Advertisement
Photo Details/zeeodisha/odisha2189575
photoDetails0hindi

Environment News: ମାଡ଼ି ଆସୁଛି ଭୟାନକ ମରୁଡ଼ି; ବିପଦରେ ପଡ଼ିପାରେ ଅଷ୍ଟ୍ରେଲିଆ

Megadroughts in Australia: ଭବିଷ୍ୟତରେ ଏକ ଭୟଙ୍କର ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଅଷ୍ଟ୍ରେଲିଆ। ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଏଠାରେ ଏପରି ମରୁଡ଼ି ଶୀଘ୍ର ହୋଇପାରେ। ଯାହାର ପ୍ରଭାବ ଆଗାମୀ ୨୦ ବର୍ଷରୁ ଅଧିକ ସମୟ ଧରି ରହିବ।  ଅଷ୍ଟ୍ରେଲିଆରେ ମରୁଡ଼ି ସମ୍ପର୍କରେ ହୋଇଥିବା ଅଧ୍ୟୟନ "Hydrology and Earth System Sciences" ପତ୍ରିକାରେ ପ୍ରକାଶିତ ହୋଇଛି। ଏନେଇ ଅନେକ ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ ଏକାଠି ହୋଇ ଏକ ମଡେଲ୍ ପ୍ରସ୍ତୁତ କରିଛନ୍ତି। ଏହି ମଡେଲ ଅନୁଯାୟୀ ଅଷ୍ଟ୍ରେଲିଆ ଖୁବ୍ ଶୀଘ୍ର ଏକ ଭୟଙ୍କର ମରୁଡ଼ିର ସାମ୍ନା କରିପାରେ। ଯାହାର ପ୍ରଭାବ ଦଶନ୍ଧି ଦଶନ୍ଧି ଧରି ଚାଲିବ।

1/4

ଅନୁସନ୍ଧାନକାରୀ ଏହି ମଡେଲ୍ ଠାରୁ ଶିଳ୍ପ ବିପ୍ଳବ ପର ଠାରୁ ଜଳବାୟୁ ଉପରେ ପଡୁଥିବା ମାନବୀୟ ପ୍ରଭାବକୁ ଅନ୍ତର୍ଭୂକ୍ତ କରିନାହାଁନ୍ତି। ବୈଜ୍ଞାନିକ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ବିଂଶ ଶତାବ୍ଦୀରେ ହୋଇଥିବା ମରୁଡ଼ି, ଶିଳ୍ପ ବିପ୍ଳବ ପୂର୍ବରୁ ହୋଇଥିବା ମରୁଡ଼ି ଠାରୁ ଅଧିକ ଲମ୍ବା ରହିଥିଲା। Mega Droughts ହେଉଛି ଅତ୍ୟନ୍ତ ଭୟଙ୍କର। ଯାହାର ଦୀର୍ଘସ୍ଥାୟୀ ପ୍ରଭାବ ବ୍ୟାପକ ଭାବରେ ରହିଥାଏ। ଏପରି ମରୁଡ଼ି ଦଶନ୍ଧି କିମ୍ବା ଶତାବ୍ଦୀ ପର୍ଯ୍ୟନ୍ତ ରହିପାରେ। ଏକବିଂଶ ଶତାବ୍ଦୀର ଆରମ୍ଭରେ ଆମେରିକାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଅଞ୍ଚଳ ମରୁଡ଼ିରୁ ମୁକ୍ତି ପାଇନାହିଁ।

 

2/4

ଯଦି ଆଜିର ସମୟରେ ଅଷ୍ଟ୍ରେଲିଆରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ, ତାହେଲେ ଏହାର ପରିଣାମ ଭୟଙ୍କର ହେବ। ମରୁଡି ସମ୍ପର୍କିତ ଅଧ୍ୟୟନର ସହ ଲେଖକ ଡକ୍ଟର ଗ୍ରେଗୋରୀ ଫାଲଷ୍ଟର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ମରୁଡ଼ିର ତୀବ୍ରତା ଯଥେଷ୍ଟ ବୃଦ୍ଧି ପାଇବ। ତାଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ସହିତ ସ୍ୱାଭାବିକ ଭାବରେ ଆସିବାକୁ ରହିଥିବା ପ୍ରାକୃତିକ ମରୁଡ଼ି ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଜାରି ରହିପାର। ଯାହାର ଅର୍ଥ ହେଉଛି ଭବିଷ୍ୟତରେ ଅଷ୍ଟ୍ରେଲିଆକୁ ନିକଟ ଅତୀତର ଇତିହାସରେ ଦେଖାଯାଇ ନଥିବା ମରୁଡ଼ିର ସାମ୍ନା କରିବାକୁ ହେବ। ଲେଖକ ଫାଲଷ୍ଟର କହିଛନ୍ତି ଯେ ଆମେ ଏକ ମରୁଡ଼ି ପାଇଁ ପ୍ରସ୍ତୁତ ରହିବା ଦରକାର। ଯାହା ଅନେକ ଦଶନ୍ଧି ଧରି ଚାଲିପାରେ।

3/4

ଅନୁସନ୍ଧାନକାରୀ ଦଳ ମରୁଡ଼ିର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ (Spectrum of Drought) ଦେଖିଲେ। ଯାହାକୁ ଭବିଷ୍ୟତରେ ଅଷ୍ଟ୍ରେଲିଆ ସାମ୍ନା କରିପାରେ। ସେମାନେ ମଧ୍ୟ ଏହା ବୁଝିବାକୁ ଚାହୁଁଥିଲେ ଯେ ମାନବ ପାଇଁ ଜଳବାୟୁରେ ହେଉଥିବା ପରିବର୍ତ୍ତନ ଅଷ୍ଟ୍ରେଲିୟା ମରୁଡ଼ି ଉପରେ କିପରି ପ୍ରଭାବ ପକାଉଛି। ଅନେକ ଜଳବାୟୁ ମଡେଲ ସାହାଯ୍ୟରେ ବୈଜ୍ଞାନିକ ବିଗତ ୧୨୫୦ ବର୍ଷରେ ଘଟିଥିବା ପ୍ରତ୍ୟେକ ମରୁଡ଼ି ଉପରେ ଅଧ୍ୟୟନ କରିଥିଲେ।

4/4

ଏହି ଅଧ୍ୟୟନରେ ଜଡିତ ପ୍ରଫେସର ନେରିଲ ଅବରାମ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଦକ୍ଷିଣ-ପଶ୍ଚିମ ଏବଂ ପୂର୍ବ ଅଷ୍ଟ୍ରେଲିଆରେ ଦୀର୍ଘ ଦିନ ଧରି ମରୁଡ଼ି ପରିସ୍ଥିତି ଦେଖାଦେଇଛି। ମରେ-ଡାର୍ଲିଂ ନଦୀ ଅବବାହିକାରର ଅବସ୍ଥା ମଧ୍ୟ ସମାନ। ଯାହା ଅଷ୍ଟ୍ରେଲିଆର ସର୍ବବୃହତ କୃଷି କ୍ଷେତ୍ର ଭାବେ ଜମାଶୁଣା। ତାଙ୍କ ଅନୁଯାୟୀ ଭବିଷ୍ୟତରେ ଏହି ଅଞ୍ଚଳରେ ବର୍ଷାର ପରିମାଣ ହ୍ରାସ ପାଇବ। ଯାହା ମରୁଡ଼ି ଆଶଙ୍କାକୁ ବଢାଇଦେବ।