Advertisement
Photo Details/zeeodisha/odisha1793125
photoDetails0hindi

Pushpa 2 Star Cast fees: ଜାଣିଛନ୍ତି 'ପୁଷ୍ପା ୨' ପାଇଁ କେତେ କୋଟି ନେଉଛନ୍ତି ଅଲ୍ଲୁ ଅର୍ଜୁନ୍?

Pushpa 2 Star Cast fees: ବଲିଉଡ୍ ଅପେକ୍ଷା ଆଜିକାଲି ଦର୍ଶକ ସାଉଥ ଫିଲ୍ମକୁ ଅଧିକ ଭଲ ପାଇବା ଦେଉଛନ୍ତି। ଖାସ୍ କରି ବାହୁବଳୀ,କାନ୍ତାର ଭଳି ଫିଲ୍ମ ବଡ ସ୍କ୍ରିନରେ ଧମାକା ମଚାଇଥିବା ବେଳେ ଆଗକୁ ଆସୁଛି  ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨'(Pushpa 2) । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ସବୁଠାରୁ ଅଧିକ ଅପେକ୍ଷାରତ ଚଳଚ୍ଚିତ୍ର ତାଲିକାରେ ପ୍ରଥମ ସ୍ଥାନ ଦିଆଯାଇଛି। ତେବେ, 'ପୁଷ୍ପା ୧' ବକ୍ସ ଅଫିସରେ ଧମାକା ମଚାଇଥିଲା ବେଳେ  ପାର୍ଟ-ଟୁ ମଧ୍ୟ ଦର୍ଶକଙ୍କ ହୃଦୟ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା । 

1/8

ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମ 'ପୁଷ୍ପା ୧ 'ରେ ହିଟ୍ ହେବା ପରେ ଅଲ୍ଲୁ ତାଙ୍କ ପାରିଶ୍ରମିକ ବଢାଇଛନ୍ତି । ଅଲ୍ଲୁ 'ପୁଷ୍ପା ୨' ପାଇଁ ୧୫୦ କୋଟି ଦାବି କରିଥିଲେ। କିନ୍ତୁ ନିର୍ମାତା ତାଙ୍କୁ ୧୨୫ କୋଟିରେ ରାଜି କରାଇଛନ୍ତି । 'ପୁଷ୍ପା ୧ ' ଅଲ୍ଲୁଙ୍କ ପାରିଶ୍ରମିକ ଥିଲା ୮୫ କୋଟି। 

2/8

ସେହିପରି ଫିଲ୍ମର ଲିଡ୍ ରୋଲରେ ନଜର ଆସିବାକୁ ଥିବା ରଶ୍ମିକା ମନ୍ଦନା ଫିଲ୍ମ ପାଇଁ ୬ କୋଟି ନେଉଛନ୍ତି। ଯେଉଁଥିରେ ତାଙ୍କ ନାଁ ଶ୍ରୀବଲି ରହିଛି ।

 

3/8

ସେହିପରି (Fahadh Faasil) ଫାହାଦା ଫାସିଲ ଏସପି ବାଘେଶ୍ବର ସିଂ ଭୂମିକାରେ ନଜର ଆସିବେ । ତେବେ, ଏଥିପାଇଁ ସେ ୧୦ କୋଟି ନେଉଛନ୍ତି। 

 

4/8

ଧନଞ୍ଜୟ , ଜୋଲି ରେଡ୍ଜୀ ଭୂମିକାରେ ନଜର ଆସିବେ । ତାଙ୍କୁ ନିର୍ମାତା  ୫ କୋଟି ଦେଉଛନ୍ତି ।

 

5/8

ଅନୁସୟା ଭରଦ୍ବାଜ୍ ଏହି ଫିଲ୍ମରେ ବି ଅଭିନୟ କରିଛନ୍ତି । ଯେଉଁଥି ପାଇଁ ସେ ୨ କୋଟି ନେଉଛନ୍ତି। 

 

 

6/8

ସେହିପରି (Comedic actor Sunil) କମିକ୍ ଅଭିନେତା ସୁନୀଲ ମଙ୍ଗଳମ୍ ଶ୍ରୀନୁ ଭୂମିକାରେ ନଜର ଆସିବେ।  ଯେଉଁଥିପାଇଁ ସେ ପାଖାପାଖି ୪୦ ଲକ୍ଷ ଟଙ୍କା ନେଉଛନ୍ତି।

 

7/8

ସେହିପରି (Rao Ramesh)  ରାଓ ରମେଶଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ତାଙ୍କୁ ଏହି ଫିଲ୍ମରେ ଅଭିନୟ ପାଇଁ ୨ କୋଟି ମିଳୁଛି। ତେବେ,  'ପୁଷ୍ପା ୨' ଫିଲ୍ମର ବଜେଟ୍ ୫୦୦ କୋଟି ରହିଛି। 

8/8

ସୁକୁମାର ନିର୍ଦ୍ଦେଶିତ 'ପୁଷ୍ପା: ଦି ରାଇଜ୍' ୧୭ ଡିସେମ୍ବର ୨୦୨୧ରେ ମୁକ୍ତିଲାଭ କରିଥିଲା। ଦର୍ଶକ ଏହି ଚଳଚ୍ଚିତ୍ରକୁ ଏତେ ଭଲ ପାଇଥିଲେ ଯେ ନିର୍ମାତାଙ୍କୁ ଏହାର ଦ୍ୱିତୀୟ ଭାଗ ଘୋଷଣା କରିବାକୁ ପଡିଲା। 'ପୁଷ୍ପା ୧' ୩୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ​​ଏବଂ ଫିଲ୍ମର ଗୀତଗୁଡିକ ମଧ୍ୟ ବହୁତ ହିଟ୍ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ଦେଖାଦେଇଛି।