Religious City of UP: ଅଯୋଧ୍ୟା ବ୍ୟତୀତ ସେହି ଧାର୍ମିକ ସହର; ଯେଉଁଠି ଆସି ପହଞ୍ଚିଥାନ୍ତି ବିଶ୍ୱ କୋଣ ଅନୁକୋଣରୁ ଭକ୍ତ
Sacred City of UP: ୨୦୨୪ ଜାନୁଆରୀ ୨୨ ହେଉଛି ଏପରି ଏକ ତାରିଖ ଯାହା ଇତିହାସର ପୃଷ୍ଠାରେ ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନ ଭଗବାନ ରାମଙ୍କ ସହର ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟା ତଥା ସମଗ୍ର ଉତ୍ତର ପ୍ରଦେଶରେ ପର୍ଯ୍ୟଟନ ବୃଦ୍ଧି ପାଇବେ। ଦେଶର ଏହି ଜଣାଶୁଣା ରାଜ୍ୟରେ ଅଯୋଧ୍ୟା ବ୍ୟତୀତ ଆହୁରି ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ରହିଛି ଯାହାର ପ୍ରସିଦ୍ଧ ସମଗ୍ର ବିଶ୍ୱରେ ରହିଛି। ଏବେ ଆମେ ଆପଣଙ୍କୁ ଉତ୍ତର ପ୍ରଦେଶର ସେହି ୫ ଧାର୍ମିକ ସ୍ଥାନ ବିଷୟରେ କହୁଛୁ। ଯେଉଁଠି ବିଶ୍ୱର କୋଣ ଅନୁକୋଣରୁ ଆସି ଭକ୍ତ ପହଞ୍ଚିଥାନ୍ତି।
)
ଧାର୍ମିକ ସହର ବାରାଣାସୀ ବନାରସ ଅଥବା କାଶୀ ନାମରେ ଜଣାଶୁଣା। ଏହି ସହର ବିଶ୍ୱର ସର୍ବ ପୁରାତନ ସହର ମଧ୍ୟରୁ ଅନ୍ୟତମ। କାଶୀରେ ଅବସ୍ଥିତ ବାବା ବିଶ୍ୱନାଥ, ମାଣିକର୍ଣ୍ଣିକା ଘାଟ ଭଳି ଧାର୍ମିକ ସ୍ଥାନ ଲୋକଙ୍କୁ ଆକର୍ଷିତ କରିଥାଏ। ବିଶ୍ୱାସ କରାଯାଏ ଯେ, ଯାହାର କାଶୀରେ ମୃତ୍ୟୁ ହୋଇଥାଏ ତାହାର ମୋକ୍ଷପ୍ରାପ୍ତି ହୋଇଯାଏ। ଲୋକମାନେ ଗଙ୍ଗା ନଦୀ ଘାଟରେ ହେଉଥିବା ଗଙ୍ଗା ଆରତୀ ଦେଖିବା ପାଇଁ ଦୂରଦୂରାନ୍ତରୁ କାଶୀ ଆସିଥାନ୍ତି। ଧାର୍ମିକ ସ୍ଥାନ ବ୍ୟତୀତ ଏଠାରେ ଖାଦ୍ୟର ସ୍ୱାଦ ମଧ୍ୟ ଅନ୍ୟନ୍ୟ।
)
ପ୍ରୟାଗରାଜ ପୂର୍ବରୁ ଆହ୍ଲାବାଦ। ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଅବସ୍ଥିତ ଏହି ଧାର୍ମିକ ସ୍ଥାନର ନାମ ଆହ୍ଲାବାଦରୁ ପ୍ରୟାଗରାଜକୁ ପରିବର୍ତ୍ତନ କରିଥିଲେ। ପ୍ରୟାଗରାଜ ଠାରେ ଏକ ଅତ୍ୟନ୍ତ ପବିତ୍ର ସଙ୍ଗମସ୍ଥଳ ଅବସ୍ତିତ ରହିଛି। ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମ ଅବସ୍ଥିତ ରହିଛି। ଯିଏ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀ ପରସ୍ପର ସହ ମିଳିତ ହୋଇଥାନ୍ତି। ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜ ଠାରେ କୁମ୍ଭ ମେଳା ଆୟୋଜିତ ହୋଇତାଏ। କୁମ୍ଭ ମେଳାରେ ଯୋଗ ଦେବା ପାଇଁ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମକୁ ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟିଥାଏ। ପ୍ରୟାଗରାଜ କୁମ୍ଭ ମେଳା ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
