Advertisement
Photo Details/zeeodisha/odisha1524418
photoDetails0hindi

Passport Index: ଜାରି ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା, ଜାଣନ୍ତୁ କ'ଣ ରହିଛି ଭାରତର ନମ୍ବର

Henley Passport Index: ହେନଲେ ପାସପୋର୍ଟ ଇଣ୍ଡେକ୍ସ ଶକ୍ତିଶାଳୀ ଓ ଦୁର୍ବଳ ପାସପୋର୍ଟର ମାନ୍ୟତା ପ୍ରକାଶ କରିଛି । ଏହି ର଼୍ୟାଙ୍କିଙ୍ଗରେ ଜାପାନ ଏକ ନମ୍ବରରେ ଥିବାବେଳେ, ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ବର୍ଣ୍ଣନା କରାଯାଇଛି । ୧୦୯ ଦେଶର ଏହି ତାଲିକାରେ ପାକିସ୍ତାନ ୧୦୬ ନମ୍ବରରେ ରହିଛି ।

1/6

Henley Passport Index 2023: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି । ଲଣ୍ଡନ ଫାର୍ମ ହେନଲେ ଆଣ୍ଡ ପାର୍ଟନର୍ସ ୨୦୨୩ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସବୁଠାରୁ ଶକ୍ତିଶାଳୀ ଓ ଦୁର୍ବଳ ପାସପୋର୍ଟ ବିଷୟରେ ସୂଚନା ଦେଇଛି ।

2/6

ଗ୍ଲୋବାଲ୍ ପାସପୋର୍ଟର ଏହି ତାଲିକାରେ ୧୯୯ ଟି ଦେଶର ପାସପୋର୍ଟକୁ ସାମିଲି କରାଯାଇଛି, ଯାହାଦ୍ୱାରା ଜଣେ ୨୨୭ ଦେଶକୁ ଯାତ୍ରା କରିପାରିବେ । ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ଏହି ର଼୍ୟାଙ୍କିଙ୍ଗ୍ ଦିଆଯାଇଛି ।

3/6

ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ଜାପାନ ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରହିଛି । ଏହା ପରେ ଦ୍ୱିତୀୟ ସଂଖ୍ୟା ହେଉଛି ସିଙ୍ଗାପୁର ଓ ଦକ୍ଷିଣ କୋରିଆର ରହିଛି । ଏହି ତାଲିକାରେ ଜର୍ମାନୀ ଓ ସ୍ପେନ୍ ତୃତୀୟ ସ୍ଥାନରେ ଅଛନ୍ତି । 

4/6

ଚତୁର୍ଥ ସ୍ଥାନରେ ଫିନଲ୍ୟାଣ୍ଡ, ଇଟାଲୀ ଓ ଲକ୍ସେମବର୍ଗ ଅଛି । ୟୁରୋପରେ ଲକ୍ସେମବର୍ଗ ଏକ ଛୋଟ ଦେଶ । ୨୫୮୬ ବର୍ଗ କିଲୋମିଟର ଉପରେ ବିସ୍ତାର, ଏହି ଦେଶର ଜନସଂଖ୍ୟା ମାତ୍ର ୬.୪ ଲକ୍ଷ । ଅଷ୍ଟ୍ରେଲିଆ, ଡେନମାର୍କ, ନେଦରଲ୍ୟାଣ୍ଡ ଓ ସ୍ୱିଡେନ ପଞ୍ଚମ ସ୍ଥାନରେ ଅଛନ୍ତି ।

5/6

ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ୨୦୨୩ ରେ ଭାରତର ମାନ୍ୟତା ୮୫ ତମ ସ୍ଥାନରେ ରହିଛି । ଏଥି ସହିତ ପଡୋଶୀ ଦେଶ ଭୁଟାନ ଏହି ର଼୍ୟାଙ୍କିଙ୍ଗରେ ୯୦ ନମ୍ବରରେ ରହିଛି । ଏଥି ସହିତ ଚୀନ୍‌ର ସଂଖ୍ୟା ୬୬ ତମ ଓ ବାଂଲାଦେଶ ୧୦୧ ତମ ସ୍ଥାନରେ ରହିଛି ।

6/6

ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ମଧ୍ୟ ଏହି ତାଲିକାରେ ବହୁତ ଖରାପ ସଂଖ୍ୟା ରହିଛି । ଏହି ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ୧୦୬ ମାନ୍ୟତା ଦିଆଯାଇଛି । ପାକିସ୍ତାନ ଅପେକ୍ଷା ନେପାଳର ପାସପୋର୍ଟ ସ୍ଥାନ ଭଲ ରହିଛି, ଯାହାର ୧୦୩ ନମ୍ବରରେ ରହିଛି । ପାକିସ୍ତାନ ତଳେ, ସିରିଆ, ଇରାକ ରହିଛି ।