Advertisement
Photo Details/zeeodisha/odisha1812817
photoDetails0hindi

Underground River: କେବଳ ସରସ୍ୱତୀ ନୁହେଁ; ମାଟି ତଳେ ପ୍ରବାହିତ ହୋଇଥାଏ ଏହି ନଦୀ

underground river in the world: କ'ଣ ଆପଣ ଜାଣିଛନ୍ତି ଭାରତର ସରସ୍ୱତୀ ନଦୀ ବ୍ୟତୀତ ବିଶ୍ୱରେ ଏପରି କିଛି ନଦୀ ରହିଛି ଯିଏ ମାଟି ତଳେ ପ୍ରବାହିତ ହୋଇଥାଏ। ଆପଣ ଜାଣିଛନ୍ତି ଯେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ତିନୋଟି ନଦୀ ପରସ୍ପର ସହ ପ୍ରୟାଗରାଜ ଠାରେ ମିଳିତ ହୋଇଥାନ୍ତି। ହେଲେ ଆମକୁ କେବଳ ଗଙ୍ଗା-ଯମୁନା ନଦୀ ଦୃଶ୍ୟମାନ ହୋଇଥାଏ। ହେଲେ ସରସ୍ୱତୀ ନଦୀ କେବେ ଦୃଶ୍ୟମାନ ହୁଏନାହିଁ। ଏବେ ଆମେ ଆପଣଙ୍କୁ ବିଶ୍ୱର କିଛି ଭୂତଳ ନଦୀ ବିଷୟରେ କହୁଛୁ ଯିଏ ମାଟି ତଳେ ପ୍ରବାହିତ ହୋଇଥାଏ।  

1/5

ଫ୍ରାନ୍ସ ପ୍ରୋଟୋ ଐତିହାସିକ ମାଇକେଲ ଡାନିନୋ ସରସ୍ୱତୀ ନଦୀ ଉପରେ ଅନୁସନ୍ଧାନ କରି ମତ ଦେଇଛନ୍ତି ଯେ ଭୌଗୋଳିକ ପରିବର୍ତ୍ତନ ଏହି ନଦୀ ବିଲୁପ୍ତ ହୋଇ ଥାଇପାରେ। ହେଲେ କିଛି ଲୋକ ବିଶ୍ୱାସ କରନ୍ତି ଯେ ସରସ୍ୱତୀ ନଦୀ ମାଟି ତଳେ ପ୍ରବାହିତ ହେଉଛି। ପୃଥିବୀ ପୃଷ୍ଠରେ ଏପରି ଅନେକ ନଦୀ ରହିଛି ଯିଏ ମାଟି ତଳେ ପ୍ରବାହିତ ହୋଇଥାଏ। ଏହି ନଦୀ ଭୂତଳ ନଦୀ ନାମରେ ଜଣାଶୁଣା।

2/5

ମିଷ୍ଟ୍ରି ରିଭର ଇଣ୍ଡିଆନା: ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନା ପ୍ରଦେଶରେ "ମିଷ୍ଟ୍ରି ରିଭର" ନାମକ ଏକ ଭୂତଳ ନଦୀ ରହିଛି। ଏହି ନଦୀ ସମ୍ପର୍କରେ ସର୍ବପ୍ରଥମେ ଉନନବିଂଶ ଶତାବ୍ଦୀରେ ଜଣାପଡ଼ିଥିଲା। ୧୯୪୦ ମସିହା ପରେ ସରକାର ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ।

 

3/5

ପର୍ଟୋ ପ୍ରିନ୍ସେସା ନଦୀ ଫିଲିପାଇନ୍ସ: ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ତାଲିକାରେ ଅନ୍ତର୍ଭୂକ୍ତ ହୋଇଥିବା ପର୍ଟୋ ପ୍ରିନ୍ସେସା ନଦୀର ଲମ୍ବା ହେଉଛି ୫ ମାଇଲ। ଏହି ନଦୀ ସୁନ୍ଦର ଗୁମ୍ଫା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଯାଇଥାଏ।

4/5

ସାଣ୍ଟା ଫେ ନଦୀ ଫ୍ଲୋରିଡା: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଉତ୍ତର ଫ୍ଲୋରିଡା ଠାରେ ଅବସ୍ଥିତ ସାଣ୍ଟା ଫେ ନଦୀ ପ୍ରାୟ ୧୨୧ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ। ଏହା ଏକ ଭୂତଳ ନଦୀ ଭାବରେ ଜଣାଶୁଣା।  

 

5/5

ରିଓ କୈମୁ ନଦୀ ପୁଏର୍ଟୋରିକୋ: ଯୁକ୍ତରାଷ୍ଟ୍ର ଆମେରିକାର ପୁଏର୍ଟୋରିକୋ ଠାରେ ଅବସ୍ଥିତ ରିଓ କୈମୁ ନଦୀ ବିଶ୍ୱର ତୃତୀୟ ବୃହତ୍ତମ ଭୂତଳ ନଦୀ ଭାବରେ ପରିଗଣିତ ହୋଇଥାଏ। ଯାହା ପ୍ରାୟ ୧ ଲକ୍ଷ ବର୍ଷ ପୁରୁଣା ଗୁମ୍ଫାରୁ ପ୍ରବାହିତ ହୋଇଥାଏ।