Advertisement
Photo Details/zeeodisha/odisha1541146
photoDetails0hindi

ଶୁବମାନ ଗିଲଙ୍କ ପାଖରେ ରହିଛି ଏମଏସ ଧୋନିଙ୍କର ଏକ ବିଶେଷ ଗୁଣ, ଆପଣ କେବେ ନୋଟିସ୍ କରିଛନ୍ତି କି?

Shubamn Gill Power Hitting: ଶୁବମାନ ଗିଲଙ୍କ ରେକର୍ଡ ବ୍ରେକ ଇନିଂସ ଓ ଜବରଦସ୍ତ ଫର୍ମ ପରେ ତାଙ୍କୁ ଟିମ୍ ଇଣ୍ଡିଆର (Team India) ନୂତନ ସୁପରଷ୍ଟାର ଭାବରେ ବିବେଚନା କରାଯାଉଛି । ତାଙ୍କ ପ୍ରଦର୍ଶନକୁ ଦେଖିଲେ ବିଶ୍ୱକପରେ ତାଙ୍କର ସ୍ଥାନ ପକ୍କା କୁହାଯାଉଛି । ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର (Sanjay Manjrekar) ତାଙ୍କ ଇନିଂସ ଦେଖିବା ପରେ ଗିଲଙ୍କୁ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ସହ ତୁଳନା କରିଥିଲେ । ଉଭୟଙ୍କ ଖେଳିବା ଶୈଳୀରେ ଗୋଟିଏ କଥା ସାଧାରଣ ଯେ ଦୁହେଁ ନିର୍ଭୟରେ ବୋଲରଙ୍କ ସମ୍ମୁଖୀନ ହୁଅନ୍ତି । ଯଦିଓ ଏହା ବ୍ୟତୀତ ଆଉ ଏକ ବଡ଼ ସମାନତା ଅଛି । ଆସନ୍ତୁ ଜାଣିବା ସଞ୍ଜୟ ମଞ୍ଜରେକର କ’ଣ କହିଛନ୍ତି ...

1/5

Sanjay Manjrekar On Shubman Gill: ସଞ୍ଜୟ ମଞ୍ଜରେକର ଟୁଇଟ୍ କରି କହିଛନ୍ତି, 'ଯେତେବେଳେ ମୁଁ ମହେନ୍ଦ୍ର ସିଂ ଧୋନି ପ୍ରଥମ ଥର ପାଇଁ ଛକା ମାରିଥିବାର ଦେଖିଲି, ସେତେବେଳେ ନୋଟିସ କଲି ଯେ ସେ ସିଧା ବ୍ୟାଟରେ ଲମ୍ବା ଛକା ମାରୁଛନ୍ତି । ସେତେବେଳେ ମୁଁ କହିଥିଲି ଯେ ସେ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ଦୂରକୁ ଯିବେ । ମୁଁ ଶୁବମାନ ଗିଲଙ୍କ ପାଖରେ ମଧ୍ୟ ସମାନ ଗୁଣ ଦେଖୁଛି ।

2/5

ଯଦି ଆମେ ମହେନ୍ଦ୍ର ସିଂ ଧୋନି ଖେଳିବା ବିଷୟରେ କଥା ହେଉ, ତେବେ ସେ ଆଗକୁ ଯାଇ ସିଧା ବ୍ୟାଟ୍ ସହିତ ସଟ୍ ଖେଳିବାକୁ ପସନ୍ଦ କରିଥାନ୍ତି । ହେଲିକପ୍ଟର ସଟଟି ତାଙ୍କର ପ୍ରିୟ ଥିଲା ଓ ଏହା କ୍ରିକେଟ୍ ଅଭିଧାନରେ ତାଙ୍କ ଦ୍ୱାରା ଯୋଡି ହୋଇଥିବା ଏକ ବିରଳ ସଟ୍ । ସାଧାରଣତ କ୍ରିକେଟ୍ ଭାଷାରେ ବିଶ୍ୱାସ କରାଯାଏ ଯେ ସିଧା ବ୍ୟାଟ୍ ସହିତ ସିଧା ସଟ୍ ଖେଳୁଥିବା ବ୍ୟାଟ୍ସମ୍ୟାନ ମାନେ ବହୁତ ଭଲ ଅଟନ୍ତି ।

3/5

ଶୁବମାନ ଗିଲଙ୍କ ବ୍ୟାଟିଂ ଶୈଳୀ ବିଷୟରେ କହିବାକୁ ଗଲେ ତାଙ୍କର ଅନେକ ପ୍ରକାରର ଉତ୍କୃଷ୍ଟ ସଟ ରହିଛି । ସେ ସିଧା ବ୍ୟାଟ୍ ସହିତ ଲମ୍ବା ଛକା ମାରିବାକୁ ପସନ୍ଦ କରନ୍ତି ଓ ପାନୋରାମିକ୍ ସଟ୍ ମଧ୍ୟ ଖେଳିଥାନ୍ତି । ଏହା ବ୍ୟତୀତ ସେ ଆଗକୁ ଯାଇ ଶଟ୍ ମଧ୍ୟ ଖେଳନ୍ତି ଓ ବହୁତ ଶକ୍ତି ବ୍ୟବହାର କରନ୍ତି । ଏହି ୨୩ ବର୍ଷୀୟ ଯୁବକଙ୍କ ବ୍ୟାଟରୁ ଆହୁରି ଅନେକ ବିରଳ ଶଟ୍ ଆଗକୁ ଦେଖିବାକୁ ମିଳିପାରେ ।

4/5

ଶୁଭମାନ ଗିଲଙ୍କ ଛକା ମାରିବାର ଦକ୍ଷତାକୁ ମହେନ୍ଦ୍ର ସିଂ ଧୋନିଙ୍କ ସହ ତୁଳନା କରାଯାଉଛି, କିନ୍ତୁ ଦୀର୍ଘ ଦିନ ଧରି ତାଙ୍କୁ ପଞ୍ଜାବର ନୂତନ ଯୁବରାଜ ସିଂ ମଧ୍ୟ କୁହାଯାଉଛି । କୋଭିଡ୍ ଲକଡାଉନ୍ ସମୟରେ ଯୁବରାଜ ମଧ୍ୟ ଗିଲକୁ ତାଲିମ ଦେଇଥିଲେ । ଯଦି ଆମେ ଉଭୟଙ୍କ ବ୍ୟାଟିଂ ଶୈଳୀକୁ ଦେଖିବା, ତେବେ ପ୍ରଶଂସକମାନେ କଭର ଉପରେ ୟୁଭିଙ୍କ ବଡ଼ ବଡ଼ ଛକା ମନେ ପଡିଯିବ । ଏପରି ଶଟ୍ ଖେଳିବାର କ୍ଷମତା ମଧ୍ୟ ଗିଲଙ୍କର ଅଛି । 

5/5

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନ୍‌ର ଇନିଂସରେ ଶୁବମାନ ଗିଲ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ଜବରଦସ୍ତ ପିଟିଥିଲେ । ସେ ୧୪୯ ବଲରେ ୨୦୮ ରନ୍ ସ୍କୋର କରିଥିଲେ ଓ ଏଥିରେ ସେ ୧୯ଟି ଚୌକା ଓ ୯ ଛକା ମାରିଥିଲେ ।