Advertisement
Photo Details/zeeodisha/odisha1903715
photoDetails0hindi

October 2023 Calendar: ଅକ୍ଟୋବରରେ ମାଡ଼ି ଆସୁଛି ବିପଦ! ଆକାଶରେ ଘଟିଯିବ ଏପରି ଘଟଣା

Astronomical Events in October 2023: ଆପଣ ଲକ୍ଷ୍ୟ କରିଥିବେ ଯେ ପ୍ରତ୍ୟେକ ମାସରେ କିଛି ନାଁ କିଛି ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିଥାଏ। ହେଲେ ଚଳିତ ବର୍ଷର ଅକ୍ଟୋବର ମାସ ଅନେକ ଦୃଷ୍ଟି କୋଣରୁ ସ୍ୱତନ୍ତ୍ର ହେବାକୁ ଯାଉଛି। ଯେଉଁଠି ଗୋଟିଏ ପଟେ ଏକ ବିଶାଳକାୟ କ୍ଷୁଦ୍ର ଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ବେଳେ ଅନ୍ୟ ପଟେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ଏହା ବ୍ୟତୀତ ଚଳିତ ମାସରେ ଭାଙ୍ଗି ପଡୁଥିବା ତାରାଙ୍କ ବର୍ଷା ମଧ୍ୟ ଦେଖିବାକୁ ମିଳିବ।

 

1/5

ଅକ୍ଟୋବର ମାସରେ ଆକାଶରୁ ବିପଦର କଳା ବାଦଲ ମାଡ଼ି ଆସୁଛି। ଏହି ବିପର୍ଯ୍ୟୟ ପୃଥିବୀର ଅତି ନିକଟବର୍ତ୍ତୀ ହେବାକୁ ଯାଉଛି। ଆକାଶରେ ଘଟୁଥିବା ଜ୍ୟୋତିର୍ବିଜ୍ଞାନିକ ଘଟଣାକୁ ବନ୍ଦ କରିବା ମଣିଷର ସାମର୍ଥ୍ୟ ବାହାରେ ରହିଛି। ହେଲେ ତଥାପି ସେମାନଙ୍କ ଠାରୁ ଆସୁଥିବା ବିପଦକୁ ହ୍ରାସ କରିବାକୁ ନିଶ୍ଚିତ ଭାବରେ ପ୍ରୟାସ  ହୋଇଥାଏ।

 

2/5

ଭାଙ୍ଗି ପଡୁଥିବା ତାରାଙ୍କ ବର୍ଷା: ଚଳିତ ବର୍ଷ ଅକ୍ଟୋବର ୯ ତାରିଖରେ ଆକାଶରେ ଭାଙ୍ଗି ପଡୁଥିବା ତାରାଙ୍କ ବର୍ଷା ଦେଖିବାକୁ ମିଳିବ। ଅର୍ଥାତ ଆପଣ ଉଲକା ପିଣ୍ଡ ମାଡ଼ି ଆସୁଥିବାର ଦେଖିବାକୁ ପାଇବେ। ଏନେଇ କୁହାଯାଇଛି ଏଥର ପ୍ରାୟ ୪୦୦ ତାରା ପ୍ରତି ଘଣ୍ଟାରେ ଭାଙ୍ଗି ପଡୁଥିବାର ଦେଖିବାକୁ ମିଳିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହାକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ଆସନ୍ତା ୨୧-୨୨ ତାରିଖରେ ଭାଙ୍ଗି ପଡୁଥିବା ତାରାଙ୍କ ବର୍ଷା ଶିଖରରେ ପହଞ୍ଚିବ।

3/5

ଅକ୍ଟୋବର ୧୨ ତାରିଖରେ ହେବ ସୂର୍ଯ୍ୟ ପରାଗ: ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରେ ଏକ ସୂର୍ଯ୍ୟ ପରାଗ ମଧ୍ୟ ହେବାକୁ ଯାଉଛି। ଅକ୍ଟୋବର ୧୨ ତାରିଖରେ ହେଉଥିବା ଏହି ସୂର୍ଯ୍ୟ ପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ। ଯଦିଓ ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ।

4/5

ଅକ୍ଟୋବର ୨୮ ତାରିଖରେ ହେବ ଚନ୍ଦ୍ର ଗ୍ରହଣ: ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ଏକ ଚନ୍ଦ୍ର ଗ୍ରହଣ ମଧ୍ୟ ହେବାକୁ ଯାଉଛି। ଅକ୍ଟୋବର ୧୨ ତାରିଖରେ ହେଉଥିବା ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖିବାକୁ ମିଳିବ। ଏହି ଚନ୍ଦ୍ର ଗ୍ରହଣର ଅବଧି ଦିନ ୦୨:୫୨ ସମୟରୁ ଆରମ୍ଭ ହୋଇ ରାତି ୨:୨୨ ସମୟରେ ଶେଷ ହେବ।

 

5/5

ପୃଥିବୀ ଆଡ଼କୁ ମାଡ଼ି ଆସୁଛି  କ୍ଷୁଦ୍ର ଗ୍ରହ: ଚଳିତ ମାସରେ ଦୁଇଟି କ୍ଷୁଦ୍ର ଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବାର ଖବର ଆସିଛି। ଯାହାର ଆକାର  ବୋଇଂ ବିମାନ ଭଳି ରହିଥିବାର କୁହାଯାଉଛି। ଏବେ ପ୍ରଶ୍ନ ଉଠୁଛି ଯେ କ୍ଷୁଦ୍ର ଗ୍ରହ ମାଡ଼ି ଆସିବା କାରଣରୁ ପୃଥିବୀ ପ୍ରତି କୌଣସି ବିପଦ ରହିଛି? ଏହାର ଉତ୍ତର ହେଉଛି ନାଁ, କାରଣ ଏହି ସମସ୍ତ କ୍ଷୁଦ୍ର ଗ୍ରହ ପୃଥିବୀକୁ ପ୍ରାୟ ୬ ଲକ୍ଷ କିଲୋମିଟର ଦୂରରୁ ଅତିକ୍ରମ କରିଯିବ।