Advertisement
Photo Details/zeeodisha/odisha1564105
photoDetails0hindi

Smriti Irani Future Son In Law Arjun Bhalla: କିଏ ସେ ସ୍ମୃତି ଇରାନୀଙ୍କ ଜ୍ବାଇଁ, ଯାହାଙ୍କ ସହ ହେଉଛି ତାଙ୍କ ଝିଅଙ୍କ ବାହାଘର

Smriti Irani Future Son In Law Arjun Bhalla: ଡିସେମ୍ବର ୨୦୨୧ରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଏନଆରଆଇ ଅର୍ଜୁନ ଭଲ୍ଲାଙ୍କ ସହ ନିର୍ବନ୍ଧ ହୋଇଥିଲା । ଯେଉଁ ଖାନଭେଲ ଦୁର୍ଗରୁ ଶାନେଲଙ୍କ ବାହାଘର ହେବ ତାହା ବିଜେପି ନେତା ଗଜେନ୍ଦ୍ର ସିଂଙ୍କର ଅଟେ । ସ୍ମୃତି ଇରାନୀ ରାଜସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ଭବିଷ୍ୟତର ଜ୍ବାଇଁଙ୍କ ବିଷୟରେ...

1/5

Smriti Irani Daughter Marriage: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) ଙ୍କ ଝିଅ ଶାନେଲ ଇରାନୀ (Shanelle Irani) ଙ୍କ ବାହାଘର ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୯ରେ ହେବାକୁ ଯାଉଛି । ଶାନେଲ ଇରାନୀ ଓ ଅର୍ଜୁନ ଭଲ୍ଲା (Shanelle Irani-Arjun Bhalla Wedding) ନାଗୌରର ରାଜସ୍ଥାନୀ ଅଞ୍ଚଳରେ ଅବସ୍ଥିତ ଖିନଭସର ଦୁର୍ଗରେ ବିବାହ ବନ୍ଧନରେ ବାନ୍ଧି ହେବେ । ଡିସେମ୍ବର ୨୦୨୧ରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଏନଆରଆଇ ଅର୍ଜୁନ ଭଲ୍ଲା (Arjun Bhalla) ଙ୍କ ସହ ନିର୍ବନ୍ଧ ହୋଇଥିଲା । ଯେଉଁ ଖାନଭେଲ ଦୁର୍ଗରୁ ଶାନେଲଙ୍କ ବାହାଘର ହେବ ତାହା ବିଜେପି ନେତା ଗଜେନ୍ଦ୍ର ସିଂଙ୍କର ଅଟେ । ସ୍ମୃତି ଇରାନୀ ରାଜସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ଭବିଷ୍ୟତର ଜ୍ବାଇଁଙ୍କ ବିଷୟରେ...

ଅର୍ଜୁନ ଭଲ୍ଲାଙ୍କ ପରିବାର

2/5
ଅର୍ଜୁନ ଭଲ୍ଲାଙ୍କ ପରିବାର

ଅର୍ଜୁନ ଭଲ୍ଲା (Arjun Bhalla) ପେଶାରେ ଜଣେ କାନାଡାର ଓକିଲ, ଯାହାଙ୍କ ବାପାମା ଏବଂ ଜେଜେବାପା ଭାରତରୁ ଯାଇ ସେଠାରେ ବସିଛନ୍ତି । ଅର୍ଜୁନ କାନାଡାରେ ଜନ୍ମଗ୍ରହଣ କରିଛନ୍ତି ଓ ସେଠାରେ ନିଜ ଘର କରିନେଇଛନ୍ତି । ସେ ନିଜ ପରିବାର ସହିତ କାନାଡାର ଅନଟାରିଓ, ଟରୋଣ୍ଟୋରେ ରୁହନ୍ତି । ଅର୍ଜୁନ ଭଲ୍ଲାଙ୍କ ଭାଇଙ୍କ ନାମ ଅମର ଭଲ୍ଲା । ତାଙ୍କ ବାପାମାଙ୍କ ନାମ ସୁନୀଲ ଓ ଶବିନା ଭଲ୍ଲା । ଅର୍ଜୁନ ଭଲ୍ଲାଙ୍କର ଏକ ପେଟ୍ ଡଗ୍ ମଧ୍ୟ ଅଛି । 