)
ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଅବସ୍ଥିତ ରହିଥଛି ପୌରାଣିକ ମଥୁରା ନଗରୀ। ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଥିବାର କୁହାଯାଏ। ମଥୁରା ନଗରୀ ସମଗ୍ର ବିଶ୍ୱରେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ଭାବରେ ଜଣାଶୁଣା। ମଥୁରା ନଗରୀରେ ହଜାର ହଜାର ଛୋଟ ବଡ ମନ୍ଦିର ଅବସ୍ଥିତ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଭକ୍ତ କେବଳ ଭଗବାନ କୃଷ୍ଣଙ୍କ ମଥୁରା ନଗରୀ ଆସିଥାନ୍ତି। ମଥୁରା ନଗରୀ ଆଖପାଖରେ ଗୋକୁଳ, ବୃନ୍ଦାବନ, ଗୋବର୍ଦ୍ଧନ, ବରସାନା ନାମରେ କିଛି ଗାଁ ଅବସ୍ଥିତ ରହିଛି। କାହାଣୀ ଅନୁଯାୟୀ ଏହି ଗ୍ରାମ ଭଗବାନ କୃଷ୍ଣଙ୍କ ତାଙ୍କର ବାଲ୍ୟ ଲୀଳା ଖେଳା କରିଥିଲେ।
)
ପୌରାଣିକ ମଥୁରା ନଗରୀ ନିକଟରେ ଅବସ୍ଥିତ ରହିଛି ବୃନ୍ଦାବନ। ଏହି ସ୍ଥାନକୁ ଭଗବାନ କୃଷ୍ଣଙ୍କ ପିଲା ଦିନେ ଏଠାରେ ବାଲ୍ୟ ଲୀଳା ଖେଳା କରିଥିବାର କୁହାଯାଏ। ବୃନ୍ଦାବନରେ ବାଙ୍କେ ବିହାରୀ ଜୀ ମନ୍ଦିର ଏବଂ ରାଧା ରାନୀ ମନ୍ଦିର ଅବସ୍ଥିତି ରହିଛି। ଯେଉଁଠି ଦର୍ଶନ ପାଇଁ ବହୁ ସଂଖ୍ୟାରେ ଆସିଥାନ୍ତି। ବୃନ୍ଦାବନର ଗୀତା ମନ୍ଦିର ନାମକ ଅନ୍ୟ ଏକ ପ୍ରସିଦ୍ଧ ସ୍ଥାନ ମଧ୍ୟ ରହିଛି। ବୃନ୍ଦାବନରେ ଖେଳା ଯାଉଥିବା ହୋଲି ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
)
ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଅବସ୍ଥିତ ରହିଛି ପୌରାଣିକ ଚିତ୍ରକୂଟ ନଗରୀ। କୁହାଯାଏ ଯେ ବନବାସ ସମୟରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ ଏବଂ ମାତା ସୀତା ଚିତ୍ରକୂଟ ଠାରେ ଅବସ୍ଥାନ କରିଥିଲେ। ବନବାସ ସମୟରେ ଭରତ ଚିତ୍ରକୂଟ ଆସି ଭଗାବନ ଶ୍ରୀରାମଙ୍କୁ ମନାଇବା ଏବଂ ତାଙ୍କୁ ଘରକୁ ଫେରାଇ ନେବା ପାଇଁ ଆସିଥିଲେ। ହେଲେ ଭଗବାନ ଶ୍ରୀରାମ ଅଯୋଧ୍ୟା ଫେରିବାକୁ ମନା କରି ଦେଇଥିଲେ। ମନା କରିବା ପରେ ଭରତ ଭଗବାନ ଶ୍ରୀରାମଙ୍କ ଚରଣ ପାଦୁକାଙ୍କୁ ନିଜ ସାଥିରେ ନେଇ ଆସିଥିଲେ। ଚିତ୍ରକୂଟ୍ ପରିଦର୍ଶନ କରିବାକୁ ବିଶ୍ୱର କଣ ଅନୁକୋଣରୁ ଲୋକ ଆସିଥାନ୍ତି।
ट्रेन्डिंग फोटोज़
