍ୟଧିକ ମ୍ୟାଗି ଖାଇବା ଦ୍ୱାରା ପାଚନ ପ୍ରଣାଳୀ ଉପରେ ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇପାରେ ନାହିଁ। ଫଳରେ ପେଟ କାଟିବା ଆରମ୍ଭ କରେ।

3/5

ମ୍ୟାଗିରେ ମୋନୋସୋଡି଼ୟମ ଗ୍ଲୁଟାମେଟ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଶରୀରରେ ଏମଏସଜିର ମାତ୍ରା ବଢିବା ଦ୍ୱାରା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହା ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ ଫଳରେ ମନୁଷ୍ୟ ବିଭିନ୍ନ ସମସ୍ୟା ଭୋଗିଥାଏ।

4/5

ମ୍ୟାଗିରେ ଥିବା ଲିଡ୍‌ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଶରୀରରେ ଲିଡ଼ ମାତ୍ରା ଅଧିକ ହେବା ଦ୍ୱାରା ପେଟରେ ଥିବା ଶିଶୁ ସଠିକ୍ ଭାବରେ ବିକଶିତ ହୋଇପାରେ ନାହିଁ। ଏହାଛଡା ଶିଶୁର ଆଇକ୍ୟୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡି଼ଥାଏ।

5/5

ଖାଲି ପେଟରେ ମ୍ୟାଗି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦେଖା ଦେଇଥାଏ। ଏହାଛଡା ମ୍ୟାଗି ଖାଇଲେ ଭୋକ ଲାଗେ ନାହିଁ। ଏହାଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଇବା ସହ ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ୟା ଦେଖା ଦେଇପାରେ। ଏହା ମଇଦାରୁ ତିଆରି ହଇଥାଏ। ଫଳରେ ଅତ୍ୟଧିକ ମ୍ୟାଗି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇପାରେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ ।)