ଅର୍ଜୁନ ଭଲ୍ଲାଙ୍କ ଶିକ୍ଷାଗତ ଯୋଗ୍ୟତା

3/5
ଅର୍ଜୁନ ଭଲ୍ଲାଙ୍କ ଶିକ୍ଷାଗତ ଯୋଗ୍ୟତା

ଅର୍ଜୁନ ଭଲ୍ଲା (Arjun Bhalla) କାନାଡାର ଅନଟାରିଓର ସେଣ୍ଟ ରୋବର୍ଟ କ୍ୟାଥୋଲିକ ହାଇସ୍କୁଲ ଅଧ୍ୟୟନ କରିଥିଲେ । ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ସେ ବିଏସସିର ଅଧ୍ୟୟନ କରିଛନ୍ତି । କାନାଡାର ଟରୋଣ୍ଟୋରେ ଥିବା ସେଣ୍ଟ ମାଇକେଲ କଲେଜରେ ସାଇକୋଲୋଜି, ନୈତିକତା ଏବଂ ଆଇନ ସୋସାଇଟିରେ ଅଧ୍ୟୟନ କରିଛନ୍ତି । ଏହା ପରେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ବ୍ରିଟେନର ଲିସେଷ୍ଟର ୟୁନିଭର୍ସିଟିରୁ LLB ଡିଗ୍ରୀ ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ:-IPL ଓ ଟଙ୍କାକୁ ଛାଡ଼ି ସର୍ବଦା ନିଜ ଦେଶକୁ ବାଛିଛନ୍ତି ଏହି ଖତରନାକ୍ ଖେଳାଳି, ୮ ବର୍ଷ ହେବ ଖେଳି ନାହାଁନ୍ତି ଗୋଟିଏ ବି ଆଇପିଏଲ୍ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ଏହି ଗାଁର ସମସ୍ତଙ୍କର ପାଖରେ ଅଛି ନିଜସ୍ୱ ବିମାନ, ସେଥିରେ ବସି ଖାଇବାକୁ ଯାଆନ୍ତି ଜଳଖିଆ

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ମ୍ୟାଚରୁ ହେବେ ବାହାର! ସାଥୀ ଖେଳାଳୀ ବଢ଼ାଇଲେ ଟେନସନ, ଜାଣନ୍ତୁ ପୂରା ଘଟଣା

ମୋଟ ସମ୍ପତ୍ତିର ମାଲିକ

4/5
ମୋଟ ସମ୍ପତ୍ତିର ମାଲିକ

ବ୍ରିଟେନର ଲିସେଷ୍ଟର ୟୁନିଭର୍ସିଟିରୁ ଅର୍ଜୁନ ଭଲ୍ଲା (Arjun Bhalla) ଙ୍କର LLB ସମାପ୍ତ କରିବା ପରେ ସେ ମେ ୨୦୧୪ରେ ବ୍ରେକୱାଟର୍ ସଲ୍ୟୁସନ୍ ଇନ୍କୋରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଏକ ଆକାଉଣ୍ଟ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ପରେ ୨୦୧୫ ଅକ୍ଟୋବରରେ Apple Inc. ରେ ବୈଷୟିକ ବିଶେଷଜ୍ଞ ଭାବରେ କାମ କରିବାକୁ ଆରମ୍ଭ କଲେ । ଅର୍ଜୁନ ଭଲ୍ଲା ବର୍ତ୍ତମାନ ୟୁଏଇର ଦୁବାଇରେ ଏକ ଆଇନ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ନିର୍ଭରଯୋଗ୍ୟ ମିଡିଆ ସୂତ୍ର ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪ ଲକ୍ଷ ଡଲାର ହେବ ।

5/5

ଏଠାରେ କହି ରଖୁଛୁ ଯେ, ବିବାହ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ରଖାଯାଇଛି । ବିବାହ ଉତ୍ସବରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଓ କିଛି ବିଶେଷ ବ୍ୟକ୍ତି ଯୋଗଦେବେ । ଏହି ବିବାହକୁ କେବଳ ପରିବାର ଓ ବ୍ୟକ୍ତିଗତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ବିବାହରେ କୌଣସି ବଡ VVIP ର ଆଗମନ ନିଶ୍ଚିତ ହୋଇନାହିଁ । ଶାନେଲ ଇରାନୀ ଜୁବିନ୍ ଇରାନୀଙ୍କ ଓ ତାଙ୍କର ପ୍ରଥମ ପତ୍ନୀଙ୍କ ଝିଅ । ସେପଟେ ସ୍ମୃତି ଓ ଜୁବିନ୍ ଇରାନୀଙ୍କର ଦୁଇଟି ସନ୍ତାନ ଅଛନ୍ତି, ଜୋର ଏବଂ ଜୋଶ । ଶାନେଲ ଇରାନୀ ତାଙ୍କ ବ୍ୟକ୍ତିଗତ ଜୀବନର ଅଧିକ ଖୁଲାସା କରନ୍ତି ନାହିଁ, ତେଣୁ ତାଙ୍କ ବିଷୟରେ ଅଧିକ ସୂଚନା ନାହିଁ ।