Shani Vakri 2023 Effects: ନ୍ୟାୟର ଦେବତା ଶନି ଜୁନ୍ ମାସ ୧୭ ତାରିଖରେ କୁମ୍ଭରେ ପ୍ରତ୍ୟାବର୍ତ୍ତନ କରିବେ । ଜୁନ ମାସରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶନି ଏହି ରାଶିରେ ଅବସ୍ଥାନ କରିବେ । ତେବେ ଶନିଙ୍କ ଓଲଟା ଚଳନ ଯୋଗୁଁ ଅନେକ ରାଶିଙ୍କୁ ଏହାର ଲାଭ ମିଳିବ। ଶନିଙ୍କ କୃପା ବଳରେ ଏହି ସବୁ ରାଶିଙ୍କର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ।
ନ୍ୟାୟର ଦେବତା ଶନି ମଣିଷଙ୍କୁ ତାହାର କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି। ଶନିଙ୍କ କୃପା ରହିଲେ ବ୍ୟକ୍ତି ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ଜୁନ୍ ମାସ ୧୭ ତାରିଖରେ ଶନି କୁମ୍ଭ ରାଶିକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏଠାରେ ଶନି ନଭେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ତେବେ ଚାଲନ୍ତୁ ଜାଣିବା ଏହି ସମୟ କେଉଁ ରାଶିର ଲୋକଙ୍କ ଲାଗି ଅନୁକୂଳ ରହିବ ।
ସିଂହ ରାଶି- ଶନିଙ୍କ ଓଲଟା ଚଳନର ଅଧିକ ଲାଭ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ହେବ। ଏହି ସମୟରେ ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମିଳିବ । ଶନିଙ୍କ କୃପାରୁ ଦୀର୍ଘ ସମୟ ଧରି ଅଟକି ଥିବା କାର୍ଯ୍ୟ ପୂରା ହେବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । କିନ୍ତୁ ଏହି ସମୟରେ ଅର୍ଥ ନେଣଦେଣଠାରୁ ଦୂରେଇ ରୁହନ୍ତୁ ।
ଧନୁ ରାଶି- ଶନିଙ୍କ ଏହି ଓଲଟା ଚଳନ ଫଳରେ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ । ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ମିଳିବ ।
ମକର ରାଶି- ଶନିଙ୍କ ଓଲଟା ଚଳନ ଯୋଗୁଁ ମକର ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ଶନିଙ୍କ ପ୍ରଭାବରେ ପାରିପାରିକ ସୁଖ, ସମୃଦ୍ଧି ବୃଦ୍ଧି ପାଇବ । ପ୍ରେମ ସମ୍ବନ୍ଧ ଲାଗି ସମୟ ଅନୁକୂଳ ରହିବ । ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।
ट्रेन्डिंग फोटोज़