Advertisement
Photo Details/zeeodisha/odisha1785828
photoDetails0hindi

same place names in india and pakistan: କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ରହିଛି ଗୁଜୁରାଟ-ହାଇଦ୍ରାବାଦ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

common names in india and pakistan: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କିଛି ସ୍ଥାନ ରହିଛି ଯାହା କେବଳ ଭାରତ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଅବସ୍ଥିତ ରହିଛି। 

1/5

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାଇଦ୍ରାବାଦ ନାମକ ସ୍ଥାନ ଉଭୟ ଭାରତ ଏବଂ ପାକିସ୍ତାନରେ ଅବସ୍ଥିତ ରହିଛି। ପୂର୍ବରୁ ଭାରତରେ ଅବସ୍ଥିତ ହାଇଦ୍ରାବାଦକୁ ଡେକାନ ଏବଂ ପାକିସ୍ତାନର ହାଇଦ୍ରାବାଦକୁ ସିନ୍ଧ କୁହାଯାଉଥିଲା। ହେଲେ ଆଜିର ସମୟରେ ମଧ୍ୟ ଆପଣ ଏହି ଦୁଇ ଦେଶରେ ହାଇଦ୍ରାବାଦ ନାମ ଥିବା ଦୁଇଟି ସହର ଦେଖିବାକୁ ପାଇବେ।

2/5

କେବଳ ହାଇଦ୍ରାବାଦ ନୁହେଁ ଉଭୟ ଭାରତ ଏବଂ ପାକିସ୍ତାନରେ ଅବସ୍ଥିତ ରହିଛି ଗୁଜୁରାଟ। ଆପଣ ନିଶ୍ଚିତ ଭାବରେ ଭାରତ ବର୍ଷର ଅନ୍ୟତମ ସମୃଦ୍ଧିଶାଳୀ ରାଜ୍ୟ ଗୁଜୁରାଟ ବିଷୟରେ ଜାଣିବାକୁ ପାଇଥିବେ। ହେଲେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏପରି ଏକ ସ୍ଥାନ ଅବସ୍ଥିତ ରହିଛି। ଯାହାର ନାଁ ହେଉଛି ଗୁଜୁରାଟ। 

 

3/5

ହାଇଦ୍ରାବାଦ ଏବଂ ଗୁଜୁରାଟ ପରେ ଉଭୟ ଭାରତ ଏବଂ ପାକିସ୍ତାନରେ ଅବସ୍ଥିତ ରହିଛି ଶେଖପୁରା ନାମକ ସ୍ଥାନ। ଭାରତ ବର୍ଷର ବିହାର ରାଜ୍ୟରେ ଶେଖପୁର ନାମରେ ଏକ ଜିଲ୍ଲା ଅବସ୍ଥିତ ରହିଛି। ହେଲେ ଆପଣ ଜାଣି  ଆଶ୍ଚର୍ଯ୍ୟ ହେବେ ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶେଖପୁରା ନାମରେ ଏକ ସ୍ଥାନ ମହଜୁଦ ରହିଛି।

4/5

ଆପଣ କରତାରପୁର ସାହିବ ବିଷୟରେ ଶୁଣିଥିବେ। ହେଲେ କରତାରପୁର ନାମକ ସ୍ଥାନ କେବଳ ଭାରତ ନୁହେଁ ବରଂ ପାକିସ୍ତାନ ମଧ୍ୟରେ ଅବସ୍ଥିତ ରହିଛି। ଉଭୟ ଭାରତ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ କରତାରପୁର ନାମକ ସ୍ଥାନ ମହଜୁଦ ରହିଛି।

5/5

ସେହିପରି ଅନ୍ୟ ଏକ ସ୍ଥାନ ହେଉଛି କଚ୍ଛ। ଯାହା ଉଭୟ ଉଭୟ ଭାରତ ଏବଂ ପାକିସ୍ତାନରେ ଅବସ୍ଥିତ ରହିଛି। ଭାରତ ବର୍ଷ ଗୁଜୁରାଟ ରାଜ୍ୟରେ ଅବସ୍ଥିତ ରହିଥିବା ଏକ ଜିଲ୍ଲାର ନାମ ହେଉଛି କଚ୍ଛ। ମାତ୍ର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କଚ୍ଛ ନାମକ ଏକ ସ୍ଥାନ ମହଜୁଦ ରହିଛି।