Advertisement
Photo Details/zeeodisha/odisha1832221
photoDetails0hindi

Great Wall of China: କ'ଣ ମହାକାଶରୁ ଦୃଶ୍ୟମାନ ହୋଇଥାଏ ବିଶାଳ ଚୀନ ପ୍ରାଚୀର? ଜାଣନ୍ତୁ ଏହାର ସତ୍ୟତା

Great Wall of China from Space: ଚୀନ୍‌ର ବିଶାଳ ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା କାନ୍ଥ କୁହାଯାଏ। ଏହି ପ୍ରାଚୀର ସହ ଜଡ଼ିତ ଅନେକ କାହାଣୀ ବହୁତ ଲୋକପ୍ରିୟ। କୁହାଯାଏ ଯେ ମହାକାଶରୁ ମଧ୍ୟ ଚୀନ ଠାରେ ଅବସ୍ଥିତ ବିଶାଳ ପ୍ରାଚୀର ଦୃଶ୍ୟମାନ ହୋଇଥାଏ। ହେଲେ ଏହା ପଛରେ ରହିଥିବା ସତ୍ୟତା ବିଷୟରେ ଜାଣନ୍ତୁ।

1/5

ଆପଣ ନିଶ୍ଚିତ ଭାବରେ ସହମତ ହେବେ ଯେ ପିଲାଦିନେ ଆପଣ ଅନେକ କାହାଣୀ ଶୁଣିବାକୁ ପାଇଥିବେ। ହେଲେ ଯେତେବେଳେ ଆମେ ସେହି କାହାଣୀ ଉପରେ ଅନୁସନ୍ଧାନ କରିବା ଆରମ୍ଭ କରୁ, ସେତେବେଳେ ଆମେ ଜାଣିବାକୁ ମିଳିଥାଏ ଯେ ସବୁକିଛି ହେଉଛି କେବଳ କାହାଣୀ। ଏପରି ଅନେକ କାହାଣ ମଧ୍ୟ ରହିଛି ଯେଉଁଥିରେ କୌଣସି ସତ୍ୟତା ନାହିଁ। ଯାହା ମଧ୍ୟରେ ରହିଛି ଚୀନ ବିଶାଳ ପ୍ରାଚୀର।

 

2/5

ଏପରି ଏକ ଚର୍ଚ୍ଚିତ କାହାଣୀ ହେଉଛି ଚୀନ ଠାରେ ଅବସ୍ଥିତ ବିଶାଳ ପ୍ରାଚୀର। କୁହାଯାଏ ଯେ "ଗ୍ରେଟ ୱାଲ ଅଫ ଚାଇନା" ନାମରେ ପରିଚିତ ଏହି ବିଶାଳ ପ୍ରାଚୀର ମଧ୍ୟ ମହାକାଶରୁ ଦୃଶ୍ୟମାନ ହୋଇଥାଏ। ଅନେକ ଲୋକ ଏହି ପ୍ରସଙ୍ଗରେ ବିତର୍କ ମଧ୍ୟ କରିଥାନ୍ତି। ଯଦିଓ ଏହାର କୌଣସି ସତ୍ୟତା ନାହିଁ। ଯଦିଓ ଚୀନ ବିଶାଳ ପ୍ରାଚୀର ବିଶ୍ୱର ସବୁଠାରୁ ଲମ୍ବା କାନ୍ଥ ଭାବରେ ଜଣାଶୁଣା। ହେଲେ ତଥାପି ଏହାର କୌଣସି ସତ୍ୟତା ନାହିଁ ଯେ ଚୀନ ବିଶାଳ ପ୍ରାଚୀର ମହାକାଶରୁ ଦୃଶ୍ୟମାନ ହୋଇଥାଏ।

 

3/5

ପ୍ରଶ୍ନ ଉଠୁଛି ଯେ ଏପରି କାହାଣୀ କିପରି କାହାଣୀ କିପରି ଚର୍ଚ୍ଚାକୁ ଆସିଲା? ଏହି କାହାଣୀ ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ଚୀନୀ ମହାକାଶଚାରୀ ମହାକାଶରୁ ସେମାନଙ୍କ ଦେଶରେ ଅବସ୍ଥିତ ବିଶାଳ ପ୍ରାଚୀର ଦେଖିଥିବାର ଦାବି କରିଥିଲେ। ଚୀନୀ ମହାକାଶଚାରୀଙ୍କ ଏପରି ଦାବିକୁ ପରେ କିଛି ସ୍ପେସ୍ ଏଜେନ୍ସି ମଧ୍ୟ ନିଶ୍ଚିତ କରିଥିଲେ।

 

4/5

ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା କହିବା ଅନୁଯାୟୀ ଏପରି ଦାବି କୌଣସି ସତ୍ୟତା ନାହିଁ। ମହାକାଶରୁ ପୃଥିବୀର କୌଣସି ଦୃଶ୍ୟମାନ ହୁଏନାହିଁ। ମହାକାଶରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଠାରେ ମଧ୍ୟ ଚୀନ ବିଶାଳ ପ୍ରାଚୀର ଦୃଶ୍ୟମାନ ହୁଏନାହିଁ।

5/5

ଆମେରିକୀୟ ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଯିଏ ଚନ୍ଦ୍ର ପୃଷ୍ଠରେ ପ୍ରଥମେ ପାଦ ରଖିଥିଲେ ସେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ମହାକାଶ କିମ୍ବା ଚନ୍ଦ୍ର ପୃଷ୍ଠରୁ ପୃଥିବୀରେ କୌଣସି ଜିନିଷ ଦୃଶ୍ୟମାନ ହୁଏ ନାହିଁ। ନିଲ୍ ଆର୍ମଷ୍ଟ୍ରଙ୍ଗ୍ କହିଥିଲେ ଯେ ମହାକାଶରେ ତାଙ୍କୁ କେବଳ ନୀଳ ରଙ୍ଗର ପୃଷ୍ଠଭୂମି ସହିତ ମହାଦେଶ ହ୍ରଦ ଏବଂ ଧଳା ଦାଗ ଦେଖିବାକୁ ମିଳୁଥିଲା।