Advertisement
Photo Details/zeeodisha/odisha1534669
photoDetails0hindi

Shubman Gill: ସଚିନ-ଇଶାନ ପଛରେ ପଡିଲେ, ନମ୍ବର ୱାନ ହେଲେ ଗିଲ, ଜାଣନ୍ତୁ ଡବଲ ସେଞ୍ଚୁରୀ ସହ କିଛି ଖାସ୍ କଥା

Shubman Gill Double century: ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁବମାନ ଗିଲ ମାତ୍ର ୧୪୯ ବଲରେ ୨୦୮ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି ଓ ପ୍ରଥମ ଥର ପାଇଁ ନିଜ କ୍ୟାରିୟରରେ ଦ୍ୱିଶତକ ହାସଲ କରିଛନ୍ତି ।

1/5

Shubman Gill Double century in ODI: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁବମାନ ଗିଲ ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ସାମିଲ କରିଛନ୍ତି । ଯେଉଁଠାରେ ସେ ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ ହାସଲ କରିଛନ୍ତି । ଭାରତର ଯୁବ ଓପନର୍ ଶୁବମାନ ଗିଲ ଏହା କରି ଏକ ଆଶ୍ଚର୍ଯ୍ୟଜନକ କାରନାମା କରିଥିଲେ । ଟିମ୍ ଇଣ୍ଡିଆର ଏହି ଉଦୀୟମାନ ତାରକା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନ୍ ଇନିଂସ ଖେଳି ଇତିହାସ ସୃଷ୍ଟି କରିଛନ୍ତି । ମାତ୍ର ସେ ୧୪୯ ବଲରେ ଗିଲ ନିଜ କ୍ୟାରିୟରର ସବୁଠାରୁ ବଡ ଇନିଂସ ଖେଳି ବିଶ୍ୱର ଅନେକ ଭେଟେରାନଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

 

2/5

ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ଗିଲ ହେଉଛନ୍ତି ଦୁନିଆର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍ । ମାତ୍ର ୨୩ ବର୍ଷ ୧୩୨ ଦିନ ବୟସରେ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ଶୁବମାନ ନିଜ ସାଥୀ ଇଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ଗତ ମାସରେ ୨୪ ବର୍ଷ, ୧୪୫ ଦିନ ବୟସରେ ଏହି ରେକର୍ଡ ସୃଷ୍ଟି କରିଥିଲେ ।

3/5

କେବଳ ଏତିକି ନୁହେଁ, ନ୍ୟୁଜିଲାଣ୍ଡ ବିପକ୍ଷ ODI ରେ ସବୁଠୁ ବଡ଼ ଇନିଂସ ଖେଳିବା ରେକର୍ଡ ମଧ୍ୟ ଶୁବମାନ ଗିଲଙ୍କ ନାମରେ ଲିପିବଦ୍ଧ ହୋଇଛି । ଏହି ପରିପ୍ରେକ୍ଷୀରେ, ଗିଲ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ, ଯିଏ ୨୩ ବର୍ଷ ପୂର୍ବେ ହାଇଦ୍ରାବାଦରେ ୧୯୯୯ ରେ ଅପରାଜିତ ୧୮୬ ସ୍କୋର କରିଥିଲେ ।

4/5

ଗିଲ ନିଜ ଇନିଂସରେ ୯ଟି ଛକା ମାରିଥିଲେ, ଯାହାକି ODI କ୍ୟାରିୟରର ଯେକୌଣସି ଇନିଂସରେ ତାଙ୍କ ତରଫରୁ ସର୍ବାଧିକ ଛକା ।

5/5

ଗିଲ୍ ନିଜର ଡବଲ୍ ସେଞ୍ଚୁରୀ ଲଗାତାର ୩ଟି ଛକା ସହ ପୂରଣ କରିଥିଲେ । ଏହା କରିବାରେ ସେ ବିଶ୍ୱର ଅଷ୍ଟମ ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ, ଭାରତର ପାଇଁ ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି । ମୋଟ ଉପରେ ଏହା ଦିନିକିଆରେ ଦଶମ ଡବଲ୍ ସେଞ୍ଚୁରୀ ।